ETV Bharat / sports

India-England 5th Test: ରେକର୍ଡ ରନ ଚେସ୍ କଲା ଇଂଲଣ୍ଡ, ସିରିଜ 2-2ରେ ବରାବର - ଇଣ୍ଡିଆ ଇଂଲଣ୍ଡ ପଞ୍ଚମ ଟେଷ୍ଟ

ପ୍ରଥମ ଇନିଂସରେ 132 ରନର ଲିଡ ହାତେଇବା ପରେ ମଧ୍ୟ ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ବଡ ସ୍କୋର କରିବାରେ ବିଫଳ ହେବା ସହିତ ବ୍ୟାଟରମାନେ ଅଧିକ ସମୟ କ୍ରିଜରେ ତିଷ୍ଠିବାରେ ବିଫଳ ହୋଇଥିଲେ । ଅଧିକ ପଢନ୍ତୁ

ଇଣ୍ଡିଆ ଇଂଲଣ୍ଡ ପଞ୍ଚମ ଟେଷ୍ଟ : 2-2 ରେ ସିରିଜ ଡ୍ର ରଖିଲା ଇଂଲଣ୍ଡ

author img

By

Published : Jul 5, 2022, 5:35 PM IST

Updated : Jul 5, 2022, 6:19 PM IST

ହାଇଦ୍ରାବାଦ: ଇଂଲଣ୍ଡର ଦମଦାର ବିଜୟ ସହ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ 2-2ରେ ବରାବର । ଏଜବେଷ୍ଟନରେ ଖେଳାଯାଇଥିବା 5ମ ଟେଷ୍ଟ ମ୍ୟାଚରେ ରେକର୍ଡ ରନ୍ ଚେସ୍ କରିଛି ଇଂଲଣ୍ଡ । 4ର୍ଥ ଇନିଂସରେ ଭାରତ ବିପକ୍ଷରେ 378 ରନ ଟାର୍ଗେଟକୁ ପିଛା କରିଛି ବେନ୍ ଷ୍ଟୋକ୍ସଙ୍କ ଟିମ୍ । ଫଳରେ ଭାରତଠୁ ମ୍ୟାଚ ହାତେଇ ଇଂଲଣ୍ଡ ସିରିଜକୁ ଡ୍ର ରିଖିଛି । ପଞ୍ଚମ ଟେଷ୍ଟରେ ଭାରତକୁ 7 ୱିକେଟରେ ହରାଇ ଇଂଲଣ୍ଡ ସିରିଜ ଡ୍ର ରଖିବାରେ ସକ୍ଷମ ହୋଇଛି । ତେବେ ସିରିଜରେ ଦମଦାର ପ୍ରଦର୍ଶନ ପାଇଁ ବୁମରାଙ୍କୁ ମ୍ୟାନ ଅଫ୍ ସିରିଜ ଭାବେ ବିବେଚନା କରାଯାଇଛି ।

ପ୍ରଥମ ଇଂନିସରେ ଭାରତ 416ରନ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ୱିକେଟ କିପର ରିଷଭ ପନ୍ତ ଶତକ ହାସଲ କରିଥିଲେ । ଓପନର ଶୁଭମନ ଗିଲ 17, ଚେତେଶ୍ବର ପୂଜାରା 13, ହନୁମା ବିହାରୀ 20, ବିରାଟ କୋହଲି 11, ରିଷଭ ପନ୍ତ 146, ଶେୟାସ ଆୟାର15, ରବିନ୍ଦ୍ର ଜାଡେଜା 104, ଶାର୍ଦୁଲ ଠାକୁର 1, ମହମ୍ମଦ ସାମୀ 16, ଅଧିନାୟକ ଜଶପ୍ରିତ ବୁମରା 31, ମହମ୍ମଦ ସିରାଜ 2 ରନ କରିଥିଲେ ସେହିପରି ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ ସର୍ବାଧିକ 5 ୱିକେଟ ହାସଲ କରିଥିଲେ । ମ୍ୟାଟି ପୋଟ୍ସ 2 ଟି, ଷ୍ଟୁଆର୍ଟ ବ୍ରୋଡ, ଜୋ ରୁଟ , ଅଧିନାୟକ ଷ୍ଟୋକ୍ସ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ଦ୍ବିତୀୟ ଇନିଂସରେ ଭାରତ 245 ରନ କରି ଅଲ ଆଉଟ ହୋଇଥିଲା । ଦ୍ବିତୀୟ ଇନିଂସରେ ଭାରତର ବ୍ୟାଟିଂ ଫେଲ ମାରିଥିଲା । ପୁଣି ବ୍ୟାଟିଂରେ ବିଫଳ ହୋଇଥିଲେ ଓପନର ଶୁଭମନ ଗିଲ । ଶୁଭମନ ଗିଲ 4, ଚେତେଶ୍ବର ପୂଜାରା 66, ହନୁମା ବିହାରୀ 11, ବିରାଟ କୋହଲି 20, ରିଷଭ ପନ୍ତ 57, ଶେୟାସ ଆୟର 19, ରବିନ୍ଦ୍ର ଜାଡେଜା 23, ଶାର୍ଦୁଲ ଠାକୁର 4, ମହମ୍ମଦ ସାମି 13, ଅଧିନାୟକ ଜଶପ୍ରିତ ବୁମରା 7, ମହମ୍ମଦ ସିରାଜ 2 ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ଅଧିନାୟକ ଷ୍ଟୋକ୍ସ ସର୍ବାଧିକ 4ଟି ୱିକେଟ ହାତେଇ ଥିଲେ । ଷ୍ଟୁଆର୍ଟ ବ୍ରୋଡ ଓ ମ୍ୟାଟି ପୋଟ୍ସ 2 ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ଜେମ୍ସ ଆଣ୍ଡରସନ, ଜ୍ୟାକ ଲିଚ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ସେହିପରି ପ୍ରଥମ ଇଂନିସରେ ଇଂଲଣ୍ଡ 284 ରନ କରି ଅଲ ଆଉଟ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ଜନି ବେୟାରଷ୍ଟୋ ଶତକ ମାରିଥିଲେ । ପ୍ରଥମ ଇନିଂସରେ ଭାରତୀୟ ବୋଲରଙ୍କ ବିସ୍ଫୋରକ ବୋଲିଂରେ ଇଂଲଣ୍ଡ ଧରାଶାୟୀ ହୋଇଥିଲା । ଯାହା ଫଳରେ ଭାରତ ପ୍ରଥମ ଇନିଂସରେ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖି ପାରିଥିଲା । ଆଲେକ୍ସ ଲିସ 6, ଜ୍ୟାକ କ୍ରାଉଲି 9, ଅଲି ପୋପ 10, ଜୋ ରୁଟ 31, ଜନି ବେୟାରଷ୍ଟୋ 106, ଜ୍ୟାକ ଲିଚ 0, ଅଧିନାୟକ ଷ୍ଟୋକ୍ସ 25, ବିଲିଙ୍ଗ୍ସ 36, ବ୍ରୋଡ 1, ମ୍ୟାଟି ପୋଟ୍ସ 19, ଜେମ୍ସ ଆଣ୍ଡରସନ 6 ରନ କରି ଅଲ ଆଉଟ ହୋଇଥିଲେ । ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ 4 ଟି ୱିକେଟ ନେଇଥିଲେ । ମହମ୍ମଦ ସାମି 2 ଟି , ଶାର୍ଦୁଲ ଠାକର 1, ଅଧିନାୟକ ବୁମରା 3 ଟି ୱିକେଟ ନେଇଥିଲେ ।

ଦ୍ବିତୀୟ ଇଂନିସରେ ଇଂଲଣ୍ଡ 3 ଓ୍ୱିକେଟ ବିନିମୟରେ 378 ରନ ଟାର୍ଗେଟକୁ ସଫଳତାର ସହିତ ପିଛା କରିଛି । ଦ୍ବିତୀୟ ଇନିଂସରେ ଜୋ ରୁଟ ଏବଂ ଜନି ବେୟାରଷ୍ଟୋ ଶତକ ହାସଲ କରି ଭାରତ ପାଖରୁ ମ୍ୟାଚ ଛଡାଇ ସିରିଜକୁ ଡ୍ର ରଖିବାରେ ସକ୍ଷମ ହୋଇଛନ୍ତି ।

ଜୋ ରୁଟ 173 ବଲରୁ ଗୋଟିଏ ଛକା 19ଟି ଚୌକା ମାରି 142 ରନ କରି ଅପରାଜିତ ରହିଛନ୍ତି । ସେହିପରି ଜନି ବେୟାରଷ୍ଟୋ 145 ବଲରୁ ଗୋଟିଏ ଛକା ମାରି 15ଟି ଚୌକା ସହିତ 114 ରନ କରି ଅପରାଜିତ ରହିଛନ୍ତି । ଆଲେକ୍ସ ଲିସ 56, ଜ୍ୟାକ କ୍ରଲି 46 , ଓଲି ପୋପ (0) ଶୂନ ରନ କରିଛନ୍ତି । ଭାରତ ପକ୍ଷରୁ ଅଧିନାୟକ ଜଶପ୍ରିତ ବୁମରା 2 ଟି ୱିକେଟ ହାତେଇଛନ୍ତି ।

ତେବେ ପ୍ରଥମ ଇନିଂସରେ 132 ରନର ଲିଡ ହାତେଇବା ପରେ ମଧ୍ୟ ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ବଡ ସ୍କୋର କରିବାରେ ବିଫଳ ହେବା ସହିତ ବ୍ୟାଟରମାନେ ଅଧିକ ସମୟ କ୍ରିଜରେ ତିଷ୍ଠିବାରେ ବିଫଳ ହୋଇଥିଲେ । ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ପୂଜାରା ଅଧିକ ବଲ ଖେଳିବାରେ ସକ୍ଷମ ହୋଇଥିଲେ । ତେବେ ଅନ୍ୟ କୌଣସି ବ୍ୟାଟର କ୍ରିଜରେ ଅଧିକ ସମୟ ବିତାଇ ପାରିନଥିଲେ ।

ବର୍ମିଂହାମରେ ଭାରତ ଅଧିନାୟକ ଜଶପ୍ରିତ ବୁମରାଙ୍କ ନେତୃତ୍ବରେ ଏହି ପଞ୍ଚମ ଟେଷ୍ଟ ସମାପ୍ତ କରିଛି । ଜୁଲାଇ 7 ରୁ ଘରୋଇ ଇଂଲଣ୍ଡ ଏବଂ ଭାରତ ବିପକ୍ଷରେ ଟି-ଟ୍ବେଣ୍ଟି ମ୍ୟାଚ ଖେଳାଯିବ ।

Last Updated : Jul 5, 2022, 6:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.