ETV Bharat / sports

ବିଶ୍ୱ ଟେଷ୍ଟ ରାଙ୍କିଂ ଜାରି, ଶୀର୍ଷରେ ଭାରତ - ଟେଷ୍ଟ ରାଙ୍କିଂ ଶୀର୍ଷରେ ଭାରତ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପକ୍ଷରୁ ଜାରି ହୋଇଛି ବିଶ୍ବ ଟେଷ୍ଟ ରାଙ୍କିଂ ତାଲିକା । ଏହି ତାଲିକାରେ ଭାରତ ପୂର୍ବଭଳି ଶୀର୍ଷସ୍ଥାନରେ ବଜାୟ ରହିଛି । ଅଧିକ ପଢ଼ନ୍ତୁ...

ବିଶ୍ୱ ଟେଷ୍ଟ ରାଙ୍କିଂ ଜାରି, ଶୀର୍ଷରେ ଭାରତ
ବିଶ୍ୱ ଟେଷ୍ଟ ରାଙ୍କିଂ ଜାରି, ଶୀର୍ଷରେ ଭାରତ
author img

By

Published : May 13, 2021, 9:13 PM IST

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପକ୍ଷରୁ ଜାରି ହୋଇଛି ବିଶ୍ବ ଟେଷ୍ଟ ରାଙ୍କିଂ ତାଲିକା । ଏହି ତାଲିକାରେ ଭାରତ ପୂର୍ବଭଳି ଶୀର୍ଷସ୍ଥାନରେ ବଜାୟ ରହିଛି । 121 ରେଟିଂରେ 2914 ପଏଣ୍ଟ ସହ ଭାରତ ଶୀର୍ଷସ୍ଥାନରେ ରହିଛି । ଭାରତ ପଛକୁ ନ୍ୟୁଜିଲାଣ୍ଡ ଦଳ 2166 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି ।

ନ୍ୟୁଜିଲାଣ୍ଡ 109 ରେଟିଂ ଯୋଗୁଁ ତୃତୀୟ ସ୍ଥାନରେ ପହଞ୍ଚିଛି । ସେପଟେ 108 ରେଟିଂ ସହ ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନରେ ରହିଛି । ପାକିସ୍ତାନ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପଞ୍ଚମ ସ୍ଥାନରେ ରହିଛି ୱେଷ୍ଟଇଣ୍ଡିଜ ଦଳ । ସେହିଭଳି ଦକ୍ଷିଣ ଆଫ୍ରିକା ସପ୍ତମ ସ୍ଥାନରେ ରହିଛି ଓ ଶ୍ରୀଲଙ୍କା ଦଳ ଅଷ୍ଟମ ସ୍ଥାନରେ ରହିଛି ।

ଚଳିତ ଟେଷ୍ଟ ସିଜିନରେ ଭାରତ ଭଲ ପ୍ରଦର୍ଶନ କରିଛି । ଅଷ୍ଟ୍ରେଲିଆ ଦଳକୁ ଟେଷ୍ଟ ସିରିଜରେ ଭାରତ 2-1ରେ ମାତ ଦେଇଥିଲା । ସେହିଭଳି ଇଂଲଣ୍ଡକୁ ମଧ୍ୟ ଭାରତ 3-1ରେ ମାତ ଦେଇଥିଲା । ପୁନଃ ଇଂଲଣ୍ଡ ସହ ଟେଷ୍ଟ ସିରିଜ ଖେଳିବାକୁ ଭାରତ ଇଂଲଣ୍ଡ ଗସ୍ତ କରିବ । ଏହା ପୂର୍ବରୁ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚ ଖେଳିବ ।

ଇଂଲଣ୍ଡ ଗସ୍ତ ପାଇଁ 20 ଜଣିଆ ଭାରତୀୟ ଦଳ ଘୋଷଣା ହୋଇ ସାରିଛି । ଏହାଛଡ଼ା ଏହି ଗସ୍ତ ପାଇଁ 4 ଜଣ କ୍ରିକେଟରଙ୍କୁ ଷ୍ଟାଣ୍ଡବାଇ ରଖାଯାଇଛି । ଏହାକୁ ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.