ETV Bharat / sports

ସିରିଜ ଡ୍ର ହେବା ଅଷ୍ଟ୍ରେଲିଆ ପାଇଁ ପରାଜୟ ସହ ସମାନ: ପଣ୍ଟିଂ

author img

By

Published : Jan 18, 2021, 7:45 PM IST

Updated : Jan 18, 2021, 7:51 PM IST

ବର୍ଡର ଗାଭାସ୍କର ଟେଷ୍ଟ ସିରିଜକୁ ନେଇ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ବୟାନ। ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ଡ୍ର ହେଲେ ଅଷ୍ଟ୍ରେଲିଆ ପାଇଁ ପରାଜୟ ସହ ସମାନ ହେବ। ଅଧିକ ପଢ଼ନ୍ତୁ...

if the border gavskar test series drawn it will worse than loss says ponting
ସିରିଜ ଡ୍ର ହେବା ଅଷ୍ଟ୍ରେଲିଆ ପାଇଁ ପରାଜୟ ସହ ସମାନ: ପଣ୍ଟିଂ

ବ୍ରିସବେନ: ‘ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ ଡ୍ର ହେଲେ ଅଷ୍ଟ୍ରେଲିଆ ପାଇଁ ପରାଜୟ ସହ ସମାନ ହେବ’ ବର୍ଡର ଗାଭାସ୍କର ଟେଷ୍ଟ ସିରିଜକୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ। ବର୍ତ୍ତମାନ ଭାରତୀୟ ଦଳ ଆହତ ସମସ୍ୟା ଦେଇ ଗତି କରୁଛି। ଏହାସତ୍ତ୍ବେ ଟିମ ଇଣ୍ଡିଆ କଙ୍ଗାରୁ ଦଳ ଆଗରେ ଲଢ଼ୁଆ ପ୍ରଦର୍ଶନ କରିଛି।

ପଣ୍ଟିଂଙ୍କ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଭାରତୀୟ ଦଳରେ 20ଜଣ ଖେଳାଳି ସାମିଲ ହୋଇ ସାରିଛନ୍ତି। ସେମାନଙ୍କ ମଧ୍ୟରୁ ଭାରତ ଆଗଧାଡ଼ିର ବୋଲର ଏହି ସିରିଜରୁ ବାଦ ପଡ଼ିଥିଲେ। ଏହାଛଡ଼ା ବିରାଟ କୋହଲି ଟିମ ସହ ନାହାନ୍ତି। କେତେକ ପ୍ରମୁଖ ବ୍ୟାଟସମ୍ୟାନଙ୍କୁ ଛାଡ଼ିଦେଲେ ଭାରତ ପାଖରେ ବର୍ତ୍ତମାନ ସେତେଟା ଅଭିଜ୍ଞ ବୋଲିଂ ଆଟାକ ନାହିଁ। ଏହି ସମୟରେ ଭାରତ ସହ ସହ ଏହି ସିରିଜ ଡ୍ର ହେଲେ ଅଷ୍ଟ୍ରେଲିଆ ପାଇଁ ଏହା ପରାଜୟ ସହ ସମାନ।

ପଣ୍ଟିଂ କହିଛନ୍ତି ଯେ, ଦୁଇ ବର୍ଷ ତଳେ ଟେଷ୍ଟ ଡ୍ର କରିବା ପରାଜୟଠାରୁ ଆହୁରି ଖରାପ ବୋଲି ଧରା ଯାଉଥିଲା। ଅଷ୍ଟ୍ରେଲିଆ ଦଳରେ ଦମଦାର ଡେଭିଡ ୱାର୍ଣ୍ଣର ସାମିଲ ହୋଇଛନ୍ତି। ମିଡିଲ ଅର୍ଡର ସମ୍ଭାଳିବାକୁ ଅଭିଜ୍ଞ ଷ୍ଟିଭ ସ୍ମିଥ ରହିଛନ୍ତି। ସେପଟେ ଭାରତର ଖେଳାଳି ଲଗାତାର ଗୋଟିଏ ପରେ ଗୋଟିଏ ଆହତ ହୋଇ ସିରିଜରୁ ବାଦ ପଡ଼ିଛନ୍ତି। ଏଭଳି ସ୍ଥିତିରେ ଘରୋଇ ଦଳ ଏହି ସିରିଜରେ ବିଜୟ ଲାଭ କରି ପାରିବ।

ଦ୍ବିତୀୟ ଇନିଂସରେ ଅଷ୍ଟ୍ରେଲିଆ 294 ରନ କରି ଅଲଆଉଟ ହୋଇଛି। 33ରନ ଲିଡ ରହିଥିବାରୁ ଭାରତ ଆଗରେ ବର୍ତ୍ତମାନ 328ରନ ବିଜୟ ଲକ୍ଷ ରହିଛି। ପଞ୍ଚମ ଦିନରେ ଭାରତୀୟ ବ୍ୟାଟସମ୍ୟାନଙ୍କ ପ୍ରଦର୍ଶନ ଉପରେ ସଭିଙ୍କ ନଜର ରହିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 18, 2021, 7:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.