ETV Bharat / sports

INDvsNZ 3rd ODI: ଓପନରଙ୍କ ଦମଦାର ଶତକ, ନ୍ୟୁଜିଲାଣ୍ଡ ଆଗରେ ୩୮୬ଟାର୍ଗେଟ - ଭାରତ ବନାମ ନ୍ୟୁଜିଲାଣ୍ଡ

ଆଜ ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଦିନିକିଆ ମ୍ୟାଚ ଖେଳୁଛି ଭାରତ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୩୮୫ ରନ କରିଛି । ଅଧିକ ପଢନ୍ତୁ

ବିରାଟ କୋହଲି ଓ ରୋହିତ ଶର୍ମା
ବିରାଟ କୋହଲି ଓ ରୋହିତ ଶର୍ମା
author img

By

Published : Jan 24, 2023, 5:16 PM IST

Updated : Jan 24, 2023, 5:48 PM IST

ଇନ୍ଦୋର : ନ୍ୟୁଜିଲାଣ୍ଡ ଆଗରେ ୩୮୬ ରନର ଟାର୍ଗେଟ ରଖିଲା ଭାରତ । ଆଜି (ମଙ୍ଗଳବାର) ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଦିନିକିଆ ମ୍ୟାଚ ଖେଳୁଛି ଭାରତ । ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୩୮୫ ରନ କରିଛି । ଆରମ୍ଭରୁ ଓପନିଂ ଯୋଡି ଦମଦାର ଆରମ୍ଭ କରଥିଲେ । ଦୁଇ ଓପନର ରୋହିତ ଶର୍ମା ଏବଂ ଶୁବମନ ଗିଲଙ୍କ ପାର୍ଟନରସିପ ଦଳୀୟ ସ୍କୋର ପାଇଁ ୨୧୨ ରନ ଯୋଡିଥିଲା । ଏହା ସହିତ ଦୁଇ ଓପନର ଧୂଆଁଧାର ଶତକୀୟ ଇନିଂସ ଖେଳିଛନ୍ତି । ନ୍ୟୁଜିଲାଣ୍ଡକୁ ମ୍ୟାଚ ଜିତିବାକୁ ହେଲେ ୩୮୬ ରନ ଦରକାର ।

ପ୍ରଥମ ଦିନିକିଆ ଏବଂ ଦ୍ବିତୀୟ ଦିନିକିଆ ପରେ ଏବେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଟିମ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ । ଆଜି ଇନ୍ଦୋରରେ ଦୁଇ ଓପନର ଶତକୀୟ ଇନିଂସ ଖେଳିବାରେ ସଫଳ ରହିଛନ୍ତି । ନ୍ୟୁଜିଲାଣ୍ଡ ଟସ ଜିତି ଅଧିନାୟକ ଟମ ଲାଥମ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିଲା ଭାରତ । ଆରମ୍ଭରୁ ଓପନିଂ ଯୋଡି ଦମଦାର ପାଳି ଆରମ୍ଭ କରିଥିଲେ । ୨୬.୧ ଓଭରରେ ପ୍ରଥମ ୱିକେଟ ବେଳକୁ ଦଳୀୟ ସ୍କୋର ୨୧୨ ରହିଥିଲା । ଦୁଇ ଓପନର ରୋହିତ ଶର୍ମା ଏବଂ ଶୁବମନ ଗିଲ କ୍ରିଜରେ ତିଷ୍ଠି ଦମଦାର ସୋ ଦେଖାଇଥିଲେ । ଉଭୟ ଶତକ ହାସଲ କରିବାରେ ସଫଳ ରହିଥିଲେ । ରୋହିତ ଶର୍ମା ୮୫ ବଲରୁ ୯ ଟି ଚୌକା ଏବଂ ୬ ଟି ଛକା ବଳରେ ଦମଦାର ୧୦୧ ରନର ଇନିଂସ ଖେଳିଥିଲେ । ଦୀର୍ଘ ତିନି ବର୍ଷ ପରେ ଦିନିକିଆରେ ଖେଳିଲେ ତିନି ଅଙ୍କ ବିଶିଷ୍ଟ ସ୍କୋର । ଏହା ତାଙ୍କ ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରରେ ୩୦ତମ ଶତକ ।

ସେହିପରି ଯୁବ ବ୍ୟାଟର ଶୁବମନ ଗିଲ 7୮ ବଲରୁ ୧୩ ଟି ଚୌକା ଏବଂ ୫ ଟି ଛକା ବଳରେ ୧୧୨ ରନର ଇନିଂସ ଖେଳିଥିଲେ । ତାଙ୍କର ଏହି ଇନିଂସ ପରେ ସେ ତିନି ଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ସର୍ବାଧିକ ୩୬୦ ରନ କରିବାରେ ଏକ ଉପଲବ୍ଧି ହାସଲ କରିଛନ୍ତି । ସେ ପ୍ରଥମ ଦିନିକିଆରେ ୨୦୮ ରନ କରିଥିଲେ । ଦ୍ବିତୀୟ ଦିନିକିଆରେ ୪୦ ରନ କରିଥିଲେ । ହାର୍ଦିକ ପାଣ୍ଡ୍ୟା ୩୮ ବଲରୁ ୩ ଟି ଚୌକା ଏବଂ ୩ ଟି ଛକା ସହିତ ୫୪ ରନ ବିସ୍ଫୋରକ ଇନିଂସ ଖେଳିଥିଲେ । ସେହିପରି ତୃତୀୟ ଦିନିକିଆରେ ୧୧୨ ରନ କରିଥିଲେ । ସେହିପରି ବିରାଟ କୋହିଲି ୩୬ ରନ, ଇଶାନ କିଶାନ ୧୭ ରନ, ସୂର୍ଯ୍ୟୁକୁମାର ଯାଦବ ୧୪ ରନ ଏବଂ ଶାର୍ଦୁଲ ଠାକୁର ୨୫ ରନ କରିଥିଲେ ।

ସେପଟେ କିୱି ବୋଲର ଆଜି ଭାରତୀୟ ବ୍ୟାଟରଙ୍କ ଆଗରେ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଜାକବ ଡୁଫି ୧୦ ଓଭର ବୋଲିଂ କରି ୩ ଟି ୱିକେଟ ନେଇଥିବା ବେଳେ ୧୦୦ ରନ ବ୍ୟୟ କରିଥିଲେ । ସେହିପରି ବ୍ଲାର ଟିକନର ୩ ଟି ୱିକେଟ ନେଇଛନ୍ତି । ମାଇକେଲ ବ୍ରାସୱେଲ ଗୋଟିଏ ୱିକେଟ ନେଇଥିଲେ ।

Last Updated : Jan 24, 2023, 5:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.