ETV Bharat / sports

IND vs WI 3rd T20: ସୂର୍ଯ୍ୟଙ୍କ ଧୂଆଁଦାର ବ୍ୟାଟିଂ, ଇଣ୍ଡିଜକୁ ୧୮୫ ରନ୍‌ ଟାର୍ଗେଟ - ଭାରତ ବନାମ ତୃତୀୟ ଟି-୨୦

ଇଡେନଗାର୍ଡେନରେ ଖେଳା ଯାଉଥିବା ଶେଷ ଟି-୨୦ ମ୍ୟାଚ୍‌ରେ ଭାରତ ଦମଦାର ବ୍ୟାଟିଂ ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜ୍‌ ୧୮୫ ରନ୍‌ ଟାର୍ଗେଟ ଦେଇଛି । ଅଧିକ ପଢ଼ନ୍ତୁ

IND vs WI 3rd T20: ସୂର୍ଯ୍ୟଙ୍କ ଧୂଆଁଦାର ବ୍ୟାଟିଂ, ଇଣ୍ଡିଜକୁ ୧୮୫ ରନ୍‌ ଟାର୍ଗେଟ

author img

By

Published : Feb 20, 2022, 9:09 PM IST

କୋଲକାତା: ଇଡେନଗାର୍ଡେନରେ ଖେଳା ଯାଉଥିବା ଶେଷ ଟି-୨୦ ମ୍ୟାଚ୍‌ରେ ଭାରତ ଦମଦାର ବ୍ୟାଟିଂ ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜ୍‌ ୧୮୫ ରନ୍‌ ଟାର୍ଗେଟ ଦେଇଛି । ଟସ୍‌ ଜିତି ପୋଲାର୍ଡ ପ୍ରଥମେ ଭାରତୀୟ ଦଳକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଥିଲେ । ଦ୍ବିତୀୟ ଓଭରରୁ ଦଳ ଓପନର ଋତୁରାଜ ଗାୟକୱାଡଙ୍କ ୱିକେଟ ହରାଇଥିଲା ।

ଏହାପରେ ଇଶାନ କିଷନ ଓ ଶ୍ରେୟସ ଆୟରଙ୍କ ମଧ୍ୟରେ ଏକ ଅର୍ଦ୍ଧଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ତେବେ ୨୫ ରନ ଆଉଟ ହୋଇଥିଲେ ଶ୍ରେୟସ ଆୟର । ଏହାପରେ ଇଶାନ କିଶନ ମଧ୍ୟ ୩୪ ରନ୍‌ କରି ପାଭେଲିୟନ ଫେରିଥିଲେ । ରୋହିତ ଶର୍ମା ମଧ୍ୟ ବ୍ୟାଟରେ ଅଧିକ କମାଲ କରି ପାରିନଥିଲେ୍ ।

ପଞ୍ଚମ ୱିକେଟ ପାଇଁ ସୂର୍ଯ୍ୟ କୁମାର ଯାଦବ ଓ ଭେଙ୍କେଟେସ ଆୟରଙ୍କ ମଧ୍ୟରେ ୯୦ ରନ୍‌ର ଭାଗିଦାରୀ ହୋଇଥିଲା । ଏଥିରେ କେବଳ ସୂର୍ଯ୍ୟ କୁମାର ଯାଦବ ୭ଟି ଛକା ଓ ଗୋଟିଏ ଚୌକା ବଳରେ ୬୫ ରନ୍‌ ହାସଲ କରିଥିଲେ ।

ସେପେଟ ଭେଙ୍କେଟେସ ଆୟର ମଧ୍ୟ ୧୯ ବଲ୍‌ରୁ ୩୫ ରନ୍‌ ହାସଲ କରିଥିଲେ । ୨୦ତମ ଓଭରର ଶେଷ ବଲରେ ଆଉଟ ହୋଇଥିଲେ ସୂର୍ଯ୍ୟ କୁମାର ଯାଦବ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୪ ରନ୍‌ ହାସଲ କରିଛି । ଏହି ପିଚ୍‌ରେ ୱେଷ୍ଟଇଣ୍ଡିଜ ଦଳ କିଭଳି ବ୍ୟାଟିଂ କରିବ ତାହାରି ଉପରେ ରହିବ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.