ନୂଆଦିଲ୍ଲୀ: ଭାରତୀୟ ତଥା ଆଇପିଏଲ ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ ଦ୍ରୁତ ବୋଲର ଟି ନଟରାଜନ ଗୁରୁବାର କୋଭିଡ-19 ଟିକାର ପ୍ରଥମ ଡୋଜ ନେଇଛନ୍ତି । ମହାମାରୀ କୋରୋନା ଭାଇରସ ସମୟରେ ନିଜ ଜୀବନକୁ ବିପଦରେ ପକାଇ ସେବା ଜାରି ରଖିଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନଟରାଜନ ।
-
Am so grateful to get my #Vaccine this morning. A million thanks to our incredible health care workers who have put themselves at risk for our people . #LetsGetVaccinated #Jabbed pic.twitter.com/v21Ez3dJGV
— Natarajan (@Natarajan_91) May 27, 2021 " class="align-text-top noRightClick twitterSection" data="
">Am so grateful to get my #Vaccine this morning. A million thanks to our incredible health care workers who have put themselves at risk for our people . #LetsGetVaccinated #Jabbed pic.twitter.com/v21Ez3dJGV
— Natarajan (@Natarajan_91) May 27, 2021Am so grateful to get my #Vaccine this morning. A million thanks to our incredible health care workers who have put themselves at risk for our people . #LetsGetVaccinated #Jabbed pic.twitter.com/v21Ez3dJGV
— Natarajan (@Natarajan_91) May 27, 2021
ଆହତ ପରେ ଆଇପିଏଲର 14ତମ ସଂସ୍କରଣରୁ ବାଦ ପଡିଥିଲେ ନଟରାଜନ । ଏକାଧିକ ଖେଳାଳି ସଂକ୍ରମିତ ଚିହ୍ନଟ ହେବାପରେ ଅଧାରୁ ଆଇପିଏଲ ସ୍ଥଗିତ ରହିଛି । ତେବେ ସର୍ଜରୀ ପରେ ସୁସ୍ଥ ହୋଇଛନ୍ତି ନଟରାଜନ ।
ବିସିସିଆଇ ଓ ସନରାଇଜର୍ସ ହାଇଦ୍ରାବାଦ ନଟରାଜନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲା ।
30 ବର୍ଷୀୟ ବାମହାତୀ ଦ୍ରୁତ ବୋଲର ସନରାଇଜର୍ସ ପାଇଁ ଏହି ସିଜିନରେ ପ୍ରଥମ ଦୁଇଟି ମ୍ୟାଚରେ ଖେଳିଥିଲେ ଓ ଦୁଇଟି ୱିକେଟ ଅକ୍ତିଆର କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ