ETV Bharat / sports

ଟି-୨୦ ବିଶ୍ବକପ: ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରୁ ଓହରିପାରିବନି ଭାରତ, ଜାଣନ୍ତୁ କାରଣ

author img

By

Published : Oct 18, 2021, 8:57 PM IST

ଘାଟିରେ ଅଣ କାଶ୍ମୀରୀ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି BCCI ଉପସଭାପତି ରାଜୀବ ଶୁକ୍ଳା । ଅଧିକ ପଢନ୍ତୁ...

India-Pakistan match cannot be cancelled, this is ICC commitment, says BCCI's Rajeev Shukla
'ବାତିଲ ହୋଇପାରିବନି ଭାରତ-ପାକିସ୍ତାନ ଟି-୨୦ ବିଶ୍ବକପ ମ୍ୟାଚ୍‌'

ନୂଆଦିଲ୍ଲୀ: ଆରମ୍ଭ ହୋଇସାରିଛି ଫଟାଫଟ କ୍ରିକେଟର ମେଗା ଟୁର୍ଣ୍ଣାମେଣ୍ଟ ଟି-୨୦ ବିଶ୍ବକପ । ଟୁର୍ଣ୍ଣାମେଣ୍ଟର ବହୁପ୍ରତୀକ୍ଷିତ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌କୁ ନେଇ ବଢୁଛି ଉତ୍କଣ୍ଠା । ତେବେ ଏହି ମ୍ୟାଚ୍‌କୁ ବାତିଲ କରିବାକୁ ହେଉଥିବା ଦାବି ନେଇ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI)ଉପସଭାପତି ରାଜୀବ ଶୁକ୍ଳା ।

ଘାଟିରେ ଅଣ କାଶ୍ମୀରୀ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି BCCI ଉପସଭାପତି । ମାତ୍ର ଅନ୍ତର୍ଜାତୀୟ ପ୍ରତିବଦ୍ଧତା ଯୋଗୁଁ ବୋର୍ଡ ଏହି ମ୍ୟାଚ୍‌ରୁ ଓହରିପାରିବ ନାହିଁ ।

ICC ପୁରୁଷ ଟି-୨୦ ବିଶ୍ବକପରେ ଖେଳାଯିବାକୁ ଥିବା ଭାରତ ଓ ପାକିସ୍ତାନ ମ୍ୟାଚ୍‌କୁ ବାତିଲ କରିବକୁ ଦାବି ହେଉଛି । ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତତା ଚରମସୀମାରେ ଥିବାଯୋଗୁଁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ଏହି ମ୍ୟାଚ୍‌ ନେଇ ପୁନଃବିଚାର କରିବାକୁ କହିଥିଲେ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅକ୍ଟୋବର ୨୪ରେ ସୁପର ୧୨ ପର୍ଯ୍ୟାୟରେ ଭାରତ ପ୍ରଥମ ମୁକାବିଲା ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ରହିଛି ।

ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଆୟୋଜନ କରୁଛି । ଥରେ ପ୍ରତିବଦ୍ଧ ପରେ କୌଣସି ଦେଶ ପଛକୁ ହଟିପାରିବ ନାହିଁ । କାଶ୍ମୀର ଘାଟିରେ ନିନ୍ଦନୀୟ କାର୍ଯ୍ୟ କରି ଅରାଜକତା ଖେଳାଉଥିବା ଆତଙ୍କବାଦୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି ରାଜୀବ ଶୁକ୍ଳା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.