କଲମ୍ବୋ: ପ୍ରଥମ ଟି-୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୧୬୫ ରନ ଟାର୍ଗେଟ ଦେଇଛି ଭାରତ । ଟସ ଜିତି ପ୍ରଥମ ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ଶ୍ରୀଲଙ୍କା । ତେବେ ଆରମ୍ଭରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ଖାତା ଖୋଲିବା ପୂର୍ବରୁ ପୃଥ୍ବୀ ଶ' ଆଉଟ ହୋଇ ପାଭେଲିୟନକୁ ଫେରିଥିଲେ ।
ଏହାପରେ ସଞ୍ଜୁ ସାମସନ ଓ ଅଧିନାୟକ ଶିଖର ଧାୱନଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା । ଦଳୀୟ ସ୍କୋର ୫୧ ରନ ହୋଇଥିବା ବେଳେ ସଞ୍ଜୁ ସାମସନ ହସାରଙ୍ଗାଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ପୁନଃ ସୂର୍ଯ୍ୟକୁମାର ଯାଦବ ଓ ଶିଖର ଧାୱନ ଭାରତୀୟ ପାଳିକୁ ସମ୍ଭାଳିଥିଲେ । ଦୁହିଁଙ୍କ ଅର୍ଦ୍ଧଶତକୀୟ ଭାଗିଦାରୀ ଫଳରେ ଦଳୀୟ ସ୍କୋର ୧୧୩ ରନରେ ପହଞ୍ଚି ପାରିଥିଲା । ଏହାପରେ ଶିଖର ଧାୱନ ୪୬ ରନ୍ ବ୍ୟକ୍ତିଗତ ସ୍କୋର କରି ଆଉଟ ହୋଇଥିଲେ ।
ଶିଖର ଧାୱନଙ୍କ ପରେ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ୫୦ ରନ କରି ପାଭେଲିୟନ ଫେରିଥିଲେ । ଏହାପରେ ପଡ଼ିଆକୁ ଓହ୍ଲାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୧୦ ରନ କରି ଚମିରାଙ୍କ ବଲର ଶିକାର ପାଲଟିଥିଲେ ।
ଶ୍ରୀଲଙ୍କା ପକ୍ଷରୁ ଦୁଶ୍ମନ୍ତ ଚମିରା ଓ ୱାନିନ୍ଦୁ ହସାରଙ୍ଗା ଯଥାକ୍ରମେ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ । ଚାମିକା କରୁଣାରତ୍ନେ ଗୋଟିଏ ୱିକେଟ ନେଇଛନ୍ତି । ଶ୍ରୀଲଙ୍କା ପକ୍ଷରୁ ଅକିଲା ଧନଞ୍ଜୟ ସର୍ବାଧିକ ୧୩.୩୦ ହାରରେ ରନ ଖର୍ଚ୍ଚ କରିଥିଲେ । ଯାହାଫଳରେ ଭାରତ ୧୬୪ ରନ କରିବାକୁ ସକ୍ଷମ ହୋଇ ପାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ