ETV Bharat / sports

ନଭେମ୍ବର ମାସ ଶ୍ରେଷ୍ଠ କ୍ରିକେଟର ରେସ୍‌ରେ ମହମ୍ମଦ ସାମିଙ୍କ ସମେତ ଏହି 2 ଖେଳାଳି - ମହମ୍ମଦ ସାମି

ICC Player of Month:ନଭେମ୍ବର ମାସ ପାଇଁ ଆଇସିସି ପକ୍ଷରୁ ଉଭୟ ମହିଳା ଓ ପୁରୁଷ ବିଭାଗର ଶ୍ରେଷ୍ଠ ଖେଳାଳି ତାଲିକା ପ୍ରକାଶ ପାଇଛି । ଆଇସିସି ମାସିକ ପୁରସ୍କାର ଦୌଡରେ ରହିଛନ୍ତି ଭାରତ ଦ୍ରୁତ ବୋଲ ମହମ୍ମଦ ସାମି । ଅଧିକ ପଢ଼ନ୍ତୁ

ଆଇସିସି ମାସିକ ପୁରସ୍କାର
ICC Player of Month
author img

By ETV Bharat Odisha Team

Published : Dec 8, 2023, 10:14 AM IST

Updated : Dec 8, 2023, 1:25 PM IST

ନୂଆଦିଲ୍ଲୀ: ଆଇସିସି ପ୍ଲେୟାର ଅଫ ଦି ମନ୍ଥ୍‌ ପୁରସ୍କାର ଦୌଡ଼ରେ ଭାରତର ଦ୍ରୁତ ବୋଲର ମହମ୍ମଦ ସାମି । ଭାରତର ପେସ୍‌ ବୋଲର ମହମ୍ମଦ ସାମି ଯିଏକି ନିକଟରେ ଆଇସିସି ବିଶ୍ବକପରେ ଦମଦାର ସାବ୍ୟସ୍ତ ହୋଇଥିଲେ ସେ ନଭେମ୍ବର ମାସର ଶ୍ରେଷ୍ଠ ଖେଳାଳି ତାଲିକାରେ ରହିଛନ୍ତି । ମହମ୍ମଦ ସାମିଙ୍କ ସହିତ ଅଷ୍ଟ୍ରେଲିଆର ଦୁଇ ଖେଳାଳି ଟ୍ରେଭିସ ହେଡ ଓ ଅଲଗାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ମଧ୍ୟ ରହିଛନ୍ତି ।

କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସି ପକ୍ଷରୁ ନଭେମ୍ବର ମାସର ଶ୍ରେଷ୍ଠ ଖେଳାଳି ଲାଗି 3 ଜଣ କ୍ରିକେଟରଙ୍କ ନାମ ସୁପାରିସ କରାଯାଇଛି । ସେଥିରେ ଭାରତର ମହମ୍ମଦ ସାମି ଓ ଅଷ୍ଟ୍ରେଲିଆର ଦୁଇ ଖେଳାଳି ଟ୍ରେଭିସ ହେଡ ଓ ଗ୍ଲେନ ମ୍ୟାକ୍ସୱେଲ ରହିଛନ୍ତି । ଏହି ସମ୍ମାନଜନକ ପୁରସ୍କାର ଦୌଡରେ ମହମ୍ମଦ ସାମି ରହିବା ଭାରତୀୟଙ୍କ ପାଇଁ ଗର୍ବର ବିଷୟ ହୋଇଛି । ଭୋଟିଂ ଆଧାରରେ ଏହି ତାଲିକାରୁ ନଭେମ୍ବର ମାସର ଶ୍ରେଷ୍ଠ ଖେଳାଳିଙ୍କ ନାମ ଘୋଷଣା ହେବ ।

ସଦ୍ୟ ସମାପ୍ତ ଦିନିକିଆ କ୍ରିକେଟ ବିଶ୍ବକପରେ ମହମ୍ମଦ ସାମିଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଥିଲା । ସବୁ ଦଳ ଉପରେ ଭାରି ପଡ଼ିଥିଲେ ସାମି । ବିଶ୍ବକପରେ ସର୍ବାଧିକ ୱିକେଟ୍‌ ହାସଲକାରୀ ବୋଲର ରହିଥିଲେ । ତାଙ୍କର ପ୍ରଦର୍ଶନ ବଳରେ ଭାରତ ଲିଗ୍‌ ପର୍ଯ୍ୟାୟଠୁ ନେଇ ସେମି ଫାଇନାଲ୍‌ ଯାଏଁ ଅପରାଜେୟ ରହିଥିଲା । ମାତ୍ର ଅଳ୍ପକେ ଫାଇନାଲ ଜିତିବାରୁ ବଞ୍ଚିତ ରହିଥିଲା । ସାମି ବିଶ୍ବକପରେ 7ଟି ମ୍ୟାଚ୍‌ ଖେଳି 24ଟି ୱିକେଟ ଅକ୍ତିଆର କରିଥିଲେ ।

ଏହା ବି ପଢନ୍ତୁ...ଗମ୍ଭୀରଙ୍କୁ ମିଷ୍ଟର ଫାଇଟର କହିଲେ ଶ୍ରୀସାନ୍ତ, ଏମିତି ଜବାବ ଦେଲେ କ୍ରିକେଟର

ସେହିପରି ଅନ୍ୟ ଦୁଇ ଅଷ୍ଟ୍ରେଲିଆ ଖେଳାଳି ଟ୍ରେଭିସ ହେଡ୍‌ ଓ ଗ୍ଲେନ୍‌ ମ୍ୟାସ୍କୱେଲ୍‌ ମଧ୍ୟ ନଭେମ୍ବର ମାସର ଶ୍ରେଷ୍ଠ ଖେଳାଳି ଦୌଡରେ ରହିଛନ୍ତି । ବିଶ୍ବକପ 2023 ଫାଇନାଲରେ ଅଷ୍ଟ୍ରେଲିଆ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ଟ୍ରେଭିସ ହେଡ । ବିଶ୍ବକପ ଫାଇନାଲରେ ଶ୍ରେଷ୍ଠ ଖେଳାଳି ହୋଇଥିଲେ ହେଡ । ସେହିପରି ମ୍ୟାକ୍ସୱେଲ ମଧ୍ୟ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ ।

ଏହା ବି ପଢନ୍ତୁ...ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ କୋଚ ଦ୍ରାବିଡଙ୍କ ଗେମ୍‌ ପ୍ଲାନ୍‌, କହିଲେ ମ୍ୟାଚ୍‌ ବିଜୟୀ ପ୍ରଦର୍ଶନକୁ ଗୁରୁତ୍ବ ଦିଅ

ଏହା ବି ପଢନ୍ତୁ...World Cup 2023: ଇଂଲଣ୍ଡ ବିପକ୍ଷରେ 4 ୱିକେଟ ନେଇ ଏହି ରେକର୍ଡ କଲେ ସାମି

ସେହିପରି ଆଇସିସି ମାସିକ ପୁରସ୍କାର ଦୌଡ଼ ମହିଳାରେ 3 ଜଣ ଖେଳାଳି ସ୍ଥାନ ପାଇଛନ୍ତି । ବାଂଲାଦେଶର ଫରଗାନା ହକ ଓ ନାହିଦା ଅଖତର ରହିଥିବା ବେଲେ ପାକିସ୍ତାନ ସ୍ପିନର ସାଦିମ ଇକବାଲ ରହିଛନ୍ତି । ନଭେମ୍ବର ମାସ ପାଇଁ ଏହି 3 ଖେଳାଳିଙ୍କୁ ମନୋନୀତ କରାଯାଇଛି ।

Last Updated : Dec 8, 2023, 1:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.