ETV Bharat / sports

Ind vs SA 4th T20: କାର୍ତ୍ତିକଙ୍କ ଧୂଆଁଦାର ପାଳି, ଦକ୍ଷିଣ ଆଫ୍ରିକା ଆଗରେ ୧୭୦ ରନ୍‌ ଟାର୍ଗେଟ - ଭାରତ ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି୨୦ ମ୍ୟାଚ୍‌

ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୭୦ ରନ୍ ଟାର୍ଗେଟ ଦେଇଛି ଭାରତ । ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଦକ୍ଷିଣ ଆଫ୍ରିକା । ଅଧିକ ପଢ଼ନ୍ତୁ

Ind vs SA 4th T20: କାର୍ତ୍ତିକଙ୍କ ଧୂଆଁଦାର ପାଳି, ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୧୭୦ ରନ୍‌ ଟାର୍ଗେଟ

author img

By

Published : Jun 17, 2022, 8:55 PM IST

ଗାନ୍ଧୀନଗର: ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୭୦ ରନ୍ ଟାର୍ଗେଟ ଦେଇଛି ଭାରତ । ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲା ଦକ୍ଷିଣ ଆଫ୍ରିକା । ପାଳି ଆରମ୍ଭରୁ ଭାରତ ୱିକେଟ ହରାଇଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ଭାରତ ୧୬୯ ରନ୍‌ କରିଛି ।

ଦଳୀୟ ସ୍କୋର୍‌ ୧୩ ରନ୍‌ ହୋଇଥିବା ବେଳେ ଭାରତ ପ୍ରଥମ ୱିକେଟ ହରାଇଥିଲା । ଏହାପରେ ମଧ୍ୟ ଇଶାନ କିଷନ ବଡ଼ ସଟ୍‌ ଖେଳିବା ଜାରି ରଖିଥିଲେ । ତେବେ ସେ ନୋର୍କିଆଙ୍କ ବଲ୍‌ରେ ଆଉଟ ହୋଇ ଫେରିଥିଲେ । ଏହାପୂର୍ବରୁ ଶ୍ରେୟସ ଆୟର ମଧ୍ୟ ଶସ୍ତାରେ ଆଉଟ ହୋଇଥିଲେ । ସେପଟେ ଋଷଭ ପନ୍ତଙ୍କ ସାଧାରଣ ପ୍ରଦର୍ଶନ ଚତୁର୍ଥ ମ୍ୟାଚ୍‌ରେ ବି ଦେଖିବାକୁ ମିଳିଛି । ସେ ମାତ୍ର ୧୭ ରନ୍‌ କରି ପାରିଥିଲେ । ଏହାପରେ ମୈଦାନକୁ ଓହ୍ଲାଇଥିଲେ କାର୍ତ୍ତିକ ।

ଷଷ୍ଠ ୱିକେଟ ପାଇଁ କାର୍ତ୍ତିକ ଓ ପାଣ୍ଡ୍ୟାଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀ ହୋଇଥିଲା । କାର୍ତ୍ତିକଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ଦଳୀୟ ସ୍କୋର୍‌ ୧୬୯ ରନ୍‌ରେ ପହଞ୍ଚିଥିଲା । ସେ ୨୭ଟି ବଲ୍‌ରୁ ୫୫ ରନ୍‌ କରିଥିଲେ । ଏଥିରେ ୯ଟି ଚୌକା ସାମିଲ ହୋଇଥିବା ବେଳେ ଦୁଇଟି ଛକା ସାମିଲ ରହିଥିଲା ।

ସେପଟେ ଇନିଂସ ଆରମ୍ଭରୁ ଦକ୍ଷିଣ ଆଫ୍ରିକା ବୋଲର ଶୃଙ୍ଖଳିତ ବୋଲିଂ କରିଥିଲେ । ଲୁଙ୍ଗି ନିଗିଡି ଦୁଇଟି ୱିକେଟ ନେଇଥିବା ବେଳେ ଜାନସେନ, ପ୍ରିଟୋରିଅସ୍‌, ନୋର୍କିଆ, ମହାରାଜ, ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ପ୍ରିଟୋରିଅସ୍‌ ସର୍ବାଧିକ ରନ୍‌ ଖର୍ଚ୍ଚ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.