ETV Bharat / sports

ଆକ୍ରାମକ କ୍ରିକେଟ ଖେଳୁଛି ଭାରତ, ଫାଇନାଲରେ ସଂଘର୍ଷ କରିବ ଅଷ୍ଟ୍ରେଲିଆ: ସୌରଭ ଗାଙ୍ଗୁଲି - ସୌରଭ ଗାଙ୍ଗୁଲି

ଫାଇନାଲରେ ଭାରତ ବିପକ୍ଷରେ ବିଜୟ ଲାଭ କରିବା ଅଷ୍ଟ୍ରେଲିଆ ପାଇଁ ହେବ କଷ୍ଟକର । ଭାରତ ଆକ୍ରମକ କ୍ରିକେଟ ଖେଳୁଛି ବୋଲି କହିଲେ ସୌରଭ ଗାଙ୍ଗୁଲି । ଅଧିକ ପଢ଼ନ୍ତୁ

World Cup Final
World Cup Final
author img

By ETV Bharat Odisha Team

Published : Nov 17, 2023, 9:21 AM IST

ହାଇଦ୍ରାବାଦ: ବିଶ୍ବକପ୍‌ରେ ଭାରତର ପ୍ରଦର୍ଶନକୁ ନେଇ ପ୍ରଶଂସା କଲେ ପୂର୍ବତନ ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲି । ଭାରତ ଆକ୍ରମକ କ୍ରିକେଟ୍‌ ଖେଳୁଛି ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ପୂର୍ବତନ ଅଧିନାୟକ ଗାଙ୍ଗୁଲି । ଏଥିସହ ଅଷ୍ଟ୍ରେଲିଆ ସହ ଫାଇନାଲ ମୁକାବିଲାକୁ ନେଇ ଭାରତୀୟ ଦଳକୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-World Cup Final: ଫାଇନାଲ ମୁକାବିଲା ପୂର୍ବରୁ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ! ମ୍ୟାଚ ଦେଖିବେ ପ୍ରଧାନମନ୍ତ୍ରୀ

ସୌରଭ ଗାଙ୍ଗୁଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବର୍ତ୍ତମାନ ଭାରତ ଆକ୍ରାମକ କ୍ରିକେଟ୍‌ ଖେଳୁଛି । ଟୁର୍ଣ୍ଣାମେଣ୍ଟରେ ଭାରତ ବହୁତ ଭଲ ଖେଳିଛି । ଭାରତୀୟ ଦଳ ଓ ଟ୍ରଫି ମଧ୍ୟରେ ଅଷ୍ଟ୍ରେଲିଆ କଣ୍ଟା ହୋଇ ଛିଡ଼ା ହୋଇଛି । ଟୁର୍ଣ୍ଣାମେଣ୍ଟର ଲିଗ୍‌ ମ୍ୟାଚ୍‌ ଓ ସେମିଫାଇାନାଲରେ ଭାରତ ଯେପରି ଖେଳିଥିଲା, ସେହିପରି ଯଦି ପ୍ରଦର୍ଶନ ଜାରି ରଖେ ତେବେ ଭାରତଠାରୁ ବିପକ୍ଷ ଦଳ ଟ୍ରଫି ଛଡ଼ାଇବାରେ କଷ୍ଟକର ହେବ । ପାଞ୍ଚ ଥର ବିଶ୍ବକପ ଟ୍ରଫି ହାତେଇଥିବା ଅଷ୍ଟ୍ରେଲିଆ ଦଳ ମଧ୍ୟ ଶକ୍ତିଶାଳି । ରବିବାର କ୍ରିକେଟ ପ୍ରଶଂସକ ମାନେ ଏକ ଭଲ ମ୍ୟାଚ ଦେଖିବାକୁ ପାଇବେ ।

ଏହା ମଧ୍ୟ ପଢନ୍ତୁ- ଫାଇନାଲ ଫାଇଟ: ୨୦ ବର୍ଷ ପରେ ବିଶ୍ବକପ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ

19 ତାରିଖରେ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ୍‌ । ଫାଇନାଲ ଫାଇଟରେ ମୁହାଁମୁହିଁ ହେବେ କଙ୍ଗାରୁ ଟିମ ଓ 'ମେନ୍‌ ଇନ ବ୍ଲ୍ୟୁ' । ଏହା ପୂର୍ବରୁ ଭାରତୀୟ କ୍ରିକେଟ ଟିମ୍‌ ଗୁରୁବାର ସନ୍ଧ୍ୟାରେ ଅହମ୍ମଦାବାଦରେ ପହଞ୍ଚି ସାରିଛି । ଏହି ବଡ଼ ମ୍ୟାଚ୍‌ ଲାଗି ସମସ୍ତ କ୍ରିକେଟପ୍ରେମୀଙ୍କ ମନରେ ଉତ୍କଣ୍ଠା ଭରି ରହିଛି । ଭାରତ ବିଶ୍ବକପରେ କ୍ରମାଗତ 10ଟି ମ୍ୟାଚ୍‌ ଜିତି ସାରିଛି । ପ୍ରଥମ ସେମିଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ 70 ରନରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା । ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ଦମଦାର ଶତକ ସହ ଶାମିଙ୍କ 7ଟି ଓ୍ବିକେଟ ବଳରେ ଭାରତ ନ୍ୟୁଜିଲାଣ୍ଡ ଦଳକୁ ହରାଇବାରେ ସକ୍ଷମ ହୋଇଥିଲା ।

କୋଲକାତା ଇଡେନ ଗାର୍ଡେନରେ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସେମି ଫାଇନାଲ ମ୍ୟାଚ୍‌ ସାଉଥ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା । ମିଲରଙ୍କ ଲଢୁଆ ଶତକୀୟ ପାଳି ଯୋଗୁଁ ଟିମ୍‌ 212 ରନ୍‌ ଟାର୍ଗେଟ ଦେଇଥିଲା । ଏହି ଟାର୍ଗେଟ୍‌କୁ ସହଜରେ ପୂରଣ କରି ଫାଇନାଲରେ ପ୍ରବେଶ କରିଥିଲା ଅଷ୍ଟ୍ରେଲିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.