ETV Bharat / sports

ମେଲବୋର୍ଣ୍ଣରେ ଟିମ ଇଣ୍ଡିଆର ଐତିହାସିକ ବିଜୟ; 8 ୱିକେଟରେ ଜିତିଲା ଦ୍ବିତୀୟ ଟେଷ୍ଟ

ଅଷ୍ଟ୍ରେଲିଆ ମେଲବୋର୍ଣ୍ଣରେ ଅନୁଷ୍ଠିତ ବକ୍ସି ଡେ ଟେଷ୍ଟ ମ୍ୟାଚରେ ଭାରତୀୟ ଟିମର ଐତିହାସିକ ବିଜୟ । 8 ୱିକେଟରେ କଙ୍ଗାରୁ ଦଳକୁ ପରାସ୍ତ କଲା ଭ୍ରମଣକାରୀ ଦଳ । ବର୍ଷ ଶେଷରେ ଟିମ ଇଣ୍ଡିଆର ବିଜୟ ।

ମେଲବୋର୍ଣ୍ଣରେ ଟିମ ଇଣ୍ଡିଆର ଐତିହାସିକ ବିଜୟ
ମେଲବୋର୍ଣ୍ଣରେ ଟିମ ଇଣ୍ଡିଆର ଐତିହାସିକ ବିଜୟ
author img

By

Published : Dec 29, 2020, 9:26 AM IST

Updated : Dec 29, 2020, 10:21 AM IST

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆ ମେଲବୋର୍ଣ୍ଣରେ ଅନୁଷ୍ଠିତ ବକ୍ସି ଡେ ଟେଷ୍ଟ ମ୍ୟାଚରେ ଭାରତୀୟ ଟିମର ଐତିହାସିକ ବିଜୟ । 8 ୱିକେଟରେ ଭ୍ରମଣକାରୀ ଦଳ କଙ୍ଗାରୁ ଦଳକୁ ପରାସ୍ତ କରିଛି । ଦ୍ବିତୀୟ ପାଳିରେ ଭାରତ ସାମ୍ନାରେ 70 ରନର ଟାର୍ଗେଟ ଥିଲା । ଦଳ ଦୁଇ ୱିକେଟ ହରାଇ ମ୍ୟାଚ୍‌ରେ ବାଜିମାତ କରିଛି । ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବରେ ମ୍ୟାଚର ପ୍ରଥମ ଦିନରୁ ଚମତ୍କାର ପ୍ରଦର୍ଶନ ସହ ଘରୋଇ ଅଷ୍ଟ୍ରେଲିଆ ଉପରେ ପ୍ରଭାବ ବିସ୍ତାର କରିଥିଲା ଭାରତ।

ଏହି ମ୍ୟାଚ୍ ପୂର୍ବରୁ ଗୋଲାପୀ ବଲ୍( ଡେ-ନାଇଟ) ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଦଳ ଏହାର ବଦଲା ନେଇଛି । ଯାହାର ଫଳରେ 4 ଟି ସିରିଜରୁ ବର୍ତ୍ତମାନ ଉଭୟ ଦଳ 1-1 ସିରିଜ ବରାବର ରଖିଛନ୍ତି ।

ମେଲବୋର୍ଣ୍ଣରେ ଟିମ ଇଣ୍ଡିଆର ଐତିହାସିକ ବିଜୟ
ମେଲବୋର୍ଣ୍ଣରେ ଟିମ ଇଣ୍ଡିଆର ଐତିହାସିକ ବିଜୟ

ଦ୍ବିତୀୟ ଟେଷ୍ଟର ପ୍ରଥମ ଇଂନିସରେ କଙ୍ଗାରୁ ଦଳ ମାତ୍ର 195 ରନରେ ଆଲଆଉଟ ହୋଇଥିଲା । ଜବାବରେ ଅଧିନାୟକ ଅଜିଙ୍କ୍ୟ ରାହାଣେ ଦମଦାର ଶତକ ଓ ଜାଡେଜାଙ୍କ 57 ରନର ଅର୍ଦ୍ଧଶତକୀୟ ଇଂନିସ ଓ ଶୁମୱ ଗିଲଙ୍କ 45 ରନର ସହାୟତାରେ ପ୍ରଥମ ଇଂନିସେ ଟିମ ଇଣ୍ଡି 326 ରନ କରିଥିଲା । ଫଳରେ ଅଷ୍ଟ୍ରେଲିଆ ଠାରୁ 131 ରନରେ ଆଗୁଆ ଥିଲା ଟିମ ।

ଅଷ୍ଟ୍ରେଲିଆର ଦ୍ବିତୀୟ ଇଂନିସରେ ସ୍ପିନର ରବିନ୍ଦ୍ର ଜାଡେଜାଙ୍କୁ 2ଟି ୱିକେଟ ଓ ଜଶପ୍ରୀତ ବୁମରା, ଉମେଶ ଯାଦବ , ମହମ୍ମଦ ସିରାଜ, ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଫଳରେ ଘାତକ ବୋଲିଂ ଆକ୍ରମଣ ଯୋଗୁଁ ଅଷ୍ଟ୍ରେଲିଆ ମାତ୍ର 200 ରନ କରିବାକୁ ସଫଳ ହୋଇଥିଲା ।

ଫଳରେ ଭାରତୀୟ ଟିମ ପାଇଁ 70 ରନର ଟାର୍ଗେଟ ମିଳିଥିଲା । ମୟଙ୍କ ଅଗ୍ରୱାଲ 15 ବଲରେ 5 ରନ କରିଥିବାବେଳେ 36 ବଲରେ 35 ରନ କରି ରନ ଆଉଟ ହୋଇଥିଲେ ସୁବମନ ଗିଲ । ଏହା ପରେ ଛିତେଶ୍ବର ପୂଜାରା ମତ୍ର 3 ରନ କରି କ୍ୟାଚ ଆଉଟ ହୋଇଥିଲେ । ଏହା ପରେ ଅଧିନାୟକ ଅଜିଙ୍କ୍ୟ ରାହାଣେ 27 ରନ କରି ଅପରାଜିତ ରହିଥିଲେ ।

ସୂଚନାଯୋଗ୍ୟ, 3ୟ ଟେଷ୍ଟ ମ୍ୟାଚ ଜାନୁଆରୀ 7 ତାରିଖରୁ ସିଡନୀ ଗ୍ରାଉଣ୍ଡରେ ଖେଳାଯିବ । ତେବେ କୋରୋନା ସଂକ୍ରମଣ ବଢୁଥିବା ଦେଖି ଗ୍ରାଉଣ୍ଡ ପରିବର୍ତ୍ତନ ହୋଇପାରେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 29, 2020, 10:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.