ETV Bharat / sports

ଦ୍ୱିତୀୟ ଥର ବାଂଲାଦେଶରେ ସିରିଜ ହାରିଲା ଭାରତ, ପୂର୍ବରୁ ମାତ ଖାଇଥିଲେ ଧୋନୀ ବାହିନୀ - ବାଂଲାଦେଶଠାରୁ ପୁଣି ସିରିଜ ହାରିଲା ଭାରତ

୭ ବର୍ଷ ତଳେ ବାଂଲାଦେଶ ମାଟିରେ ଭାରତ ସିରିଜ ପରାଜୟର ସ୍ବାଦ ଚାଖିଥିଲା । ଭ୍ରମଣକାରୀ ଦଳ ଭାରତ ହାତରୁ ପୁନର୍ବାର ସିରିଜ୍ ଛଡାଇ ଆଣି ଇତିହାସ ରଚିଛି ବାଂଲାଦେଶ । ଅଧିକ ପଢନ୍ତୁ

Etv Bharatଦ୍ବିତୀୟ ଥର ବାଂଲାଦେଶରେ ସିରିଜ ହାରିଲା ଭାରତ, ପୂର୍ବରୁ ହାରିଥିଲେ ଧୋନୀ ବାହିନୀ, ଏବେ ହାରିଲେ ରୋହିତ ବାହିନୀ

author img

By

Published : Dec 7, 2022, 10:48 PM IST

ହାଇଦ୍ରାବାଦ: ପୁଣି ଦୋହରିଲା ଇତିହାସ । ୭ ବର୍ଷ ତଳେ ବାଂଲାଦେଶ ମାଟିରେ ଭାରତ ସିରିଜ ପରାଜୟର ସ୍ବାଦ ଚାଖିଥିଲା । ପୁଣି ଇତିହାସର ପୃଷ୍ଠା ଲେଉଟିଛି । ରୋହିତ ଶର୍ମାଙ୍କ ଲଢୁଆ ଇନିଂସ ସତ୍ତ୍ବେ ଆଜି ( ବୁଧବାର ) ଦ୍ବିତୀୟ ଦିନିକିଆରେ ବାଂଲାଦେଶଠାରୁ ୫ ରନରେ ପରାସ୍ତ ହୋଇଛି ଭାରତ । ଏହି ବିଜୟ ସହିତ ବାଂଲାଦେଶ ୨-୦ରେ ସିରିଜରେ ଆଗୁଆ ରହିଛି । ଭ୍ରମଣକାରୀ ଦଳ ଭାରତ ହାତରୁ ପୁନର୍ବାର ସିରିଜ୍ ଛଡାଇ ଆଣି ଇତିହାସ ରଚିଛି ବାଂଲାଦେଶ ।

ଟିମ୍ ଇଣ୍ଡିଆ ବର୍ଷ ୨୦୧୫ ମସିହାରେ ବାଂଲାଦେଶ ବିପକ୍ଷରେ ଏକ ଦ୍ବିପାକ୍ଷିକ ସିରିଜ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ଖେଳିଥିଲା । ହେଲେ ତିନି ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଧୋନୀ ବାହିନୀ ୨-୧ରେ ବାଂଲାଦେଶଠାରୁ ପରାସ୍ତ ହୋଇଥିଲା । ପ୍ରଥମ ଦୁଇଟି ମ୍ୟାଚ୍ ଭାରତ ଜିତି ଥିବା ବେଳେ ତୃତୀୟ ମ୍ୟାଚଟି ଭାରତ ଜିତିଥିଲା । ସେହିପରି ପୁଣି ଥରେ ୭ ବର୍ଷ ପରେ ରୋହିତ ଏଣ୍ଡ କୋ ଇତିହାସକୁ ଦୋହରାଇଛି । ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ବାଂଲାଦେଶଠାରୁ ୧ ୱିକେଟରେ ପରାସ୍ତ ହୋଇଥିଲା । ସେହିପରି ଆଜି ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ରୋହିତ ଶର୍ମାଙ୍କ ଲଢୁଆ ଇନିଂସ ସତ୍ତ୍ବେ ଭାରତଠାରୁ ସିରିଜ୍ ଛଡାଇ ଆଣିଛି ବାଂଲାଦେଶ । ଦ୍ବିତୀୟ ଦିନିକିଆରେ ରୋହିତ ବାହିନୀକୁ ୫ ରନରେ ପରାସ୍ତ କରି ସିରିଜ ହାତେଇଛନ୍ତି ବାଂଲା ଟାଇଗର । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୭୧ କରିଥିଲା । ଏହାର ଜବାବରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୬୬ ରନ କରିଥିଲା । ଏହା ସହିତ ବାଂଲାଦେଶ ୨-୦ ରେ ସିରିଜରେ ଆଗୁଆ ରହିଛି ।

ଦ୍ବିତୀୟ ଦିନିକିଆରେ ୨୭୨ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ପ୍ରାରମ୍ଭରୁ ଭାରତୀୟ ଓପନିଂ ଯୋଡି ଫେଲ୍ ମାରିଥିଲେ । ବିରାଟ କୋହଲି ଓ ଶିଖର ଧାୱନ ଯଥାକ୍ରମେ ୫ ଓ ୮ ରନ କରି ଆଉଟ ହୋଇଥିଲେ । ଏହାପରେ ତୃତୀୟ ବ୍ୟାଟିଂ ଅର୍ଡରରେ ମଇଦାନକୁ ଓହ୍ଲାଇଥିଲେ ଶ୍ରେୟାସ ଆୟାର । ସେ କ୍ରିଜରେ ଧୀମା ବ୍ୟାଟିଂ ଜାରି ରଖିବା ସହିତ ଅର୍ଦ୍ଧଶତକ ହାସଲ କରି ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ । ସେ ୧୦୨ ବଲରୁ ୬ ଟି ଚୌକା ଓ ୩ ଟି ଛକା ସହିତ ୮୨ ରନ ଇନିଂସ ଖେଳିଥିଲେ ।

ବାଂଲାଦେଶ ଟସ ଜିତି ଅଧିନାୟକ ଲିଟନ ଦାସ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ମହମୁଦଲାହଙ୍କ ଅର୍ଦ୍ଧଶତକ ଓ ହାସନ ମିରାଜଙ୍କ ଦମଦାର ଶତକ ବଳରେ ବାଂଲଦେଶ ୨୭୧ ରନ କରିବାରେ ସକ୍ଷମ ହୋଇପାରିଥିଲା । ଆରମ୍ଭରୁ ବାଂଲାଦେଶର ନିୟମିତ ବ୍ୟବଧାନରେ ୱିକେଟ ପତନ ଘଟିଥିଲା । ୧୮.୬ ଓଭର ବେଳକୁ ବାଂଲାଦେଶ ୬ ଟି ୱିକେଟ ହରାଇ ସାରିଥିଲା । ହାସନ ମିରାଜ ଜବରଦସ୍ତ ବ୍ୟାଟିଂ କରି ଶତକୀୟ ପାଳି ଖେଳିଥିଲେ । ସେ ୮୩ ବଲରୁ ୮ ଟି ଚୌକା ଓ ୪ ଟି ଛକା ସହିତ ୧୦୦ ରନର ଇନିଂସ ଖେଳି ଅପରାଜିତ ରହିଥିଲେ । ସେହିପରି ମହମୁଦଲହା ୭୭ ରନ କରିଥିଲେ । ଏହି ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ଦିନିକିଆ ଡିସେମ୍ବର ୧୦ ତାରିଖରେ ଖେଳାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.