ETV Bharat / sports

Eng vs Ind 4th test: ପ୍ରଥମ ଇନିଂସରେ ଭାରତ 191ରେ ଅଲଆଉଟ - 191 runs in first innings

ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ଚତୁର୍ଥ ଟେଷ୍ଟ ମ୍ୟାଚ । ପ୍ରଥମ ଇନିଂସରେ ମାତ୍ର ୧୯୧ ରନରେ ଭାରତୀୟ ଦଳ ଅଲଆଉଟ ହୋଇଛି । ଅଧିକ ପଢ଼ନ୍ତୁ...

Eng vs Ind 4th test:  ପ୍ରଥମ ଇନିଂସରେ ଭାରତ 191ରେ ଅଲଆଉଟ

author img

By

Published : Sep 2, 2021, 9:48 PM IST

ଓଭାଲ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ଚତୁର୍ଥ ଟେଷ୍ଟ ମ୍ୟାଚ । ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଇଂଲଣ୍ଡ । ତେବେ ଭାରତ ପୁନଃ ଇଂଲଣ୍ଡ ସାମ୍ନାରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା ହୋଇଛି । ମାତ୍ର ୧୯୧ ରନରେ ଭାରତୀୟ ଦଳ ଅଲଆଉଟ ହୋଇଛି । ମାତ୍ର ୨୮ ରନ ଦଳୀୟ ସ୍କୋରବେଳେ ରୋହିତ ଶର୍ମା ୧୭ ରନ କରି ଆଉଟ ହୋଇଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ଭାରତ ୱିକେଟ ହରାଇବା ଆରମ୍ଭ କଲା ।

ଦଳୀୟ ସ୍କୋର ୨୮ ରନ ହୋଇଥିବାବେଳେ ଭାରତୀୟ ଦଳ କେ.ଏଲ ରୂପରେ ଆଉ ଏକ ୱିକେଟ ହରାଇଥଲା । କେ.ଏଲ ରାହୁଲ ୧୧ ରନ କରି ପାଭେଲିୟନ ଫେରିଥିଲେ । ଚେତେଶ୍ବର ପୂଜାରା ଦଳକୁ ପୁଣି ନିରାଶ କରି ମାତ୍ର ୪ ରନ ହିଁ କରିବାକୁ ସକ୍ଷମ ହୋଇ ପାରିଥିଲେ । ଏହପରେ ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ଏକ ମାତ୍ର ବ୍ୟାଟସ୍ୟାନ ଭାବରେ ସଂଘର୍ଷ କରି ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ସେ ଅର୍ଦ୍ଧଶତକ ହାସଲ କରିବା ପରେ ପରେ ହିଁ ରବିନସନଙ୍କ ବଲରେ ଆଉଟ ହୋଇ ପୁନଃ ଶତକରୁ ବଞ୍ଚିତ ହୋଇଥିଲେ ।

ସେହି ସମୟରେ ଭାରତର ଦଳୀୟ ସ୍କୋର ମାତ୍ର ୧୦୫ ରନ ହୋଇଥିଲା । ଏହାପରେ ଆଜିଙ୍କ୍ୟ ରାହାଣେ ମାତ୍ର ୧୪ ରନ କରି ପାରିଥିଲେ । ସେ କ୍ରେଗ୍ ଓଭରଟନଙ୍କ ବଲରେ ଆଉଟ ହୋଇଥିଲେ । ତେବେ ଆଜିର ଇନିଂସରେ ରବିନ୍ଦ୍ର ଜାଡେଜା ୫ ନମ୍ବରରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ । ତେବେ ସେ ମଧ୍ୟ କୌଣସି କମାଲ କରି ପାରିନଥିଲେ । ଋଷଭ ପନ୍ତ ଆଉଟ ହେବାପରେ ଶାର୍ଦ୍ଦୁଲ ଠାକୁର ବ୍ୟାଟିଂ କରିବାକୁ ଆସିଥିଲେ । ସେହି ସମୟରେ ଦଳୀୟ ସ୍କୋର ୧୩୫ ରନ ହୋଇଥିଲା । ଶାର୍ଦ୍ଦୁଲ ଠାକୁର ଦମଦାର ପ୍ରଦର୍ଶନ କରି ଦଳୀୟ ସ୍କୋରକୁ ୧୯୦ରେ ପହଞ୍ଚାଇଇଥିଲେ । ତେବେ ସେ ଆଉଟ ହେବାପରେ ୧୯୧ ସ୍କୋର ଭାରତ ତାର ସମସ୍ତ ୱିକେଟ ହରାଇଥିଲା ।

ଇଂଲଣ୍ଡ ବୋଲରଙ୍କ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ ଆତ୍ମସମର୍ପଣ କରି ଦେଇଥିବା ମନେ ହୋଇଛି । ତେବେ ଏହି ମ୍ୟାଚ କେଉଁ ଆଡ଼କୁ ଗତି କରିବ ତାହା ଇଂଲଣ୍ଡର ବ୍ୟାଟିଂ ପରେ ହିଁ ଜଣା ପଡ଼ିବ । କିନ୍ତୁ ଭାରତୀୟ ଦଳର ଟପ ଅର୍ଡର ଲଗାତାର ଫେଲ ମାରିବା ଏବେ ଅଧିନାୟକ ବିରାଟ କୋହଲିଙ୍କୁ ଚିନ୍ତାରେ ପକାଇ ଦେଇଛି । ସେପଟେ ଓଭାଲ ଟେଷ୍ଟ ପାଇଁ ଭାରତୀୟ ଦଳରେ ଅଶ୍ବିନଙ୍କୁ ସାମିଲ ନକରାଯିବା ନେଇ କୋହଲି ସମାଲୋଚନାର ଶିକାର ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.