ETV Bharat / sports

INDvsNZ 3rd T20I: ଗିଲଙ୍କ ଧୂଆଁଧାର ଶତକ, ନ୍ୟୁଜିଲାଣ୍ଡ ଆଗରେ 235ରନ ଟାର୍ଗେଟ - ଭାରତ ନ୍ୟୁଜିଲାଣ୍ଡ ତୃତୀୟ ଟି୨୦

ନ୍ୟୁଜିଲାଣ୍ଡ ଆଗରେ ଭାରତ ରଖିଲା 235 ରନର ଟାର୍ଗେଟ । ଶୁବମନ ଗିଲ ବିସ୍ଫୋରକ ଶତକୀୟ ଇନିଂସ ଖେଳି ଅପରାଜିତ ରହିଛନ୍ତି । ଅଧିକ ପଢନ୍ତୁ

ଶୁବମନ ଗିଲ
ଶୁବମନ ଗିଲ
author img

By

Published : Feb 1, 2023, 8:59 PM IST

ଅହମ୍ମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଯୁବ ବ୍ୟାଟର ଗିଲଙ୍କ ଦମଦାର ସୋ । ଅନ୍ତର୍ଜାତୀୟ ଟି୨୦ କ୍ୟାରିୟରରେ ହାସଲ କଲେ ପ୍ରଥମ ଶତକ । ନ୍ୟୁଜିଲାଣ୍ଡ ଆଗରେ ଭାରତ ରଖିଲା 235 ରନର ଟାର୍ଗେଟ । ଆଜି (ବୁଧବାର) ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି୨୦ ମ୍ୟାଚ ଖେଳାଯାଉଛି । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ 4 ୱିକେଟ ହରାଇ 234 ରନ କରିଛି । ଶୁବମନ ଗିଲ ବିସ୍ଫୋରକ ୧୨୬ ରନର ଇନିଂସ ଖେଳି ଅପରାଜିତ ରହିଛନ୍ତି ।

ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚୌକା ଛକା ବର୍ଷା କଲେ ଯୁବ ବ୍ୟାଟର ଶୁବମନ ଗିଲ । ୨୦୨୩ ବର୍ଷ ଗିଲଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ଗିଲ ଅନ୍ତର୍ଜାତୀୟ ଟି୨୦ କ୍ୟାରିୟରରେ ପ୍ରଥମ ଟି୨୦ ଶତକ ହାସଲ କରିଛନ୍ତି । ଏହା ତାଙ୍କର ୫ମ ଅନ୍ତର୍ଜାତୀୟ ଶତକ । ସେ ୫୪ ବଲରୁ ଶତକ ହାସଲ କରିଛନ୍ତି । ପ୍ରଥମ ୩୫ ବଲରେ ୫୦ ରନର ଇନିଂସ ଖେଳିଥିବା ବେଳେ ପରବର୍ତ୍ତୀ ୧୯ ବଲରେ ୫୧ ରନର ଇନିଂସ ଖେଳି ଟି୨୦ କ୍ୟାରିୟରର ନିଜର ପ୍ରଥମ ଶତକ ହାସଲ କରିବାରେ ସଫଳ ହୋଇଛନ୍ତି ଶୁବମନ ଗିଲ । ଗିଲଙ୍କ ଧୂଆଁଧାର ଇନିଂସ ବଳରେ ଭାରତ ୨୩୪ ରନର କରିବାରେ ସକ୍ଷମ ହୋଇଛି । ସେ ୬୩ ବଲରୁ ୧୨ ଟି ଚୌକା ଏବଂ ୭ ଟି ଛକା ବଳରେ ୧୨୬ ରନର ଇନିଂସ ଖେଳି ଅପରାଜିତ ରହିଛନ୍ତି ।

ଟସ ଜିତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତୃତୀୟ ଟି୨୦ ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ୧.୨ ଓଭରରେ ଓପନର ଇଶାନ କିଶାନଙ୍କ ୱିକେଟ ପଡିଥିଲା । ଏହପରେ ରାହୁଲ ତ୍ରିପାଠୀ ଓ ଶୁବମନ ଗିଲ ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ । ତ୍ରିପାଠୀ ୨୨ ବଲରୁ ୪ ଟି ଚୌକା ଏବଂ ୩ ଟି ଛକା ବଳରେ ୪୪ ରନର ଦମଦାର ଇନିଂସ ଖେଳି ଆଉଟ ହୋଇଥିଲେ । ମଇଦାନରେ ଦୃଢ ବ୍ୟାଟିଂ ଜାରି ରଖିଥିଲେ ଗିଲ । ଏହା ପରେ ସୂର୍ଯ୍ୟକୁମାର ଯାଦବ ତାଙ୍କ ସହିତ ପାଳି ସମ୍ଭାଳିଥିଲେ । ସେ ୧୩ ବଲରୁ ଗୋଟିଏ ଚୌକା ଏବଂ ୨ ଟି ଛକା ବଳରେ ୨୪ ରନର ଇନିଂସ ଖେଳିଥିଲେ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ୧୭ ବଲରୁ ୪ ଟି ଚୌକା ଏବଂ ଗୋଟିଏ ଛକା ବଳରେ ୩୦ ରନର ଇନିଂସ ଖେଳିଥିଲେ । ସେପଟେ ନ୍ୟୁଜିଲାଣ୍ଡ ତୃତୀୟ ଟି୨୦ ମ୍ୟାଚ ଜିତିବା ଲକ୍ଷ୍ୟରେ ୨୩୫ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.