ଆଣ୍ଟିଗୁଆ: ଇତିହାସ ରଚିଲା ଭାରତ । କମାଲ କରିଛନ୍ତି କନିଷ୍ଠ । ବର୍ଷ ଆରମ୍ଭରୁ ଭାରତକୁ ମିଳିଛି ବିଜୟର ସ୍ବାଦ । ସବୁ ଆଲୋଚନାର ଶେଷ ହୋଇଛି । ଚଳିତ ବର୍ଷ ୧୯ ବର୍ଷ କମ ବିଶ୍ବକପରେ ପଞ୍ଚମ ଥର ପାଇଁ ଚମ୍ପିଆନ ହୋଇଛି ଭାରତ । ଶନିବାର ଅନୁଷ୍ଠିତ ଫାଇନାଲ ଫାଇଟରେ ଇଂଲଣ୍ଡକୁ ୪ ୱିକେଟରେ ହରାଇ ଏହି ସଫଳତା ହାସଲ କରିଛି ଟିମ ଇଣ୍ଡିଆ ।
-
Congratulations to the under 19 team and the support staff and the selectors for winning the world cup in such a magnificent way ..The cash prize announced by us of 40 lakhs is a small token of appreciation but their efforts are beyond value .. magnificent stuff..@bcci
— Sourav Ganguly (@SGanguly99) February 5, 2022 " class="align-text-top noRightClick twitterSection" data="
">Congratulations to the under 19 team and the support staff and the selectors for winning the world cup in such a magnificent way ..The cash prize announced by us of 40 lakhs is a small token of appreciation but their efforts are beyond value .. magnificent stuff..@bcci
— Sourav Ganguly (@SGanguly99) February 5, 2022Congratulations to the under 19 team and the support staff and the selectors for winning the world cup in such a magnificent way ..The cash prize announced by us of 40 lakhs is a small token of appreciation but their efforts are beyond value .. magnificent stuff..@bcci
— Sourav Ganguly (@SGanguly99) February 5, 2022
ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ୨୪.୩ ଓଭରରେ ମାତ୍ର ୯୧ ରନ୍ରେ ୭ ୱିକେଟ ହରାଇ ସଙ୍କଟରେ ପଡିଥିଲା ଇଂଲଣ୍ଡ । ଆଣ୍ଟିଗୁଆରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଭାରତୀୟ ବୋଲର କମାଲ କରିଥିଲେ ।
ରାଜା ବାୱା ଓ ରବି କୁମାରଙ୍କ ଘାତକ ବୋଲିଂକ ସାମ୍ନା କରି ପାରିନଥିଲେ ଇଂଲଣ୍ଡ ଖେଳାଳି । ୪୪. ୫ ଓଭରରେ ୧୮୯ ରନ କରି ଆଲ ଆଉଟ ହୋଇଥିଲେ । ଭାରତ ଆଗରେ ବିଜୟ ପାଇଁ ୧୯୦ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା । ଘାତକ ବୋଲିଂ ସହ ରାଜ ବାୱା ସର୍ବାଧିକ ୫ଟି ୱିକେଟ ହାସଲ କରିଥିବାବେଳେ ରବି କୁମାର ୪ଟି ୱିକେଟ ହାତେଇଥିଲେ । କୁଶାଲ ତାମ୍ବେ ମଧ୍ୟ ଗୋଟିଏ ୱିକେଟ ନେଇଥିଲେ ।
୧୯୦ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ପ୍ରଥମରୁ ଝଟକା ପାଇଥିଲା । ରଘୁବଂଶୀ ଖାତା ଖୋଲି ନପାରି ଜୋସୁଆ ବୟଡେନଙ୍କ ବଲରେ ଆଉଟ ହୋଇଥିଲେ । ଏହା ପରେ ସତର୍କତାର ସହ ବ୍ୟାଟିଂ କରିଥିଲା ଦଳ । ୪୭.୪ ଓଭରରେ ୬ ୱିକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରି ନେଇଥିଲା ଭାରତ । ଦଳ ମୋଟ ୧୯୫ରନ କରିଥିଲା । ୫ ୱିକେଟ ସହ ୩୫ ରନର ଉପଯୋଗୀ ଇନିଂସ ଖେଳିଥିବା ରାଜା ବାୱା ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଥିଲେ । ଭାରତର ଏହି ସଫଳତା ପାଇଁ ବିିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରତି ଖେଳାଳିଙ୍କ ପାଇଁ ୪୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଓ ଷ୍ପୋର୍ଟ୍ସ ଷ୍ଟାଫଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ବିସିସିଆଇ ।
ପ୍ରକାଶ ଥାଉ କି, ଶେଷ ୧୩ ସଂସ୍କରଣରେ ଭାରତ ୭ ଥର ଫାଇନାଲରେ ପ୍ରବେଶ କରି ୪ ଥର ଚମ୍ପିୟାନ ହୋଇଛି । ଏଥର ମଧ୍ୟ ଭାରତ ଅପରାଜେୟ ରହିଛି । ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୪୫ ରନରେ ହରାଇଥିଲା । ଏହାପରେ ଆୟର୍ଲାଣ୍ଡକୁ ୧୪୭ ଓ ୟୁଗାଣ୍ଡାକୁ ୩୨୬ ରନରେ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିଲା । ଏହାପରେ କ୍ବାରଟରେ ବାଂଲାଦେଶକୁ ୫ ୱିକେଟରେ ହରାଇ ପୂର୍ବ ପ୍ରତିଶୋଧ ନେବା ସହ ସେମିଫାଇନାଲ ପ୍ରବେଶ କରିଥିଲା । ସେଠାରେ ୩ ଥର ଚମ୍ପିୟାନ ଅଷ୍ଟ୍ରେଲିଆକୁ ୯୬ ରନରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ଏହିପରି ଥିଲା ଟିମ ଇଣ୍ଡିଆର ବିଜୟୀ ପଥ ଅଭିମୁଖେ ଯାତ୍ରା ।