ହାଇଦ୍ରାବାଦ: ଏଜବଷ୍ଟନରେ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟର ଆଜି ଦ୍ବିତୀୟ ଦିନରେ ଖେଳ ଆରମ୍ଭ ହୋଇଛି । ଏଥିରେ ଶତକ ହାସଲ କରିଛନ୍ତି ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଜାଡେଜା ୧୯୪ ବଲରୁ ୧୩ ଟି ଚୌକା ମାରି ୧୦୪ ରନ କରି ଜେମ୍ସ ଆଣ୍ଡରସନ ଦ୍ବାରା କ୍ଲିନ ବୋଲ୍ଡ ହୋଇଛନ୍ତି ।
ଗତକାଲି ମ୍ୟାଚରେ ଜାଡେଜା ଏବଂ ଋଷଭ ପନ୍ତଙ୍କ ସହ ପାର୍ଟନରଶିପରେ ଭାରତର ବ୍ୟାଟିଂ ସ୍କୋର ଆଗକୁ ବଢିଥିଲା । ଗତକାଲି ଋଷଭ ପନ୍ତ ୧୧୧ ବଲରୁ ୧୪୬ ରନ କରି କ୍ୟାଚ ଆଉଟ ହୋଇଥିଲେ । ଏପର୍ଯ୍ୟନ୍ତ ଭାରତର ସ୍କୋର ୪୧୬/9 ରହିଛି ।