ETV Bharat / sports

ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବି ବୋଲି ଆଶା: ମିଚେଲ ଷ୍ଟାର୍କ

author img

By

Published : Oct 28, 2020, 10:38 PM IST

ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବାୁକ ଆଶା ରଖିଛନ୍ତି ଅଷ୍ଟ୍ରେଲିଆ ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ। ଏକ ସାକ୍ଷାତାକାରରେ ଏହା କହିଛନ୍ତି ଷ୍ଟାର୍କ। ଅଧିକ ପଢ଼ନ୍ତୁ...

ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବି ବୋଲି ଆଶା: ମିଚେଲ ଷ୍ଟାର୍କ
ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବି ବୋଲି ଆଶା: ମିଚେଲ ଷ୍ଟାର୍କ

ସିଡନୀ: ନଭେମ୍ବର ମାସରେ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ। ଏହି ଗସ୍ତରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ 3ଟି ଟି-ଟ୍ବେଣ୍ଟି, 3ଟି ଦିନିକିଆ ଓ 4 ଟେଷ୍ଟ ଖେଳିବ। ଭାରତ ଗସ୍ତକୁ ନେଇ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଥିବା ନେଇ କହିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ। ବର୍ତ୍ତମାନ ସେ କେବଳ କ୍ରିକେଟ ପ୍ରତି ଧ୍ୟାନ ଦେଉଛନ୍ତି। ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ମିଚେଲ ଷ୍ଟାର୍କ।

ଏକ ସାକ୍ଷାତକାରରେ ମିଚେଲ ଷ୍ଟାର୍କ କହିଛନ୍ତି ଯେ, "ଗତ ଗ୍ରୀଷ୍ମ ମାସରେ ମୁଁ ମୋ ବୋଲିଂ ଉପରେ ବହୁତ ଅଭ୍ୟାସ କରିଛି। କିଭଳି ମୁଁ ଦ୍ରୁତଗତିରେ ଦୌଡ଼ି ପାରିବି ଏବଂ କେତେ ଦ୍ରୁତ ଗତିର ବୋଲିଂ କରି ପାରିବି ସେନେଇ ଧ୍ୟାନ ଦେଇଥିଲି। ମୋ ବୋଲିଂରେ କେତେକ ବିଶେଷ ଦିଗ ଉପରେ ଧ୍ୟାନ ଦେଇଛି। ବିଶେଷ କରି ସ୍ବିଙ୍ଗ ଉପରେ ମୁଁ ଧ୍ୟାନ ଦେଇଥିଲି। ଭାରତ ବିପକ୍ଷରେ ଏହି କାମରେ ଆସିବ ବୋଲି ମୁଁ ଆଶା କରୁଛି।"

ଭାରତ ବିପକ୍ଷରେ ମିଚେଲ ଷ୍ଟାର୍କ ଭଲ ପ୍ରଦର୍ଶନ କରି ଆସିଛନ୍ତି। 2018 ମସିହାରେ ଭାରତ ବିପକ୍ଷ ଟେଷ୍ଟ ସିରିଜରେ ସେ 4ଟି ମ୍ୟାଚରେ 12ଟି ୱେକେଟ ନେଇଥିଲେ। ଏହାସହ 2015 ମସିହା ୱାର୍ଲଡ କପରେ ମଧ୍ୟରେ ନିଜ ଧାରୁଆ ବୋଲିଂରେ ଭାରତୀୟ ଦଳକୁ ଧରାଶାୟୀ କରି ଦେଇଥଲେ ମିଚେଲ ଷ୍ଟାର୍କ। ଏଥିପାଇଁ ଏହି ସିରିଜରେ ଷ୍ଟାର୍କଙ୍କୁ ନେଇ ଭାରତୀୟ ଦଳକୁ ସଚେତନ ହେବାକୁ ପଡ଼ିବ।

ଏହାସହ ଷ୍ଟାର୍କ କହିଛନ୍ତି ଯେ, "2018ରେ ଅଷ୍ଟ୍ରେଲିଆ ଦଳରେ ଡେଭିଡ ୱାର୍ଣ୍ଣର ଓ ଷ୍ଟିଭ ସ୍ମିଥ ନଥିଲେ। ଏଥିପାଇଁ ଦଳକୁ ଟିକେ ସଂଘର୍ଷ କରିବାକୁ ପଡ଼ିଥିଲା। ଏବେ ଦଳ ମଜବୁତ ରହିଛି। ଭାରତ ବିପକ୍ଷରେ ଆମେ ଦମଦାର ପ୍ରଦର୍ଶନ କରିବାକୁ ଆଶା ରଖିଛୁ।

ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ବର୍ତ୍ତମାନ ସୁଦ୍ଧା 57ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହାସହ 26.97 ହାରରେ 244 ୱିକେଟ ନେଇଛନ୍ତି। ଷ୍ଟାର୍କ ସବୁବେଳେ ଅଷ୍ଟ୍ରେଲିଆ ଦଳ ପାଇଁ ଟ୍ରମ କାର୍ଡ ରହି ଆସିଛନ୍ତି। ତେବେ ଆଗାମୀ ଟେଷ୍ଟରେ ସିରିଜରେ ସେ କିଭଳି ପ୍ରଦର୍ଶନ କରୁଛନ୍ତି ଦେଖିବାକୁ ବାକି ରହିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.