ETV Bharat / sports

ICC Womens T20 World Cup: 11 ରନରେ ହାରିଲା ଭାରତ - ଭାରତ ବନାମ ଇଂଲଣ୍ଡ

ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପରେ ଭାରତର ପ୍ରଥମ ପରାଜୟ ହୋଇଛି । ଲଗାତାର ଦୁଇଟି ମ୍ୟାଚ ଜିତିବା ପରେ ଇଂଲଣ୍ଡ ବିପକ୍ଷ ମୁକାବିଲାରେ ପରାସ୍ତ ହୋଇଛି ଭାରତ । ଅଧିକ ପଢନ୍ତୁ

ICC Womens T20 World Cup
ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପ
author img

By

Published : Feb 19, 2023, 7:18 AM IST

କେପଟାଉନ: ଦକ୍ଷିଣ ଆଫ୍ରିକାର କେପଟାଉନରେ ଚାଲିଥିବା ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପରେ ଭାରତ ପ୍ରଥମ ପରାଜୟର ସାମ୍ନା କରିଛି । ଇଂଲଣ୍ଡ ବିପକ୍ଷ ତୃତୀୟ ମୁକାବିଲାରେ ଟିମ ଇଣ୍ଡିଆ 11 ରନରେ ପରାସ୍ତ ହୋଇଛି । ସ୍ମୃତି ମାନ୍ଧାନାଙ୍କ ଅର୍ଦ୍ଧଶତକ ଓ ରିଚା ଘୋଷଙ୍କ ଲଢୁଆ ବ୍ୟାଟିଂ ବୃଥା ହୋଇଛି । ବିଜୟ ଲକ୍ଷ୍ୟ ନେଇ ଲଢେଇ କରିବା ପରେ ବି ଦଳ ପରାସ୍ତ ହୋଇଛି । ତୃତୀୟ ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହ 6 ପଏଣ୍ଟ ପାଇ ଇଂଲଣ୍ଡ ଗ୍ରୁପ ବିର ଶୀର୍ଷ ସ୍ଥାନରେ ରହିଛି । ଭାରତ 2ଟି ବିଜୟ ଓ ଗୋଟିଏ ପରାଜୟ ସହ 4 ପଏଣ୍ଟ ପାଇ 2ୟ ସ୍ଥାନରେ ରହିଛି । ଆସନ୍ତାକାଲି (ସୋମବାର) ପରବର୍ତ୍ତୀ ମୁକାବିଲାରେ ଆୟର୍ଲାଣ୍ଡକୁ ଭେଟିବ ଭାରତ ।

ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଭାରତ । ପେସ ବୋଲର ରେଣୁକା ସିଂହ ଆରମ୍ଭରୁ ଇଂଲଣ୍ଡ ବ୍ୟାଟରଙ୍କୁ ବାଟବଣା କରିଥିଲେ । ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ରେଣୁକାଙ୍କ ଘାତକ ସୁଇଂରେ ଇଂଲଣ୍ଡର ଦଳୀୟ ସ୍କୋର 24ରେ 3ଟି ୱିକେଟ ପତନ ହୋଇଥିଲା । ଡାନି ୱାଟ ଖାତା ଖୋଲି ପାରି ନଥିଲେ । ସେହିପରି କ୍ୟାପସି 3 ଓ ଶୋଫିଆ ଡଙ୍କଲି 10ରନ କରି ସଅଳ ପାଭିଲିୟନ ଫେରିଥିଲେ । ମଧ୍ୟଭାଗରେ ନାତିଲି ସ୍କିଭର-ବ୍ରଣ୍ଡ, ହିଥର ଓ ଆମ ଜୋନ୍ସ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । 7 ୱିକେଟ ହରାଇ ଇଂଲଣ୍ଡ 151 ରନ କରିଥିଲା । ଭାରତକୁ 152 ରନ ବିଜୟ ଲକ୍ଷ୍ୟ ରହିଥିଲା । ଇଂଲଣ୍ଡର ନାତିଲି ସ୍କିଭର ସର୍ବାଧିକ 50 ରନ କରିଥିଲେ । ରେଣୁକା ସିଂହ 15 ରନ ଦେଇ 5ଟି ୱେକଟ ନେଇଥିଲେ । ଶିକ୍ଷା ପାଣ୍ଡେ ଓ ଦୀପ୍ତୀ ଶର୍ମା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

152 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଭାରତ। ଇଂଲଣ୍ଡର ଶୃଙ୍ଖଳିତ ବୋଲିଂ ଆଗରେ ଭାରତ ବ୍ୟାଟିଂ ରଣନୀତି କାମ କରି ନଥିଲା । ଓପନର ସ୍ମୃତି ମାନ୍ଧନା ଦର୍ଶନୀୟ ସଟ ଖେଳିଥିଲେ ହେଁ ଅନ୍ୟ ବ୍ୟାଟର କେହି କ୍ରିଜରେ ତିଷ୍ଠି ପାରି ନଥିଲେ । ଶେଫାଳି ବର୍ମା 8, ଜେମିମା ରୋଡ୍ରିଗ୍ସ 11 ଓ ଅଧିନାୟକ ହର୍ମନପ୍ରୀତ କୌର 4 ରନ କରି ଆଉଟ ହେଇଥିଲେ । ମାନ୍ଧନା ଅର୍ଦ୍ଧଶତକ କରିଥିଲେ । ଦଳୀୟ ସ୍କୋର 105ରେ ମାନ୍ଧନା 41 ବଲରେ 52 ରନ (7ଚୌକା, 1 ଛକା) କରି ଆଉଟ ହୋଇଥିଲେ । ରିଚା ଘୋଷ ଲଢୁଆ ବ୍ୟାଟିଂ ଜାରି ରଖିଥିଲେ । ରିଚା 47 ରନ କରିଥିଲେ । ଦିପ୍ତୀ ଶର୍ମା ଓ ପୂଜା ବସ୍ତ୍ରାକାର ବିଫଳ ହେବା ପରେ ଭାରତ ରନ ଗାଡି 140ରେ ଅଟକି ଯାଇଥିଲା । ଭାରତ ଲଢୁଆ ବ୍ୟାଟିଂ କରି 5 ୱିକେଟ ହରାଇ 140 ରନ କରିଥିଲା ।

ଏହା ବି ପଢନ୍ତୁ...BGT 2nd Test Day 2: ଭାରତ ୨୬୨ରେ ଅଲଆଉଟ, ୬୧ରନରେ ଆଗୁଆ ଅଷ୍ଟ୍ରେଲିଆ

ପ୍ରକାଶଥାଉ କି, ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପରେ ଭାରତ ତାର ପ୍ରଥମ ମୁକାବିଲାଲେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ଏହାପରେ ଦ୍ବିତୀୟ ମୁକାବିଲାରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଥିଲା । ଏହାପରେ ସେମି ଫାଇନାଲ ନିକଟତର ହୋଇଥିଲା । ପରବର୍ତ୍ତୀ ମୁକାବିଲାରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ବଡ ବିଜୟ ହାସଲ କରିବାକୁ ପଡିବ । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଏକ ମୁକାବିଲାରେ ଅଷ୍ଟ୍ରେଲିଆ 6 ୱିକେଟରେ ବିଜୟ ହାସଲ କରିଛି । ଆଜି(ରବିବାର) ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ ଓ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇଟି ମ୍ୟାଚ ଖେଳାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.