ETV Bharat / sports

Ind vs SA 3rd T20: ଭାରତର ମିଡିଲ ଅର୍ଡର ଫେଲ, ଦକ୍ଷିଣ ଆଫ୍ରିକା ସାମ୍ନାରେ ୧୮୦ ରନ୍‌ ଟାର୍ଗେଟ

author img

By

Published : Jun 14, 2022, 9:15 PM IST

ତୃତୀୟ ଟି-୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରକାକୁ ୧୮୦ ରନ୍‌ ଟାର୍ଗେଟ ଦେଇଛି ଭାରତ । ଆଜି ପୁନର୍ବାର ଭାରତ ମିଡିଲ ଅର୍ଡର ବ୍ୟାଟର ନିରାଶ କରିଛନ୍ତି । ଅଧିକ ପଢ଼ନ୍ତୁ

Ind vs SA 3rd T20: ଭାରତର ମିଡିଲ ଅର୍ଡର ଫେଲ, ଦକ୍ଷିଣ ଆଫ୍ରିକା ସାମ୍ନାରେ ୧୮୦ ରନ୍‌ ଟାର୍ଗେଟ
Ind vs SA 3rd T20: ଭାରତର ମିଡିଲ ଅର୍ଡର ଫେଲ, ଦକ୍ଷିଣ ଆଫ୍ରିକା ସାମ୍ନାରେ ୧୮୦ ରନ୍‌ ଟାର୍ଗେଟ

ବିଶାଖାପାନମ: ତୃତୀୟ ଟି-୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରକାକୁ ୧୮୦ ରନ୍‌ ଟାର୍ଗେଟ ଦେଇଛି ଭାରତ । ଆଜି ପୁନର୍ବାର ଭାରତ ମିଡିଲ ଅର୍ଡର ବ୍ୟାଟର ନିରାଶ କରିଛନ୍ତି । ଏକ ଭଲ ଆରମ୍ଭ ସତ୍ତ୍ବେ ଭାରତ ଆଶାନୁରୂପକ ସ୍କୋର୍‌ କରି ପାରିନାହିଁ ଭାରତ । ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୯ ରନ୍‌ ହିଁ କରି ପାରିଛି ଭାରତ ।

ପ୍ରଥମ ୱିକେଟ ପାଇଁ ଭାରତୀୟ ଓପେନିଂ ଯୋଡ଼ି ଦଳୀୟ ଖାତାରେ ୯୭ ରନ୍‌ ଯୋଡ଼ିଥିଲେ । ଇଶାନ କିଷନ ଏବଂ ଋତୁରାଜଙ୍କ ଧୂଆଁଦାର ପାଳି ବଳରେ ଭାରତ ୧୦ ଓଭରରେ ୯୭ ରନ୍‌ କରିଥିଲା । ଏହାପରେ ଋତୁରାଜ ଗାୟକୱାଡ ୫୭ରନ୍‌ର ଦ୍ରୁତ ପାଳି ଖେଳି ଆଉଟ ହୋଇଥିଲେ । ଶ୍ରେୟସ ଆୟର ମଧ୍ୟ ବେଶି ସମୟ ପିଚ୍‌ରେ ବିତାଇ ପାରିନଥିଲେ । ସେ ଆଉଟ ହେବାପରେ ଇଶାନ କିଷନ ମଧ୍ୟ ୫୪ ରନ୍‌ରେ ନିଜ ୱିକେଟ ହରାଇଥିଲେ । ଏହାପରେ ଆଉ କୌଣସି ବ୍ୟାଟର ଭାଗିଦାରୀ କରିବାରେ କିମ୍ବା ବଡ଼ ସଟ୍‌ ଖେଳିବାକୁ ସକ୍ଷମ ହୋଇ ପାରିନଥିଲେ ।

ଶେଷ ବେଳକୁ ହାର୍ଦ୍ଦିକ ପାଣ୍ଡ୍ୟା ୨୧ ବଲ୍‌ରୁ ୩୧ ରନ୍‌ କରି ସ୍କୋରକୁ ୧୭୯ ରନ୍‌ରେ ପହଞ୍ଚାଇଛନ୍ତି । ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଡ୍ବେନ ପ୍ରିଟୋରିଅସ ସର୍ବାଧିକ ଦୁଇଟି ୱିକେଟ ନେଇଥିବା ବେଳେ ଶାମସୀ, ମହାରାଜ ଓ ରବାଡା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଶାମସୀ ସର୍ବାଧିକ ରନ୍‌ ଖର୍ଚ୍ଚ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.