ସିଡନୀ: ପ୍ରଥମ ଥର ପାଇଁ ପୁରୁଷ କ୍ରିକେଟରେ ଜଣେ ମହିଳା କରିବେ ଅମ୍ପାୟାରିଂ। ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିବ। ତେବେ ପଡ଼ିଆ ଭିତରେ ନୁହେଁ ମହିଳା ଅମ୍ପାୟାର ଜଣକ ପଡ଼ିଆ ବାହାରେ ରହି ଖେଳାଳିଙ୍କ ଉପରେ ନଜର ରଖିବେ। ଅଷ୍ଟ୍ରେଲିଆର କ୍ଲାରି ପୋଲସାକ ପ୍ରଥମ ଥର ପାଇଁ ଏଭଳି ସୁଯୋଗ ପାଇଛନ୍ତି।
![Australia vs India: Claire Polosak set to become first female match official in men's Test match](https://etvbharatimages.akamaized.net/etvbharat/prod-images/817415-claire-polosak-twitter_0601newsroom_1609934422_169.jpg)
ଗୁରୁବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହେବ। ଏହି ମ୍ୟାଚରେ ଅଷ୍ଟ୍ରେଲିଆର କ୍ଲାରି ପୋଲସାକ ଚତୁର୍ଥତ ଅମ୍ପାୟାର ଦାୟିତ୍ବ ତୁଲାଇବେ। 32 ବର୍ଷୀୟ କ୍ଲାରା ପୂର୍ବରୁ ପୁରୁଷ ଦିନିକିଆ କ୍ରିକେଟ ମ୍ୟାଚରେ ଫିଲ୍ଡ ଅମ୍ପାୟାରିଂ କରିଛନ୍ତି। ଆଇସିସିର ଦ୍ବିତୀୟ ଡିଭିଜନରେ ନାମ୍ବିଆ ଓ ଓମାନ ମଧ୍ୟରେ ଖେଳାଯାଇଥିବା ଦିନିକିଆରେ ସେ ଫିଲ୍ଡ ଅମ୍ପାୟାରିଂ କରିଥିଲେ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚରେ ପଲ ରିଫେଲ ଓ ପଲ ୱିଲସନ ଫିଲ୍ଡ ଅମ୍ପାୟାର ରହିଥିବା ବେଳେ ବ୍ରୁସ ଅକ୍ସେନ ଫୋର୍ଡ ଟିଭି ଅମ୍ପାୟାର ରହିବେ। ଏହାସହ ଡେଭିଡ ବୁନ ତୃତୀୟ ଟେଷ୍ଟରେ ମ୍ୟାଚ ରେଫରୀ ଦାୟିତ୍ବ ତୁଲାଇବେ। ତେବେ ଆଇସିସି ନିୟମ ଅନୁଯାୟୀ ଚତୁର୍ଥ ଅମ୍ପାୟାର ନିଷ୍ପତ୍ତି ଆୟୋଜକ ଦେଶ ନେବେ। ଏଥିପାଇଁ ଏହି ମ୍ୟାଚରେ କ୍ଲାରି ପୋଲସାକଙ୍କୁ ଚତୁର୍ଥ ଅମ୍ପାୟାରିଂ ଦାୟିତ୍ବ ଦେଇଛି କ୍ରିକେଟ ଅଷ୍ଟ୍ରେଲିଆ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ