ETV Bharat / sports

Ind vs Aus 1st ODI: ଭାରତର ଘାତକ ବୋଲିଂରେ କଙ୍ଗାରୁ ବ୍ୟାଟିଂ ଲାଇନ୍‌ ଧ୍ବସ୍ତ, ୧୮୮ରେ ଅଟକିଲା ଅଷ୍ଟ୍ରେଲିଆ

author img

By

Published : Mar 17, 2023, 5:08 PM IST

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଦିନିକିଆରେ କମାଲ କଲେ ଭାରତୀୟ ବୋଲର । ପ୍ରଥମେ ବ୍ୟାଟିଂ କରି ସ୍ମିଥଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ୧୮୮ ରନରେ ଅଲ ଆଉଟ ହୋଇଛି । ଭାରତକୁ ବିଜୟ ପାଇଁ ନିର୍ଦ୍ଧାରିତ ୫୦ ଓଭରରେ କେବଳ ୧୮୯ ରନର ଆବଶ୍ୟକତା ରହିଛି । ଅଧିକ ପଢ଼ନ୍ତୁ

Ind vs Aus 1st ODI
Ind vs Aus 1st ODI

ମୁମ୍ବାଇ: ବର୍ଡର ଗାଭାସ୍କର ଟେଷ୍ଟ ସିରିଜ ପରେ ଆଜିଠାରୁ ଘରୋଇ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଛି । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ପ୍ରଥମ ଦିନିକିଆ ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଛନ୍ତି ଉଭୟ ଦଳ । ପ୍ରଥମ ଥର ପାଇଁ ଦିନିକିଆରେ ଭାରତର ନେତୃତ୍ବ ନେଉଥିବା ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ଭ୍ରମଣକାରୀ ଦଳକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ତେବେ ପ୍ରଥମ ଇନିଂନ୍ସରେ ଭାରତୀୟ ବୋଲରଙ୍କର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି । ପ୍ୟାଟ କମିନ୍ସଙ୍କ ଅନୁପସ୍ଥିତିରେ ସ୍ମିଥଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ୧୮୮ ରନରେ ଅଲ ଆଉଟ ହୋଇଛି । ଫଳରେ ଭାରତକୁ ବିଜୟ ପାଇଁ ନିର୍ଦ୍ଧାରିତ ୫୦ ଓଭରରେ କେବଳ ୧୮୯ ରନର ଆବଶ୍ୟକତା ରହିଛି ।

Innings Break!#TeamIndia bowlers put up a fine show here at the Wankhede Stadium as Australia are all out for 188 runs in 35.4 overs.

Three wickets apiece for Shami and Siraj.

Scorecard - https://t.co/8mvcwAvYkJ #INDvAUS @mastercardindia pic.twitter.com/S1HkPEPyGl

— BCCI (@BCCI) March 17, 2023

ପ୍ରଥମ ଇନିଂନ୍ସରେ ପାଳି ଆରମ୍ଭରୁ ହିଁ ଭାରତୀୟ ବୋଲରଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ପାଳି ଆରମ୍ଭ କରିବାକୁ ଆସିଥିବା ଟ୍ରାବିସ ହେଡ୍‌ କେବଳ ୫ ରନ କରିଥିବା ବେଳେ ତାଙ୍କୁ କ୍ଲିନ ବୋଲ୍ଡ କରିଥିଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ । ଏହାପରେ କଙ୍ଗାରୁ ଅଲରାଉଣ୍ଡର ମିଚେଲ ମାର୍ଶ ପାଳି ସମ୍ଭାଳିଥିଲେ । ସେ ମୌକା ଦେଖି ଭାରତୀୟ ବୋଲରଙ୍କୁ ଆକ୍ରମଣ କରିଥିଲେ । ଅନ୍ୟପଟେ କିନ୍ତୁ ଅଷ୍ଟ୍ରେଲିଆ ଅଧିନାୟକ ସ୍ମିଥଙ୍କୁ ପାଭିଲିୟନ ବାଟ ଦେଖାଇ ଥିଲେ ଭାରତୀୟ ଅଧିନାୟକ ପାଣ୍ଡ୍ୟା । ସେ କେବଳ ୨୨ ରନ କରିବାରେ ସକ୍ଷମ ହୋଇଥିଲେ । ସେପଟେ ଆକ୍ରମଣାତ୍ମକ ଢଙ୍ଗରେ ଖେଳୁଥିବା ମିଚେଲ ମାର୍ଶ ୬୫ ବଲରୁ ୧୦ଟି ଚୌକା ଓ ୫ଟି ଛକା ବଳରେ ୮୧ ରନ କରିନେଇଥିବା ବେଳେ ରବିନ୍ଦ୍ର ଜାଡେଜାଙ୍କ ବଲରେ ସିରାଜଙ୍କ ହାତରେ ସେ ଧରା ପଡ଼ିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମାର୍ନସ ଲାବୁସାନେ ୨୨ ବଲରୁ ୧୫, ଜୋସ ଇଂଲିସ ୨୭ ବଲରୁ ୨୬ ଓ କ୍ୟାମେରନ ଗ୍ରୀନ ୧୯ ରନରୁ ୧୨ ରନ କରିବାରେ ସଫଳ ହୋଇଥିଲେ । ଅନ୍ୟ କୌଣସି କଙ୍ଗାରୁ ବ୍ୟାଟରଙ୍କୁ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାକୁ ଦେଇନଥିଲେ ଭାରତୀୟ ବୋଲର ।

ସେପଟେ ଦିନିକିଆ ବୋଲିଂ ରାଙ୍କିଂରେ ଶୀର୍ଷ ସ୍ଥାନରେ ରହିଥିବା ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ପୁଣିଥରେ ନିଜର ଯାଦୁ ଦେଖାଇଛନ୍ତି । ସେ ୫.୪ ଓଭର ବୋଲିଂ କରି ୨୯ ରନ ବ୍ୟୟରେ ୩ଟି ୱିକେଟ ହାସଲ କରିଛନ୍ତି । ଏହାରି ମଧ୍ୟରେ ତାଙ୍କର ଗୋଟିଏ ମେଡେନ ଓଭର ମଧ୍ୟ ସାମିଲ ଅଛି । ଅନ୍ୟତମ ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ସାମି ମଧ୍ୟ ନିଜର ଅନୁଭବୀ କଳା ଦେଖାଇଛନ୍ତି । ସେ ୨ଟି ମେଡେନ ଓଭର ସହିତ ୬ ଓଭର ବୋଲିଂ କରି ମାତ୍ର ୧୭ ରନ ବ୍ୟୟରେ ୩ଟି ୱିକେଟ ହାସଲ କରିଛନ୍ତି । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୯ ଓଭରରୁ ୪୬ ରନ ବ୍ୟୟରେ ୨ଟି ୱିକେଟ ହାସଲ କରିଥିବା ବେଳେ ଅଧିନାୟକ ପାଣ୍ଡ୍ୟା ଓ ସ୍ପିନର କୁଲଦୀପ ଯାଦବ ଗୋଟିଏ ଲେଖାଏଁ ସଫଳତା ହାତେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ମୁମ୍ବାଇ: ବର୍ଡର ଗାଭାସ୍କର ଟେଷ୍ଟ ସିରିଜ ପରେ ଆଜିଠାରୁ ଘରୋଇ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହୋଇଛି । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ପ୍ରଥମ ଦିନିକିଆ ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଛନ୍ତି ଉଭୟ ଦଳ । ପ୍ରଥମ ଥର ପାଇଁ ଦିନିକିଆରେ ଭାରତର ନେତୃତ୍ବ ନେଉଥିବା ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ଭ୍ରମଣକାରୀ ଦଳକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ତେବେ ପ୍ରଥମ ଇନିଂନ୍ସରେ ଭାରତୀୟ ବୋଲରଙ୍କର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି । ପ୍ୟାଟ କମିନ୍ସଙ୍କ ଅନୁପସ୍ଥିତିରେ ସ୍ମିଥଙ୍କ ନେତୃତ୍ବାଧିନ ଅଷ୍ଟ୍ରେଲିଆ ୧୮୮ ରନରେ ଅଲ ଆଉଟ ହୋଇଛି । ଫଳରେ ଭାରତକୁ ବିଜୟ ପାଇଁ ନିର୍ଦ୍ଧାରିତ ୫୦ ଓଭରରେ କେବଳ ୧୮୯ ରନର ଆବଶ୍ୟକତା ରହିଛି ।

ପ୍ରଥମ ଇନିଂନ୍ସରେ ପାଳି ଆରମ୍ଭରୁ ହିଁ ଭାରତୀୟ ବୋଲରଙ୍କ ଦବ୍‌ଦବା ଦେଖିବାକୁ ମିଳିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ପାଳି ଆରମ୍ଭ କରିବାକୁ ଆସିଥିବା ଟ୍ରାବିସ ହେଡ୍‌ କେବଳ ୫ ରନ କରିଥିବା ବେଳେ ତାଙ୍କୁ କ୍ଲିନ ବୋଲ୍ଡ କରିଥିଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ । ଏହାପରେ କଙ୍ଗାରୁ ଅଲରାଉଣ୍ଡର ମିଚେଲ ମାର୍ଶ ପାଳି ସମ୍ଭାଳିଥିଲେ । ସେ ମୌକା ଦେଖି ଭାରତୀୟ ବୋଲରଙ୍କୁ ଆକ୍ରମଣ କରିଥିଲେ । ଅନ୍ୟପଟେ କିନ୍ତୁ ଅଷ୍ଟ୍ରେଲିଆ ଅଧିନାୟକ ସ୍ମିଥଙ୍କୁ ପାଭିଲିୟନ ବାଟ ଦେଖାଇ ଥିଲେ ଭାରତୀୟ ଅଧିନାୟକ ପାଣ୍ଡ୍ୟା । ସେ କେବଳ ୨୨ ରନ କରିବାରେ ସକ୍ଷମ ହୋଇଥିଲେ । ସେପଟେ ଆକ୍ରମଣାତ୍ମକ ଢଙ୍ଗରେ ଖେଳୁଥିବା ମିଚେଲ ମାର୍ଶ ୬୫ ବଲରୁ ୧୦ଟି ଚୌକା ଓ ୫ଟି ଛକା ବଳରେ ୮୧ ରନ କରିନେଇଥିବା ବେଳେ ରବିନ୍ଦ୍ର ଜାଡେଜାଙ୍କ ବଲରେ ସିରାଜଙ୍କ ହାତରେ ସେ ଧରା ପଡ଼ିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମାର୍ନସ ଲାବୁସାନେ ୨୨ ବଲରୁ ୧୫, ଜୋସ ଇଂଲିସ ୨୭ ବଲରୁ ୨୬ ଓ କ୍ୟାମେରନ ଗ୍ରୀନ ୧୯ ରନରୁ ୧୨ ରନ କରିବାରେ ସଫଳ ହୋଇଥିଲେ । ଅନ୍ୟ କୌଣସି କଙ୍ଗାରୁ ବ୍ୟାଟରଙ୍କୁ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାକୁ ଦେଇନଥିଲେ ଭାରତୀୟ ବୋଲର ।

ସେପଟେ ଦିନିକିଆ ବୋଲିଂ ରାଙ୍କିଂରେ ଶୀର୍ଷ ସ୍ଥାନରେ ରହିଥିବା ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ପୁଣିଥରେ ନିଜର ଯାଦୁ ଦେଖାଇଛନ୍ତି । ସେ ୫.୪ ଓଭର ବୋଲିଂ କରି ୨୯ ରନ ବ୍ୟୟରେ ୩ଟି ୱିକେଟ ହାସଲ କରିଛନ୍ତି । ଏହାରି ମଧ୍ୟରେ ତାଙ୍କର ଗୋଟିଏ ମେଡେନ ଓଭର ମଧ୍ୟ ସାମିଲ ଅଛି । ଅନ୍ୟତମ ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ସାମି ମଧ୍ୟ ନିଜର ଅନୁଭବୀ କଳା ଦେଖାଇଛନ୍ତି । ସେ ୨ଟି ମେଡେନ ଓଭର ସହିତ ୬ ଓଭର ବୋଲିଂ କରି ମାତ୍ର ୧୭ ରନ ବ୍ୟୟରେ ୩ଟି ୱିକେଟ ହାସଲ କରିଛନ୍ତି । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୯ ଓଭରରୁ ୪୬ ରନ ବ୍ୟୟରେ ୨ଟି ୱିକେଟ ହାସଲ କରିଥିବା ବେଳେ ଅଧିନାୟକ ପାଣ୍ଡ୍ୟା ଓ ସ୍ପିନର କୁଲଦୀପ ଯାଦବ ଗୋଟିଏ ଲେଖାଏଁ ସଫଳତା ହାତେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.