ETV Bharat / sports

ବର୍ଡର-ଗାଭାସ୍କର ପାଇଁ ବିସିସିଆଇକୁ କ୍ରିକେଟ ଅଷ୍ଟ୍ରେଲିଆର ଧନ୍ୟବାଦ

author img

By

Published : Jan 20, 2021, 9:27 PM IST

ବିସିସିଆଇକୁ ଧନ୍ୟବାଦ ଦେଲା କ୍ରିକେଟ ଅଷ୍ଟ୍ରେଲିଆ। ବର୍ଡର ଗାଭାସ୍କର ଟ୍ରଫି ସଫଳତାର ଶେଷ କରିବାରେ ବିସିସିଆଇର ସହଯୋଗ ଯୋଗୁଁ ଟ୍ବିଟ କରି ବିସିସିଆଇକୁ ଧନ୍ୟବାଦ ଦେଇଛି। ଅଧିକ ପଢ଼ନ୍ତୁ...

cricket australia thanked bcci for making happen border gavaskar trophy
ବର୍ଡର-ଗାଭାସ୍କର ପାଇଁ ବିସିସିଆଇକୁ କ୍ରିକେଟ ଅଷ୍ଟ୍ରେଲିଆର ଧନ୍ୟବାଦ

ସିଡନୀ: ବିସିସିଆଇକୁ ଧନ୍ୟବାଦ ଦେଲା କ୍ରିକେଟ ଅଷ୍ଟ୍ରେଲିଆ। ବର୍ଡର ଗାଭାସ୍କର ଟ୍ରଫି ସଫଳତାର ସହ ଶେଷ ହୋଇଛି। ଏଥିରେ ବିସିସିଆଇ ସହଯୋଗ କରିଥିବାରୁ ଧନ୍ୟବାଦ ଦେଇ ଏକ ଚିଠି ଲେଖିଛି କ୍ରିକେଟ ଅଷ୍ଟ୍ରେଲିଆ। ଗତକାଲି(ମଙ୍ଗଳବାର) ବର୍ଡର ଗାଭାସ୍କାର ଟ୍ରଫିକୁ 2-1ରେ ଜିତି ନେଇଛି ଭାରତ।

କ୍ରିକେଟ ଅଷ୍ଟ୍ରେଲିଆ ବିସିସିଆଇକୁ ଟ୍ବିଟ କରି ଲେଖିଛି ଯେ, "ବନ୍ଧୁତା ଓ ବିଶ୍ବାସର ଏହି ସିରିଜକୁ ସଫଳତାର ସହ ଶେଷ କରିବା ପାଇଁ ବିସିସିଆଇର ସହଯୋଗ ଯୋଗୁଁ କ୍ରିକେଟ ଅଷ୍ଟ୍ରେଲିଆ କୃତଜ୍ଞ। ଏହି ସିରିଜ ଲକ୍ଷ ଲକ୍ଷ କ୍ରିକେଟ ପ୍ରେମୀଙ୍କ ମୁହଁରେ ସେତେବେଳେ ଖୁସି ଆଣି ଦେଇଛି, ଯେତେବେଳେ ଏହାର ଆବଶ୍ୟକତା ଥିଲା। ବିଶ୍ବରେ ମହାମାରୀ ସଙ୍କଟ ସମୟରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିଥିବାରୁ ପ୍ରତ୍ୟେକ ଖେଳାଳିଙ୍କୁ ଧନ୍ୟବାଦ। ଏହାସହ କୋଚ, ସପୋର୍ଟ ଷ୍ଟାଫ ଓ ଅନ୍ୟନ ସହାୟକ କର୍ମଚାରୀଙ୍କୁ ମଧ୍ୟ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଧନ୍ୟବାଦ।"

କ୍ରିକେଟ ଅଷ୍ଟ୍ରେଲିଆ କରିଥିବା ଟ୍ବିଟ ଫଟୋରେ ଅଧ୍ୟକ୍ଷ ଏର୍ଲ ଏଡିଙ୍ଗ୍ସ ଓ ଅନ୍ତରୀଣ ସିଇଓ ନିକ ହକଲିଙ୍କ ଦସ୍ତଖତ ରହିଛି। କୋରୋନା କାଳରେ ଦୁଇ କ୍ରିକେଟ ବୋର୍ଡ ମଧ୍ୟରେ ଉଚିତ ସମନ୍ବୟ ଯୋଗୁଁ ଏହି ସିରିଜ ସମ୍ଭବ ହୋଇ ପାରିଲା।

32 ବର୍ଷ ପରେ ବ୍ରିସବେନ ପଡ଼ିଆରେ ଭାରତ ଟେଷ୍ଟ ମ୍ୟାଚ ଜିତିଛି। ଲଗାତାର ତୃତୀୟ ଥର ଭାରତ ବୋର୍ଡର ଗାଭାସ୍କାର ଟ୍ରଫିରେ ବିଜୟ ହାସଲ କରିଛି। ତେବେ ଏହି ବିଜୟ ଏତେ ସହଜ ନଥିଲା। ସିରିଜ ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟ ହେବାପରେ ଭାରତ ଏହି ସିରିଜ ଜିତି ପାରିବ ବୋଲି କେହି କେବେ ଆଶା କରିନଥିଲେ। ଆହତଜନିତ ସମସ୍ୟା ସତ୍ତ୍ବେ ଭାରତ ସମସ୍ତ ଆକଳନକୁ ମିଛ ପ୍ରମାଣିତ କରି ଏହି ବିଜୟ ହାସଲ କରିଛି। ଏହି ବିଜୟ ପାଇଁ ବିସିସିଆଇ ପକ୍ଷରୁ ପ୍ରତ୍ୟେକ ଖେଳାଳିଙ୍କୁ 5କୋଟି ଟଙ୍କା ଦେବାକୁ ଘୋଷଣା ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.