ହାଇଦ୍ରାବାଦ: ଭାରତ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ଟି-20 ମ୍ୟାଚ ଜାରି ରହିଛି । ଏହି ମ୍ୟାଚରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୭୦ ରନ କରିଛି । ତେବେ ୧୭୧ ରନର ଟାର୍ଗେଟ ନେଇ ଜୋସ ବଟଲଟଙ୍କ ଦଳ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇବ । ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସର୍ବାଧିକ ୪୬ ରନ କରି ଅପରାଜିତ ରହିଛନ୍ତି । ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତୀୟ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଏବଂ ୱିକେଟ କିପର ରିଷଭ ପନ୍ତ ଓପନିଂ କରିଥିଲେ ।
-
Innings Break!
— BCCI (@BCCI) July 9, 2022 " class="align-text-top noRightClick twitterSection" data="
After being put to bat first, #TeamIndia post a total of 170/8 on the board. @imjadeja top scored with a fine 46* in the innings.
Scorecard - https://t.co/e1QU9hl9MM #ENGvIND pic.twitter.com/TOUuhCQfvk
">Innings Break!
— BCCI (@BCCI) July 9, 2022
After being put to bat first, #TeamIndia post a total of 170/8 on the board. @imjadeja top scored with a fine 46* in the innings.
Scorecard - https://t.co/e1QU9hl9MM #ENGvIND pic.twitter.com/TOUuhCQfvkInnings Break!
— BCCI (@BCCI) July 9, 2022
After being put to bat first, #TeamIndia post a total of 170/8 on the board. @imjadeja top scored with a fine 46* in the innings.
Scorecard - https://t.co/e1QU9hl9MM #ENGvIND pic.twitter.com/TOUuhCQfvk
ଓପନିଂ ଯୋଡିର ବ୍ୟାଟିଂ ସ୍ଥିତି ପ୍ରଥମେ ପ୍ରଥମେ ଦମଦାର ରହିଥିଲା । ପରେ ରୋହିତ ଶର୍ମା ୨୦ ବଲରୁ ୨ ଟି ଛକା ୩ଟି ଚୌକା ସହିତ ୩୧ ରନ କରି ଜସ ବଟଲରଙ୍କ ଦ୍ବାରା କ୍ୟାଚ ଆଉଟ ହୋଇଥିଲେ । ସେହିପରି ରିଷଭ ପନ୍ତ ୧୫ ବଲରୁ ଗୋଟିଏ ଛକା ୪ଟି ଚୌକା ସହିତ ୨୬ ରନ କରି ବଟଲରଙ୍କ ଦ୍ବାରା କ୍ୟାଚ ଆଉଟ ହୋଇଥିଲେ । ପୁଣିଥରେ ନିରାଶ କରିଛନ୍ତି କୋହଲି । ସେ ୧ ରନ କରି ଆଉଟ ହୋଇଛନ୍ତି ।
ସେହିପରି, ରବୀନ୍ଦ୍ର ଜାଡେଜା ୨୯ ବଲରୁ ୫ ଟି ଚୌକା ସହିତ ସର୍ବାଧିକ ୪୬ ରନ କରି ଅପରାଜିତ ରହିଛନ୍ତି । ସୂର୍ଯ୍ୟକୁମାର ଯାଦବ ୧୫, ହାର୍ଦ୍ଦିକ ପାଣ୍ଡ୍ୟା ୧୨, ଦିନେଶ କାର୍ତ୍ତିକ ୧୨, ହର୍ଷଲ ପଟେଲ ୧୩ ରନ କରି ଆଉଟ ହୋଇଛନ୍ତି । ସେପଟେ ଇଂଲଣ୍ଡ ପକ୍ଷରୁ କ୍ରି୍ସ ଜୋର୍ଡାନ ୨୭ ରନରେ ସର୍ବାଧିକ ୪ ଟି ୱିକେଟ ଅକ୍ତିଆର କରିଛନ୍ତି । ରିଚାର୍ଡ ଗ୍ଲେସନ ୩ ଟି ୱିକେଟ ହାସଲ କରିଛନ୍ତି ।