ETV Bharat / sports

ଆଇସିସି ପରୀକ୍ଷାର କିୱି ପେପରରେ ଭାରତ ଲଗାତାର ଫେଲ୍‌ - ବିଶ୍ବ ଟେଷ୍ଟ ଚମ୍ପିଆନସିପ

ସେଞ୍ଚୁରିଆନରେ ଶେଷଥର ପାଇଁ ଭାରତ, ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡକୁ 2003 ମସିହାରେ 50 ଓଭର ବିଶ୍ବକପରେ ହରାଇବାକୁ ସମର୍ଥ ହୋଇଥିଲା । ଅଧିକ ପଢନ୍ତୁ...

India fail to crack the NZ code again in ICC tournaments
ଆଇସିସି ପରୀକ୍ଷାର କିୱି ପେପରରେ ଭାରତ ଲଗାତାର ଫେଲ୍‌
author img

By

Published : Jun 24, 2021, 10:44 PM IST

ସାଉଥାମ୍ପଟନ: ଆଇସିସି ଟୁର୍ଣ୍ଣାମେଣ୍ଟରେ ଗତ କିଛି ବର୍ଷ ଧରି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ ଫ୍ରେଞ୍ଚ ଓପନରେ ରାଫେଲ ନାଦାଲ ବନାମ ରୋଜର ଫେଡେରରଙ୍କ ଲଢେଇ ପରି ହୋଇଛି । ସର୍ବଦା ବିଜୟ ପାଇଁ ବାଟ ଛାଡୁନଥିବା ପରି ଏହି ସବୁ ମ୍ୟାଚ ହୋଇଛି । ବୁଧବାର କିୱି ଟିମ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ସହିତ ଭାରତକୁ କ୍ରମାଗତ ଷଷ୍ଠ ଥର ପାଇଁ ଆଇସିସି ଟୁର୍ଣ୍ଣାମେଣ୍ଟରେ ହରାଇଛି ।

India fail to crack the NZ code again in ICC tournaments
ଆଇସିସି ପରୀକ୍ଷାର କିୱି ପେପରରେ ଭାରତ ଲଗାତାର ଫେଲ୍‌

ଶେଷଥର ପାଇଁ ଭାରତ, ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ନ୍ୟୁଜିଲାଣ୍ଡକୁ 2003 ମସିହାରେ 50 ଓଭର ବିଶ୍ବକପରେ ହରାଇବାକୁ ସମର୍ଥ ହୋଇଥିଲା । ସେଞ୍ଚୁରିଆନରେ ଖେଳାଯାଇଥିବା ଏହି ମ୍ୟାଚରେ ଜାହିରଙ୍କ ଖାନ ଘାତକ ବୋଲିଂ ସହ 4ଟି ୱିକେଟ ହାସଲ କରିଥିଲେ । ଫଳରେ 146 ରନ୍‌ରେ କିୱିକୁ ଆଉଟ କରିବା ସହ 7 ୱିକେଟରେ ବିଜୟୀ ହୋଇଥିଲା ଭାରତ ।

ଏହାପରଠାରୁ ଭାରତକୁ ଟି20 ବିଶ୍ବକପ, 50 ଓଭର ବିଶ୍ବକପ ଓ ବିଶ୍ବ ଟେଷ୍ଟ ଚମ୍ପିଆନସିପ ମ୍ୟାଚରେ ମଧ୍ୟ ହରାଇଛି ନ୍ୟୁଜିଲାଣ୍ଡ ।

ନଜର ପକାନ୍ତୁ ଆଇସିସି ଟୁର୍ଣ୍ଣାମେଣ୍ଟରେ 13 ବର୍ଷ ଧରି ନ୍ୟୁଜିଲାଣ୍ଡଠୁ ହାରିଛି ଭାରତ

2007 ଟି20 ବିଶ୍ବକପ, ଲିଗ୍‌ ମ୍ୟାଚ, ଜୋହାନ୍ସବର୍ଗ:

ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି 190 ରନ କରିଥିଲା । ବ୍ରେଣ୍ଡନ ମାକ୍ୟୁଲମ 31 ବଲରୁ 45 ଓ କ୍ରେଗ ମେକମିଲନ 23 ବଲ୍‌ରୁ ଦ୍ରୁତ 44 ରନର ଇଂନିସ ଖେଳିଥିଲେ । ଜବାବରେ ଭାରତ ନିର୍ଦ୍ଧାରିତ 20 ଓଭରରେ 180/9ରେ ସନ୍ତୁଷ୍ଟ ହୋଇଥିଲା । ବାମହାତୀ ସ୍ପିନର ଡାନିଏଲ ଭିଟୋରୀ 4ଟି ୱିକେଟ ନେଇ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ ।

2016 ଟି20 ବିଶ୍ବକପ ସୁପର-10 ମ୍ୟାଚ, ନାଗପୁର:

ସ୍ପିନ ଅନୂକୂଳ ପିଚ୍‌ରୁ ଫାଇଦା ଉଠାଇ ଭାରତୀୟ ବୋଲର କଞ୍ଜୁସ ବୋଲିଂ ସହ ନ୍ୟୁଜିଲାଣ୍ଡକୁ 20 ଓଭରରେ 126/7ରେ ରୋକିଥିଲେ । କୋରି ଆଣ୍ଡରସନ 42 ବଲରୁ 34 ଓ ଲୁର ରୋଞ୍ଚି 11 ବଲରୁ 21 ରନର ଇଂନିସ ଖେଳିଥିଲେ । ଏହାପରେ ନାଥନ ମାକ୍ୟୁଲମ, ମିଚେଲ ସାଣ୍ଟନର ଓ ଇସ ଶୋଧୀ 3ଟି ଲେଖାଏଁ ୱିକେଟ ହାସଲ କରି ଭାରତକୁ 79 ରନରେ ଅଲ ଆଉଟ କରିଥିଲେ ଓ 47 ରନରେ ବିଜୟୀ ହୋଇଥିଲା ନ୍ୟୁଜିଲାଣ୍ଡ ।

2019ରେ 50 ଓଭର ବିଶ୍ବକପ ସେମିଫାଇନାଲ:

ଏହା ଭାରତ ପାଇଁ ସବୁଠୁ ବଡ ପରାଜୟ ଥିଲା । ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଲିଗ ପର୍ଯ୍ୟାୟରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଭାରତ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠୁ ହାରିଥିଲା । କେନ ୱିଲିୟମସନଙ୍କ 67 ଓ ରସ ଟେଲରଙ୍କ 74 ରନ ବଳରେ କିୱି 239 ରନ ସଂଗ୍ରହ କରିଥିଲା । ଜବାବରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବା ସବ ବିଜୟ ଠାରୁ 18 ରନ ଦୂରରେ ରହିଯାଇଥିଲା । ରବିନ୍ଦ୍ର ଜାଡେଜା 59 ବଲ୍‌ରୁ 77 ରନର ଲଢୁଆ ଇଂନିସ ଖେଳିଥିଲେ ସୁଦ୍ଧା ବିଜୟୀ କରାଇପାରିନଥିଲେ ।

WTC ଦୁଇ-ଟିକିଆ ଟେଷ୍ଟ ସିରିଜ ନ୍ୟୁଜିଲାଣ୍ଡ, 2020:

ଭାରତ ୱେଲିଂଟନରେ ପ୍ରଥମ ଟେଷ୍ଟ 10 ୱିକେଟରେ ହାରିଥିଲା । ପରେ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟକୁ ମଧ୍ୟ 7 ୱିକେଟରେ ହାରିଥିଲା ।

WTC ଫାଇନାଲ, ସାଉଥାମ୍ପଟନ 2021:

ବୁଧବାର ସଦ୍ୟ ସମାପ୍ତ ହୋଇଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ମଧ୍ୟ 8 ୱିକେଟରେ ଭାରତକୁ ହରାଇ WTC ର ପ୍ରଥମ ସଂସ୍କରଣର ଟାଇଟେଲ ନିଜ ନାମରେ କରିଛି ନ୍ୟୁଜିଲାଣ୍ଡ । ବର୍ଷା ବାଧାପ୍ରାପ୍ତ ମ୍ୟାଚ ରିଜର୍ଭ ଦିନରେ ଖେଳାଯାଇଥିଲା । ନ୍ୟୁଜିଲାଣ୍ଡ ସାମ୍ନାରକେ 139 ରନର ବିଜୟ ଲକ୍ଷ୍ୟ ରହିଥିଲା । ଶେଷ ଦିନ ହୋଇଥିବାରୁ ଡ୍ର ହେବାନେଇ ଆଶଙ୍କା ବଢିଥିଲା । ମାତ୍ର କ୍ପଟେନ କେନ ୱିଲିୟମସନ ଓ ରସ ଟେଲରଙ୍କ ଅପରାଜିତ 96 ରନର ଭାଗିଦାରୀ ବଳରେ ନ୍ୟୁଜିଲାଣ୍ଡ ବିଜୟୀ ହେବାସହ ସାଉଥାମ୍ପଟନରେ ଇତିହାସ ରହିଥିଲା । ଅନ୍ୟପଟେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତର ପରାଜୟ ତାଲିକାରେ ଆଉ ଏକ ମ୍ୟାଚ ଯୋଡିହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.