ETV Bharat / sports

ଆଜି ଅନ୍ତିମ ଦିନିକିଆ, ଭାରତ ପାଇଁ ସମ୍ମାନର ଲଢେଇ

ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଆଜି(ରବିବାର) ଖେଳାଯିବ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ । ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ ଜିତିନେଇଛି ଦକ୍ଷିଣ ଆଫ୍ରିକା । ଆଜି କ୍ଲିନ ସୁଇପ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଦଳ । ଅଧିକ ପଢନ୍ତୁ

author img

By

Published : Jan 23, 2022, 9:21 AM IST

ଭାରତ ପାଇଁ ସମ୍ମାନର ଲଢେଇ
ଭାରତ ପାଇଁ ସମ୍ମାନର ଲଢେଇ

କେପ ଟାଉନ: ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଆଜି(ରବିବାର) ଖେଳାଯିବ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ । ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ ଜିତିନେଇଛି ଦକ୍ଷିଣ ଆଫ୍ରିକା । ଆଜି କ୍ଲିନ ସୁଇପ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଦଳ । ସେହିପରି ସିରିଜ ହାତଛଡା କରି ସାରିଥିବା ଟିମ ଇଣ୍ଡିଆ ଆଜି ବିଜୟ ସହ ସମ୍ମାନ ବଞ୍ଚାଇବାକୁ ପ୍ରୟାସ କରିବ ।

ପ୍ରଥମ ୨ଟି ଦିନିକିଆକୁ କବଜା କରି ନେଇଛି ଦକ୍ଷିଣ ଆଫ୍ରିକା । ୨ଟି ଯାକ ମ୍ୟାଚରେ ସବୁ ବିଭାଗରେ ଭାରତ ବିଫଳ ହୋଇଥିଲା । ବ୍ୟାଟିଂ ବୋଲିଂ ବ୍ୟତୀତ ନେତୃତ୍ବରେ ମଧ୍ୟ ବିଫଳତା ଦେଖିବାକୁ ମିଳିଥିଲା । ପ୍ରଥମ ଦୁଇ ମ୍ୟାଚର ଫଳାଫଳକୁ ଦେଖିଲେ ଆଜିର ମ୍ୟାଚରେ ଘରୋଇ ଦଳର ପଲା ଭାରି ପଡିପାରେ ।

ତେବେ ଆଜି ଯାହା ବି ହେଲେ ଟିମ ଇଣ୍ଡିଆକୁ ମ୍ୟାଚ ଜିତିବାକୁ ହେବେ କାରଣ ଏହା ସମ୍ମାନର ଲଢେଇ । ମ୍ୟାଚକୁ ନିଜର କରିବାକୁ ହେଲେ ଭାରତକୁ ଅନେକ ତ୍ରୁଟି ସୁଧାରିବାକୁ ପଡିବ । ଯୁବ ଖେଳାଳିଙ୍କୁ କିଛି ଚମତ୍କାର କରିବାକୁ ପଡିବ ।

ତେବେ ଆଜିର ମ୍ୟାଚରେ ଟିମରେ କିଛି ବଡ ପରିବର୍ତ୍ତନର ଆଶା କରାଯାଉଛି । ଋତୁରାଜ ଗାଏକ୍ବାର୍ଡ ଓ ସୂର୍ଯ୍ୟକୁମାରଙ୍କ ସ୍ଥାନ ମିଳିବାର ଆଶା କରାଯାଉଛି । ରାହୁଲଙ୍କ ସହ ଋତୁରାଜ ଓପନ କରିବେ । ଫର୍ମ ହରାଇଥିବା ଶ୍ରେୟସଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଖେଳିପାରନ୍ତି ।

ଭାରତକୁ ବ୍ୟାଟିଂ ସହ ବୋଲିଂ ବିଭାଗରେ ପରିବର୍ତ୍ତନ ଆଣିବାକୁ ପଡିବ । ବୁମରାଙ୍କୁ ବିଶ୍ରାମ ଦେଇ ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିବ । ସେହିପରି ଭୁବନେଶ୍ବରଙ୍କ ସ୍ଥାନରେ ଦୀପକ ଚହର ଖେଳିବା ଏକପ୍ରକାର ନିଶ୍ଚିନ୍ତ । କେପଟାଉନ ଗ୍ରାଉଣ୍ଡ ପେସ୍ ବୋଲରଙ୍କୁ ସହାୟକ ହେବ । ଜଳବାୟୁ ଅନୁସାରେ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେଇପାରେ । ତେବେ ଟିମ ଇଣ୍ଡିଆର ସମ୍ମାନ ରହୁଛି ନା ଦକ୍ଷିଣ ଆଫ୍ରିକା ମୂଳପୋଛ କରୁଛି ତାହା ମ୍ୟାଚ ପରେ ସ୍ପଷ୍ଟ ହୋଇଯିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.