ETV Bharat / sports

କ୍ରିକେଟରୁ ରୁମେଲି ଧରଙ୍କ ଅବସର - ରୁମେଲି ଧରଙ୍କ ଅବସର

ଭାରତୀୟ ମହିଳା କ୍ରିକେଟ ଟିମ ପୂର୍ବତନ ଅଧିନାୟିକା ରୁମେଲି ଧର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ରୁମେଲି ଧର । ଅଧିକ ପଢନ୍ତୁ

କ୍ରିକେଟରୁ ରୁମେଲି ଧରଙ୍କ ଅବସର
କ୍ରିକେଟରୁ ରୁମେଲି ଧରଙ୍କ ଅବସର
author img

By

Published : Jun 23, 2022, 8:42 AM IST

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ ପୂର୍ବତନ ଅଧିନାୟିକା ରୁମେଲି ଧର କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ରୁମେଲି ଧର । 38 ବର୍ଷୀୟା ରୁମେଲି ଧର କ୍ୟାରିୟରରେ 4 ଟେଷ୍ଟ, 78ଟି ଦିନିକିଆ ଓ 18ଟି ଟି-20 ମ୍ୟାଚ୍‌ ଖେଳିଛନ୍ତି । ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିବା କହିଛନ୍ତି ରୁମେଲି । ଅବସର ନେଇ ତାଙ୍କ ଇନଷ୍ଟାଗ୍ରାମରେ ରୁମେଲି ଲେଖିଛନ୍ତି, ''ପଶ୍ଚିମବଙ୍ଗ ଶ୍ୟାମାନଗରରୁ ଆରମ୍ଭ ହୋଇଥିବା 23 ବର୍ଷର ଏହି ଯାତ୍ରା ଶେଷ ହେବାର ସମୟ ଆସିଛି ।''

2003 ଇଂଲଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ ରୁମେଲି । 2028ରେ ଦୀର୍ଘ 6 ବର୍ଷ ବ୍ୟବଧାନ ପରେ ସେ ଜାତୀୟ ଦଳକୁ ଫେରିଥିଲେ । ସିନିୟର ପେସଲ ଝୁଲଣ ଗୋସ୍ବାମୀ ଆହତ ହେବାରୁ ତାଙ୍କା ସ୍ଥାନରେ ଧରଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-20 ସିରିଜ ପାଇଁ ଦଳରେ ସାମିଲ କରାଯାଇଥିଲା । 2005ରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ମହିଳା ଦିନିକିଆ ଫାଇନାଲରେ ପରାସ୍ତ ହୋଇଥିବା ଭାରତୀୟ ଦଳର ଗୁରୁତ୍ବପୂର୍ଣ୍ଣ ସଦସ୍ୟ ଥିଲେ ଅଲରାଉଣ୍ଡରେ ରୁମେଲ ଧର । ତାଙ୍କ ନାମରେ ଅନ୍ତର୍ଜାତୀୟ ସ୍ତରରେ 8ଟି ଅର୍ଦ୍ଧଶତକ ସବୁ ଫର୍ମାଟକୁ ମିଶାଇ 1328 ରନ ଏବଂ 84 ୱିକେଟ ରହିଛି । ସେ 2006ରେ ତାଙ୍କ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ ।

ସେ ଆହୁରି ଲେଖିଛନ୍ତି, ''ବହୁ ଉତଥାନ ପତନ ଦେଇ ଗତି କରିବାକୁ ପଡିଛି । ଭାରତୀୟ ମହିଳା କ୍ରିକେଟ ଦଳ ପାଇଁ ପ୍ରତିନିଧିତ୍ବ କରିବା ଓ ଏହାର ନେତୃତ୍ବ ନେବା ମୋ ପାଇଁ ବହୁତ ବଡ । 2005 ବିଶ୍ବକପ ଫାଇନାଲର ଅଂଶ ହେବା ମୋ ପାଇଁ ଏକ ସଫଳତା । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI), ପରିବାର ବନ୍ଧୁଙ୍କୁ ଧନ୍ୟବାଦ ଦେଇଛନ୍ତି ଧର । ତାଙ୍କ କ୍ୟାରିୟରରେ ଅବଦାନ ରହିଥିବା ବେଙ୍ଗଲ, ରେଲୱେ, ଏୟାର ଇଣ୍ଡିଆ, ଦିଲ୍ଲୀ ଓ ରାଜସ୍ଥାନ ଟିମକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଆଗକୁ କ୍ରୀଡା ସହ ଜଡିତ ରହି ଦେଶର ଯୁବପ୍ରତିଭାଙ୍କୁ ଆଗକୁ ନେବାକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରୁମେଲି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.