ETV Bharat / sports

Centurion Test: ଭାରତ ୧୭୪ରେ ଅଲ୍‌ ଆଉଟ, ଦକ୍ଷିଣ ଆଫ୍ରିକାକୁ ୩୦୫ ରନ୍‌ ଟାର୍ଗେଟ - ଦକ୍ଷିଣ ଆଫ୍ରିକାକୁ ୩୦୫ ରନ୍‌ ଟାର୍ଗେଟ ଦେଲା ଭାରତ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ ଦ୍ବିତୀୟ ଇନିଂସରେ ଭାରତ ୧୭୪ରନ୍‌ରେ ଅଲ୍‌ ଆଉଟ ହୋଇଛି । ଅଧିକ ପଢ଼ନ୍ତୁ

Centurion Test: ଭାରତ ୧୭୪ରେ ଅଲ୍‌ ଆଉଟ, ଦକ୍ଷିଣ ଆଫ୍ରିକାକୁ ୩୦୫ ରନ୍‌ ଟାର୍ଗେଟ

author img

By

Published : Dec 29, 2021, 6:50 PM IST

ସେଞ୍ଚୁରିଆନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ ଦ୍ବିତୀୟ ଇନିଂସରେ ଭାରତ ୧୭୪ ରନ୍‌ରେ ଅଲ୍‌ ଆଉଟ ହୋଇଛି । ଗୋଟିଏ ୱିକେଟ ହରାଇ ଚତୁର୍ଥ ଦିନ ଖେଳ ଆରମ୍ଭ କରିଥିଲା ଭାରତ । ପ୍ରଥମ ସେସନରେ ଶାର୍ଦ୍ଦୁଲ ଠାକୁର ଆଉଟ ହୋଇ ପାଭେଲିୟନ ଫେରିଥିଲେ । ଏହାପରେ କେ.ଏଲ ରାହୁଲ ଓ ପୂଜାରା ମଧ୍ୟ ଅଧିକ ସମୟ ପିଚ୍‌ରେ ବିତାଇ ପାରିନଥିଲେ । ରାହୁଲ ମାତ୍ର ୨୩ ରନ୍‌ କରି ପାଭେଲିୟନ ଫେରିଥିଲେ ।

ଏହାପରେ ଅଧିନାୟକ କୋହଲି ମଧ୍ୟ ମାତ୍ର ୧୮ ରନ୍‌ କରିବାକୁ ସକ୍ଷମ ହୋଇଥିଲେ । ଗୋଟିଏ ପରେ ଗୋଟିଏ ହରାଇ ଚାଲିଥିଲା ଟିମ୍‌ ଇଣ୍ଡିଆ । ଏହାପରେ ପନ୍ତ କିଛିଟା ବଡ଼ ସଟ୍‌ ଖେଳି ୩୪ ରନ୍‌ ସ୍କୋର୍‌ କରିଥିଲେ । ତେବେ ସେ ମଧ୍ୟ ରାବାଡାଙ୍କ ଶିକାର ହୋଇଥିଲେ ।

ଦ୍ବିତୀୟ ଇନିଂସରେ ଭାରତ ୫୧ ଓଭର ଖେଳି ମାତ୍ର ୧୭୪ ରନ୍‌ ହିଁ କରିବାକୁ ସକ୍ଷମ ହୋଇପାରିଥିଲା ଭାରତ । ପ୍ରଥମ ଇନିଂସର 1୩୦ ରନ୍‌ ଲିଡ୍‌ ମିଶାଇ ଦକ୍ଷିଣ ଆଫ୍ରିକାକୁ ୩୦୫ ରନ୍‌ ଟାର୍ଗେଟ ଦେଇଛି ଭାରତ । ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡା ଓ ମାର୍କୋ ଜାନସେନ ୪ଟି ଲେଖାଏଁ ୱିକେଟ ନେଇଥିବାବେଳେ ଲୁଙ୍ଗି ନିଗିଡି ଦୁଇଟି ୱିକେଟ ନେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.