ETV Bharat / sports

INDVSNZ 3rd ODI: ଟସ ଜିତିଲା ନ୍ୟୁଜିଲାଣ୍ଡ, ବ୍ୟାଟିଂ କରିବ ଭାରତ - ଭାରତ ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ଟସ

ଭାରତ ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆରେ ଟସ୍‌ ଜିତିଛି ନ୍ୟୁଜିଲାଣ୍ଡ । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ଟମ୍‌ ଲାଥମ । ପ୍ରଥମେ ବ୍ୟାଟିଂ କରିବ ଭାରତ । ଅଧିକ ପଢନ୍ତୁ

INDVSNZ 3rd ODI
India New Zealand third oneday toss
author img

By

Published : Jan 24, 2023, 1:20 PM IST

Updated : Jan 24, 2023, 2:00 PM IST

ଭୋପାଳ: ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ଆରମ୍ଭ ହୋଇଛି । ଟସ ଜିତିଛି ନ୍ୟୁଜିଲାଣ୍ଡ । ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ଟମ୍‌ ଲାଥମ । ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛି ଦଳ । ଯାହା ଆଶା କରାଯାଉଥିଲା ତାହା ହିଁ ହୋଇଛି । ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଚୂଡାନ୍ତ ଏକାଦଶରେ ଉମ୍ରାନ ମଲିକ ଓ ୟୁଝବେନ୍ଦ୍ର ଚହଲଙ୍କୁ ସାମିଲ କରାଯାଇଛି । ଇନ୍ଦୋରର ହୋଲକର କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଖେଳାଯାଉଛି ।

ପ୍ରଥମ ଓ ଦ୍ବିତୀୟ ଦିନିକିଆ ଜିତି ଆଗୁଆ ସିରିଜ କବଜା କରିଛି ମ୍ୟାନ ଇନ ବ୍ଲ୍ୟୁ । ଆଜି ସିିରିଜ ମୂଳପୋଛ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ ଦଳ । ସୂର୍ଯ୍ୟକୁମାର ଯାଦବ, ବିରାଟ କୋହଲି ଓ ଯୁବ ବ୍ୟାଟର ଶୁଭମନ ଗିଲଙ୍କ ଉପରେ ନଜର ରହିବ । ପ୍ରଥମ ଦିନିକିଆରେ ଦ୍ବିଶତକ ହାସଲ କରିଥିଲେ । ଆଜି ତାଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରାଯାଉଛି । ଭାରତୀୟ ଦଳ ପୂର୍ବରୁ 2-0ରେ ସିରିଜ କବଜା କରିଛି ।

ଏହା ବି ପଢନ୍ତୁ...ICC T20i Team of the Year 2022: ସ୍ଥାନ ପାଇଲେ କୋହଲି, SKY ଓ ପାଣ୍ଡ୍ୟା

ପ୍ରଥମ ଦିନିକିଆକୁ 12 ରନ ଓ ଦ୍ବିତୀୟ ଦିନିକିଆକୁ 8 ୱିକେଟରେ ଜିତିଥିଲା ରୋହିତ ବାହିନୀ । ଭାରତର ବ୍ୟାଟିଂ ବିଭାଗରେ କୌଣସି ପରିବର୍ତ୍ତନ ହୋଇନାହିଁ । ବୋଲିଂ ବିଭାଗରେ ଦୁଇଟି ପରିବର୍ତ୍ତନ ହୋଇଛି । ଉମ୍ରାନ ମଲିକ ଓ ଯୁଝବେନ୍ଦ୍ର ଚହଳଙ୍କୁ ସାମିଲ କରାଯାଇଛି । ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି ।ବିଜୟ ସ୍ବାଦ ଚାଖିନଥିବା ନ୍ୟୁଜିଲାଣ୍ଡ ଆଜି ସମ୍ମାନ ପାଇଁ ଖେଳିବ । ପ୍ରଥମ ଦୁଇ ମ୍ୟାଚରେ ହାରି ସିରିଜ ହାତଛଡା କରିଛି ଦଳ । ହେଲେ ଆଜି ମୁକାବିଲା ଜିତି ଦଳ ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ । କୌଣସି ମତେ ହାରିବାକୁ ଚାହିଁବ ନାହିଁ ଦଳ ।

ଭାରତୀୟ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା, ଶୁଭମନ ଗିଲ, ବିରାଟ କୋହଲି, ଇଷାନ କିଷନ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ସାର୍ଦୁଳ ଠାକୁର, କୁଳଦୀପ ଯାଦବ, ଯୁଝବେନ୍ଦ୍ର ଚହଲ, ଉମାନ ମଲ୍ଲିକ ।

ନ୍ୟୁଜିଲାଣ୍ଡ ଚୂଡାନ୍ତ ଏକାଦଶ: ଫିନ ଆଲେନ, ଡେଭନ କନୱେ, ହେନେରୀ ନିକୋଲ୍ସ, ଡାରିଲ ମିଚେଲ, ଟମ ଲାଥମ (ଅଧିନାୟକ), ଗ୍ଲେନ ଫିଲିପ୍ସ, ମାଇକେଲ ବ୍ରେସୱେଲ, ମିଚେଲ ସାଣ୍ଟନର, ଜାକର ଡଫି, ବ୍ଲେୟାର ଟିକନର, ଏଲ ଫେରଗ୍ୟୁସନ ।

Last Updated : Jan 24, 2023, 2:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.