ETV Bharat / sports

INDvsSL 3rd T20I: ସୂର୍ଯ୍ୟକୁମାରଙ୍କ ଦ୍ରୁତ ଶତକ, ଶ୍ରୀଲଙ୍କାକୁ ବିଶାଳ ୨୨୯ରନର ଟାର୍ଗେଟ - ସୂର୍ଯ୍ୟକୁମାର ଯାଦବଙ୍କ ଦ୍ରୁତ ଶତକ

ଶ୍ରୀଲଙ୍କା ଆଗରେ ବିଶାଳ ୨୨୯ ରନର ଟାର୍ଗେଟ ରଖିଲା ଭାରତ । ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟି୨୦ ମ୍ୟାଚ ଖେଳାଯାଉଛି । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରେ 5 ୱିକେଟ ହାରାଇ ୨୨୯ ରନ କରିଛି । ଅଧିକ ପଢନ୍ତୁ

ସୂର୍ଯ୍ୟକୁମାର ଯାଦବ
ସୂର୍ଯ୍ୟକୁମାର ଯାଦବ
author img

By

Published : Jan 7, 2023, 8:41 PM IST

Updated : Jan 7, 2023, 10:04 PM IST

ରାଜକୋଟ: ସୂର୍ଯ୍ୟକୁମାର ଯାଦବଙ୍କ ଦ୍ରୁତ ଶତକ । ଶ୍ରୀଲଙ୍କା ଆଗରେ ବିଶାଳ ୨୨୯ ରନର ଟାର୍ଗେଟ ରଖିଲା ଭାରତ । ଆଜି ଭାରତ ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟି୨୦ ମ୍ୟାଚ ଖେଳାଯାଉଛି । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରେ 5 ୱିକେଟ ହାରାଇ ୨୨୮ ରନ କରିଛି । ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ଶତକୀୟ ପାଳି ଖେଳି ଅପରାଜିତ ରହିଛନ୍ତି ।

ରାଜକୋଟ ମଇଦାନରେ ଚୌକା ଛକାର ବର୍ଷା କଲେ Sky । ଆଜି (ଶନିବାର) ଖେଳାଯାଇଥିବା ତୃତୀୟ ଟି୨୦ ମ୍ୟାଚରେ ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ତାଙ୍କର ତେଜ ଦେଖାଇଛନ୍ତି । ସେ ମାତ୍ର ୪୫ ବଲରୁ ଶତକ ହାସଲ କରିଛନ୍ତି । ତାଙ୍କ ବିସ୍ଫୋରକ ପାଳି ବଳରେ ଭାରତ ଶ୍ରୀଲଙ୍କା ଆଗରେ ବିଶାଳ ୨୨୯ ରନର ଟାର୍ଗେଟ ଦେବାର ସକ୍ଷମ ହୋଇପାରିଛି । ପ୍ରାରମ୍ଭରୁ ଭାରତର ଓପନିଂ ଯୋଡି ଫେଲ ମାରିଥିଲା । ଓପନର ଇଶାନ କିଶାନ ମାତ୍ର ୧ ରନ କରି ସଅଳ ପାଭଲିୟନ ଲେଉଟିଯାଇଥିଲେ । ତୃତୀୟ ବ୍ୟାଟିଂ ଅର୍ଡରରେ ରାହୁଲ ତ୍ରିପାଠୀ ଦମଦାର ଇନିଂସ ଖେଳିଥିଲେ ।

୧୬ ବଲରୁ ୩୫ ରନ କରି କ୍ୟାଚ ଆଉଟ ହୋଇଥିଲେ ତ୍ରିପାଠୀ । ଏହାପରେ ମଇଦାନରେ ଦମଦାର ଏଣ୍ଟ୍ରିମାରିଥିଲେ ସୂର୍ଯ୍ୟକୁମାର ଯାଦବ । ଷ୍ଟାଡିୟମରେ ଚୌକା ଛକା ବର୍ଷା କରି ଦ୍ରୁତ ଶତକ ହାସଲ କରିଥିଲେ । ସେ ୫୧ ବଲରୁ ୭ ଟି ଚୌକା ଓ ୯ ଟି ଛକା ବଳରେ ୧୧୨ ରନର ବିସ୍ଫୋରକ ପାଳି ଖେଳି ଅପରାଜିତ ରହିଛନ୍ତି । ବର୍ଷ ୨୦୨୩ରେ ଭାରତୀୟ ଭାବରେ ପ୍ରଥମ ଶତକ ହାସଲ କରିଛନ୍ତି Sky । ଏହା ସହିତ ଏହା ତାଙ୍କ ଟି୨୦ କ୍ୟାରିୟରର ଏହା ତୃତୀୟ ଶତକ ।

ଶୁବମନ ଗିଲ ୩୬ ବଲରୁ ୨ ଟି ଚୌକା ଓ ୩ ଟି ଛକା ସହିତ ୪୬ ରନ କରିଥିଲେ । ସେପଟେ ଆଜି ହାର୍ଦ୍ଦିକ ପାଣ୍ଡ୍ୟା ଓ ଦୀପକ ହୁଡା ନିରାଶ କରିଛନ୍ତି । ଉଭୟ ୪ ରନ କରି ଆଉଟ ହୋଇଥିଲେ । ଅକ୍ଷର ପଟେଲ ୯ ଟି ବଲରୁ ୪ ଟି ଚୌକା ସହିତ ୨୧ ରନ କରି ଅପରାଜିତ ରହିଛନ୍ତି । ଶ୍ରୀଲଙ୍କାର ଦିନସନ ମଧୁଶଙ୍କା ସର୍ବାଧିକ ୨ ଟି ୱିକେଟ ଅକ୍ତିଆର କରିଛନ୍ତି । ଚମିରା କରୁଣାରତ୍ନେ, ୱାନେନ୍ଦୁ ହସରଙ୍ଗା, କାସୁନ ରଜିଥା ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ସେପଟେ ଶ୍ରୀଲଙ୍କା ସିରିଜ ଜିତିବା ଲକ୍ଷ୍ୟରେ ୨୨୯ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଛି ।

Last Updated : Jan 7, 2023, 10:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.