ବର୍ମିଂହାମ: ଭାରତ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ଟେଷ୍ଟ ରୋମାଞ୍ଚକର ମୋଡ ନେଇଛି । ତୃତୀୟ ଦିନରେ ଭାରତ ଦମଦାର ପ୍ରଦର୍ଶନ ରହିଛି । ଇଂଲଣ୍ଡକୁ 284ରେ ଆଲଆଉଟ କରିବା ପରେ ଦ୍ବିତୀୟ ଇନିଂସରେ ଭାରତ 3 ୱିକେଟ ହରାଇ 125 ରନ କରିଛି । ଏହା ସହିତ 257ରନରେ ଆଗୁଆ ରହିଛି ଭାରତ । ଚେତେଶ୍ବର ପୂଜାରା 50 ଓ ରିଷବ ପନ୍ତ 30 ରନ କରି ଆପରାଜିତ ଅଛନ୍ତି ।
-
That's Stumps on Day 3 of the Edgbaston Test! @cheteshwar1 (50*) & @RishabhPant17 (30*) remain unbeaten as #TeamIndia stretch their lead to 257 runs. 👌 👌 #ENGvIND
— BCCI (@BCCI) July 3, 2022 " class="align-text-top noRightClick twitterSection" data="
See you tomorrow for Day 4 action.
Scorecard ▶️ https://t.co/xOyMtKrYxM pic.twitter.com/PpQfil24Jj
">That's Stumps on Day 3 of the Edgbaston Test! @cheteshwar1 (50*) & @RishabhPant17 (30*) remain unbeaten as #TeamIndia stretch their lead to 257 runs. 👌 👌 #ENGvIND
— BCCI (@BCCI) July 3, 2022
See you tomorrow for Day 4 action.
Scorecard ▶️ https://t.co/xOyMtKrYxM pic.twitter.com/PpQfil24JjThat's Stumps on Day 3 of the Edgbaston Test! @cheteshwar1 (50*) & @RishabhPant17 (30*) remain unbeaten as #TeamIndia stretch their lead to 257 runs. 👌 👌 #ENGvIND
— BCCI (@BCCI) July 3, 2022
See you tomorrow for Day 4 action.
Scorecard ▶️ https://t.co/xOyMtKrYxM pic.twitter.com/PpQfil24Jj
ତୃତୀୟ ଦିନରେ ଭାରତୀୟ ବୋଲର ଶୃଙ୍ଖଳିତ ବୋଲିଂ କରିଥିଲେ ବି ଫର୍ମରେ ଥିବା ବେୟାରଷ୍ଟୋଙ୍କୁ ଅଟକାଇବାରେ ବିଫଳ ହୋଇଥିଲେ । ବେୟାରଷ୍ଟୋ 106 ରନର ଇନିଂସ ଖେଳିଥିଲେ । ଇଂଲଣ୍ଡ ତୃତୀୟ ଦିନରେ ୮୪ ରନରୁ ଇନିଂସ ଆରମ୍ଭ କରିଥିଲା । ଜନ୍ନି ବେୟାରଷ୍ଟୋ ଓ ଅଧିନାୟକ ବେନ ଷ୍ଟୋକ୍ସ ବେଶ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ। ତେବେ ଦଳୀୟ ସ୍କୋର ୧୪୯ ଥିବା ବେଳେ ଷ୍ଟୋକ୍ସ ୨୫ ରନ କରି ଶାର୍ଦ୍ଦୁଲ ଠାକୁରଙ୍କ ବଲରେ ଆଉଟ ହୋଇଥିଲେ । କିନ୍ତୁ ବେୟାରଷ୍ଟୋ ସାମ ବିଲିଙ୍ଗସ ହାର ମାନିବା ମୁଡରେ ନଥିଲେ । ଉଭୟ ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୪୧ରେ ପହଞ୍ଚାଇଥିଲେ ।
ବେୟାରଷ୍ଟୋ ମଧ୍ୟ ଚଳିତ ସିଜିନରେ ନିଜର ତୃତୀୟ ଶତକ ହାସଲ କରିଥିଲେ । ଏହାକୁ ବଡ଼ ସ୍କୋରରେ ପରିଣତ କରିବା ପୂର୍ବରୁ ମହମ୍ମଦ ଶାମି ତାଙ୍କୁ ଆଉଟ କରି ଦେଇଥିଲେ । ଆଉଟ ହେବା ପୂର୍ବରୁ ସେ ୧୪୦ ବଲରେ ୧୦୬ ରନର ଇନିଂସ ଖେଳିଥିଲେ। ବେୟାରଷ୍ଟୋ ଆଉଟ ହେବା ପରେ ସାମ ବିଲିଙ୍ଗ୍ସ ଲଢ଼େଇ କରିଥିଲେ । ହେଲେ ୩୦୦ ରନ୍ ପାର କରାଇବାରେ ସକ୍ଷମ ହୋଇ ନଥିଲେ। ଇଂଲଣ୍ଡ ୨୮୪ ରନରେ ଅଲଆଉଟ ହୋଇଯିବାରୁ ଭାରତକୁ ୧୩୨ ରନର ଲିଡ ମିଳିଥିଲା ।
୧୩୨ ରନରରେ ପ୍ରଥମ ଇନିଂସ ଆଗୁଆ ଥିବା ଭାରତ ଦ୍ବିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିଲେ । ଶୁଭମନ ଗିଲ କ୍ରିଜରେ ତିଷ୍ଠି ପାରିନଥିଲେ । 4 ରନ କରି ଆଉଟ ହୋଇଥିଲେ । ପରବର୍ତ୍ତୀ ବ୍ୟାଟର ହନୁମା ବିହାରୀ ଅପରାଜିତ ଚେତେଶ୍ବର ପୂଜାରାଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ । ଉଭୟ ଦଳୀୟ ସ୍କୋରକୁ 43ରେ ପହଞ୍ଚାଇଥିଲେ । 11ରନ କରି ପାଭିଲିୟନ ଫେରିଥିଲେ ବିହାରୀ । ବିରାଟ କୋହଲି ବ୍ୟାଟିଂ କରି 20 ରନ କରିଥିଲେ । ବେନ ଷ୍ଟୋକ୍ସଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ପୂଜାରାଙ୍କ ସହ ଯୋଗ ଦେଇଥିଲେ ପନ୍ତ । ଉଭୟ ସତର୍କତାର ସହ ବ୍ୟାଟିଂ କରି 125ରେ ପହଞ୍ଚାଇଥିଲେ । ଭାରତର ପଲ୍ଲା ଭାରି ରହିଛି । ଆଜି ଚତୁର୍ଥ ଦିନ ଉପରେ ସମସ୍ତଙ୍କ ନଜର ରହିଛି ।