ETV Bharat / sports

T20 World Cup: ଭାରତର ବିଜୟଧାରା ଜାରି, ୫୬ ରନ୍‌ରେ ହାରିଲା ନେଦରଲାଣ୍ଡ

ଟି୨୦ ବିଶ୍ବକପ୍‌ରେ ଭାରତର ବିଜୟଧାରା ଜାରି । ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡ ଟିମ୍‌କୁ ୫୬ ରନ୍‌ରେ ମାତ୍‌ ଦେଇଛି ଭାରତ । ଅଧିକ ପଢ଼ନ୍ତୁ

author img

By

Published : Oct 27, 2022, 4:12 PM IST

India register a 56 runs win against netherlands in T20 World Cup
T20 World Cup: ଭାରତର ବିଜୟଧାରା ଜାରି, ୫୬ ରନ୍‌ରେ ହାରିଲା ନେଦରଲାଣ୍ଡ

ସିଡନୀ: ଟି୨୦ ବିଶ୍ବକପ୍‌ରେ ଭାରତର ବିଜୟଧାରା ଜାରି । ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡ ଟିମ୍‌କୁ ୫୬ ରନ୍‌ରେ ମାତ୍‌ ଦେଇଛି ଭାରତ । ସୂର୍ଯ୍ୟକୁମାର ଯାଦବ ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ଏହାସହିତ ମୋଟ ୪ ପଏଣ୍ଟ ହାସଲ କରି ଗ୍ରୁପ ୨ର ପଏଣ୍ଟ ଟେବୁଲ୍‌ରେ ଶୀର୍ଷରେ ରହିଛି ଭାରତ ।

ଆଜିର ମ୍ୟାଚ୍‌ରେ ଭାରତର ଉଭୟ ବ୍ୟାଟର ଓ ବୋଲର ଭଲ ପ୍ରଦର୍ଶନ କରିଛନ୍ତି । କୋହଲି, ସୂର୍ଯ୍ୟକୁମାର ଯାଦବ ଅଧିନାୟକ ରୋହତ ଶର୍ମାଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ଭାରତ ଦୁଇ ୱିକେଟ ବିନିମୟରେ ୧୭୯ ରନ୍‌ କରିଥିଲା ।

ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତୀୟ ଓପନର୍‌ କେ.ଏଲ୍‌ ରାହୁଲଙ୍କ ସାଧାରଣ ପ୍ରଦର୍ଶନ ଜାରି ରହିଛି । ନେଦରଲାଣ୍ଡ ଭଳି ଟିମ୍‌ ବିପକ୍ଷରେ ବି ସେ ୧୨ ବଲ୍‌ରୁ ମାତ୍ର ୯ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ ରୋହିତ ଶର୍ମା ଓ ବିରାଟ କୋହଲି ଭାରତ ପାଳିକୁ ସମ୍ଭାଳିଥିଲେ । ଦଳୀୟ ସ୍କୋର୍‌ ୮୪ ରନ୍‌ ହୋଇଥିବା ବେଳେ ରୋହିତ ଶର୍ମାଙ୍କ ୱିକେଟ ହରାଇଥିଲା ଭାରତ । ସେ ୩୯ ବଲ୍‌ରେ ୫୩ ରନ୍‌ କରିଥିଲେ । ଏହାପରେ ସୂର୍ଯ୍ୟ କୁମାର ଯାଦବ ଆସି ଦ୍ରୁତ ରନ୍‌ ସଂଗ୍ରହ କରିବା ଆରମ୍ଭ କରିଥିଲେ । ବିରାଟ କୋହଲି ୪୪ ବଲ୍‌ରେ ୬୨ ରନ୍‌ କରି ଅପରାଜିତ ରହିଥିଲେ । ସେପଟେ ସୂର୍ଯ୍ୟ କୁମାର ଯାଦବ ୨୫ ବଲ୍‌ରେ ୫୧ ରନ୍‌ କରି ଦଳୀୟ ସ୍କୋର୍‌କୁ ୧୭୯ରେ ପହଞ୍ଚାଇଥିଲେ ।

୧୮୦ ରନ୍‌ ବିଜୟ ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ନେଦରଲାଣ୍ଡ ଟିମ୍‌ର କୌଣସି ବ୍ୟାଟର୍‌ ପିଚ୍‌ରେ ଅଧିକ ସମୟ ବିତାଇ ପାରିନଥିଲେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ବିନିମୟରେ ମାତ୍ର ୧୨୩ ରନ୍‌ କରିବାକୁ ସକ୍ଷମ ହୋଇପାରିଥିଲା ଦଳ ।

ନେଦରଲାଣ୍ଡ ପକ୍ଷରୁ ଟିମ୍‌ ପ୍ରିଙ୍ଗଲ୍‌ ସର୍ବାଧିକ ୨୦ ରନ୍‌ କରିଛନ୍ତି । ଭାରତ ପକ୍ଷରୁ ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ବୀନ ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ମହମ୍ମଦ ସାମି ଗୋଟିଏ ୱିକେଟ ନେଇଛନ୍ତି । ପରବର୍ତ୍ତୀ ମ୍ୟାଚ୍‌ ଅକ୍ଟୋବର ୩୦ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.