ETV Bharat / sports

india south africa T20 : ଟସ ଜିତି ଦକ୍ଷିଣ ଆଫ୍ରିକାର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଭାରତ - ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ

ଆଜି ଦକ୍ଷିଣ ଆଫ୍ରିକା ସହିତ ଦ୍ବିତୀୟ ଟି୨୦ ମ୍ୟାଚ ଖେଳୁଛି ଭାରତ । ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଅଧିକ ପଢ଼ନ୍ତୁ

india south africa T20 : ଟସ ଜିତି ଦ.ଆଫ୍ରିକାର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ଭାରତ

author img

By

Published : Oct 2, 2022, 6:49 PM IST

Updated : Oct 2, 2022, 7:20 PM IST

ହାଇଦ୍ରାବାଦ: ଆଜି ଦକ୍ଷିଣ ଆଫ୍ରିକା ସହିତ ଦ୍ବିତୀୟ ଟି୨୦ ମ୍ୟାଚ ଖେଳୁଛି ଭାରତ । ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିବ ଭାରତ ।

ଏହି ଦ୍ବିତୀୟ ଟି୨୦ ମ୍ୟାଚ୍‌ ଗୌହ୍ବାଟିରେ ଖେଳାଯାଉଛି । ଆଜିର ମ୍ୟାଚ ପାଇଁ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପ୍ରଥମ ଟି୨୦ ଚୂଡାନ୍ତ ଏକାଦଶରେ ଯେଉଁମାନେ ଚୟନ ହୋଇଥିଲେ ସେମାନେ ଦ୍ବିତୀୟ ଟି୨୦ ମଧ୍ୟ ଖେଳୁଛନ୍ତି । ଭାରତ ଏହି ତିନି ଟିକିଆ ଟି୨୦ ସିରିଜରେ ୧-୦ରେ ଆଗୁଆ ରହିଛି । ତେବେ ଆଜିର ମ୍ୟାଚରେ ଭାରତ ତାର ବିଜୟ ଧାରା ବଜାୟ ରଖିବା ସହିତ ସିରିଜ ହାତେଇବାକୁ ଚେଷ୍ଟା କରିବ । ସେପଟେ ଏହି ସିରିଜରେ ଦ୍ବିତୀୟ ଟି୨୦ ମ୍ୟାଚ ଜିତି ସିରିଜ ବିଜୟ ଆଶା ଉଜ୍ଜିବିତ ରଖିବାକୁ ଦକ୍ଷିଣ ଆଫ୍ରିକା ପ୍ରୟାସ କରିବ । ପ୍ରଥମ ଟି୨୦ରେ ଭାରତ ୮ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଦକ୍ଷିଣ ଆଫ୍ରିକା ୯ ରନରେ ୫ ୱିକେଟ ହରାଇଥିଲା । ସେପରେ ସୂର୍ଯ୍ୟକୁମାର ଯାଦବ ଏବଂ ଲୋକେଶ ରାହୁଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଭାରତ ମ୍ୟାଚ ବିଜୟୀ ହୋଇଥିଲା ।

ଚୂଡାନ୍ତ ଏକାଦଶ ଭାରତ : ରୋହିତ ଶର୍ମା ( ଅଧିନାୟକ ), ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ ( ୱିକେଟ କିପର ), ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବିନୀ, ହର୍ଷଲ ପଟେଲ, ଦୀପକ ଚହର, ଅର୍ଶଦୀପ ସିଂହ ।

ଚୂଡାନ୍ତ ଏକାଦଶ ଦକ୍ଷିଣ ଆଫ୍ରିକା : କ୍ବିଣ୍ଟନ ଡିକକ୍ ( ୱିକେଟ କିପର ), ତେମ୍ବା ବାହୁମା ( ଅଧିନାୟକ ), ରିଲେ ରୋସୌ, ଏଡେନ ମାକ୍ରମ, ଡାଭିଡ ମିଲର, ତ୍ରିସ୍ତାନ ଷ୍ଟୁବାସ, ୱେନ୍‌ ପାର୍ନେଲ, କେଶବ ମହାରାଜା, କାଗିସୋ ରାବଡା, ଏନରିକ୍‌ ନୋର୍କିଆ, ଲୁଙ୍ଗି ନିଗିଡି ।

Last Updated : Oct 2, 2022, 7:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.