ହାଇଦ୍ରାବାଦ: ଏଜବଷ୍ଟନରେ ଚାଲିଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ଋଷଭ ପନ୍ତଙ୍କ ଦମଦାର ଶତକ । ପ୍ରଥମେ ବିପର୍ଯ୍ୟୟ ବ୍ୟାଟିଂ ସାମନା କରିଥିଲା ଭାରତ । ଓପନରଙ୍କ ବ୍ୟାଟିଂ ଫେଲ ମାରିବା ସହିତ ମିଡିଲ ଅର୍ଡର ବ୍ୟାଟର ବି ବିଫଳ ହୋଇଥିଲେ । ପରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ଋଷଭ ପନ୍ତଙ୍କ ପାର୍ଟନରଶିପ କ୍ରିଜରେ କମାଲ କରିଥିଲା । ପନ୍ତ ଶତକ ହାସଲ କରିଥିବା ବେଳେ ଜାଡେଜା ଅର୍ଦ୍ଧ ଶତକ ହାସଲ କରିଛନ୍ତି । ଋଷଭ ପନ୍ତ ୧୧୧ ବଲରୁ ୨୦ ଟି ଚୌକା ୪ଟି ଛକା ମାରି ୧୪୬ ରନ ସଂଗ୍ରହ କରି କ୍ୟାଚ ଆଉଟ ହୋଇଛନ୍ତି । ସେହିପରି ରବିନ୍ଦ୍ର ଜାଡେଜା ଅର୍ଦ୍ଧ ଶତକ ହାସଲ କରି ଅପରାଜିତ ଅଛନ୍ତି । ଉଭୟଙ୍କ ମଧ୍ୟରେ 222 ରନର ବିଶାଳ ଭାଗିଦାରୀ ହୋଇଥିଲା ।
ସେହିପରି ଭାବରେ ଭାରତ ପକ୍ଷରୁ ଓପନିଂ କରିଥିବା ଶୁଭମନ ଗିଲ ୨୪ ବଲରୁ ୪ ଟି ଚୌକା ମାରି ୧୭ ରନ କରି ଜ୍ୟାକ୍ କ୍ରୋଲିଙ୍କ ଦ୍ବାରା କ୍ୟାଚ ଆଉଟ ହୋଇଥିଲେ । ସେହିପରି ଚେତେଶ୍ବର ପୂଜାରା ୪୬ ବଲରୁ ୨ ଟି ଚୌକା ମାରି ୧୩ ରନ କରି ଜ୍ୟାକ୍ କ୍ରୋଲିଙ୍କ ଦ୍ବାରା କ୍ୟାଚ ଆଉଟ ହୋଇଥିଲେ । ମିଡିଲ ଅର୍ଡରରେ ୨୦ ରନ କରି LBW ରେ ଆଉଟ ହୋଇଥିଲେ । ବିରାଟ କୋହଲି ୧୧ ରନ କରି ବୋଲ୍ଡ ହୋଇଥିଲେ । ଶ୍ରେୟାସ ଆୟାର ୧୫ ରନ କରି କ୍ୟାଚ ଆଉଟ ହୋଇଥିଲେ । ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ ୩ ୱିକେଟ ହାତେଇଥିବା ବେଳେ ମ୍ୟାଟି ପୋର୍ଟ୍ସ ୨ ଟି ୱିକେଟ ହାତେଇଛନ୍ତି । ଜୟୀ ରୁଟ ଗୋଟିଏ ୱିକେଟ ହାତେଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ଭାରତର ସ୍କୋର 6 ଓ୍ବିକେଟ ବିନିମୟରେ 322 ରନ ସ୍କୋର ହୋଇଛି ।