ETV Bharat / sports

India Way to ODI World Cup: ବିଶ୍ବକପ ପୂର୍ବରୁ ୩ ଦିନିକିଆ ସିରିଜ, WTC ଓ ଏସିଆ କପ ହାତେଇବାକୁ ମିଳିବ ମୌକା

author img

By

Published : Apr 15, 2023, 5:26 PM IST

ଆଇପିଏଲ ୨୦୨୩ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଖେଳିବାକୁ ଇଂଲଣ୍ଡ ଯିବ ଟିମ ଇଣ୍ଡିଆ । ତେବେ ଏହି WTC ଫାଇନାଲ ଓ ଦିନିକିଆ ବିଶ୍ବକପ ମଧ୍ୟରେ ଦିନିକିଆ ଏସିଆ କପ ସମେତ ୪ଟି ଦେଶ ବିପକ୍ଷରେ ବିଭିନ୍ନ ସିରିଜରେ ବ୍ୟସ୍ତ ରହିବ ରୋହିତ ବାହିନୀ । ଅଧିକ ପଢ଼ନ୍ତୁ

India Way to ODI World Cup
India Way to ODI World Cup

ହାଇଦ୍ରାବାଦ: ଜାରି ରହିଛି ଆଇପିଏଲ ୨୦୨୩ । ଭାରତୀୟ କ୍ରିକେଟ ଦଳର ଅଧିକାଂଶ ଖେଳାଳି ଏବେ ନିଜ ନିଜ ଫ୍ରାଞ୍ଚାଇଜି ପାଇଁ ଆଇପିଏଲ ଖେଳିବାରେ ବ୍ୟସ୍ତ ଅଛନ୍ତି । ତେବେ ଆଇପିଏଲ ସରିବା ମାତ୍ରେ ହିଁ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଖେଳିବ ଟିମ ଇଣ୍ଡିଆ । ଏଥିପାଇଁ ଆଇପିଏଲ ସରିବା ପରେ ପରେ ଭାରତୀୟ କ୍ରିକେଟ ଦଳକୁ ଇଂଲଣ୍ଡ ଯାତ୍ରା କରିବାକୁ ପଡ଼ିବ । ତେବେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଓ ଦିନିକିଆ ବିଶ୍ବକପ ମଧ୍ୟରେ ଟିମ ଇଣ୍ଡିଆ ୪ଟି ଦେଶରେ ସିରିଜ ସହିତ ଏସିଆ କପ ମଧ୍ୟ ଖେଳିବ । ଏହିପରି ଭାବରେ ଭାରତରେ ଆୟଜିତ ହେବାକୁ ଥିବା ଦିନିକିଆ ବିଶ୍ବକପ ପୂର୍ବରୁ ବିଭିନ୍ନ ଦେଶରେ ବ୍ୟସ୍ତ ରହିବ ରୋହିତ ବାହିନୀ ।

ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଓ ଦିନିକିଆ ବିଶ୍ବକପ ମଧ୍ୟରେ ଭାରତୀୟ କ୍ରିକେଟ ଦଳକୁ ସମୁଦାୟ ୩ଟି ଟେଷ୍ଟ ମ୍ୟାଚ୍‌, ୯ ଦିନିକିଆ ମ୍ୟାଚ୍‌ ଓ ୮ଟି ଟି୨୦ ମ୍ୟାଚ୍‌ ସହିତ ଦିନିକିଆ ଏସିଆ କପ ସିରିଜ ମଧ୍ୟ ଖେଳିବାକୁ ସୂଚୀ ରହିଛି । ଏହାରି ଭିତରୁ ପ୍ରଥମେ ୩ଟି ଦିନିକିଆ ମ୍ୟାଚ୍‌ ଆଫଗାନିସ୍ତାନ ବିପକ୍ଷରେ ଖେଳିବ ଇଣ୍ଡିଆ । ଏହାପରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍‌, ୫ ଟି୨୦ ମ୍ୟାଚ ଓ ୨ଟି ଟେଷ୍ଟ ମ୍ୟାଚ ଖେଳିବ ରୋହିତ ବାହିନୀ । ଆୟରଲାଣ୍ଡ ବିପକ୍ଷରେ ୩ ଟି୨୦ ମ୍ୟାଚ ଖେଳିବା ସହ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ୩ଟି ଦିନିକିଆ ମ୍ୟାଚ୍‌ ଖେଳିବ ଭାରତ । ତେବେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତକୁ ଖେଳିବା ପାଇଁ ଦିନିକିଆ ଏସିଆ କପ ମଧ୍ୟ ରହିଛି ।

ପ୍ରକାଶ ଥାଉ କି, ଚଳିତ ବର୍ଷ ଏସିଆ କପ ପାକିସ୍ତାନରେ ଆୟୋଜିତ ହେବାର ଯୋଜନା ରହିଛି । ତେବେ ଏସିଆ କପରେ ଭାରତର ମ୍ୟାଚ୍‌ ଗୁଡ଼ିକ ପାକିସ୍ତାନ ବାହାରେ କୌଣସି ନିରପେକ୍ଷ ଗ୍ରାଉଣ୍ଡରେ ଖେଳାଯିବାର ଯୋଜନା ରହିଛି । ଏଥର ଏସିଆ କପରେ ଟି୨୦ ପରିବର୍ତ୍ତେ ୫୦ ଓଭରର ମ୍ୟାଚ ଖେଳାଯିବ । ତେବେ ଏସବୁ ଦେଖିଲେ ଇଂଲଣ୍ଡରେ ହେବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଓ ଭାରତରେ ଆୟୋଜିତ ହେବାକୁ ଥିବା ଦିନିକିଆ ବିଶ୍ବକପ ମଧ୍ୟରେ ଆଫଗାନିସ୍ତାନ, ୱେଷ୍ଟ ଇଣ୍ଡିଜ, ଆୟରଲାଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ସମୁଦାୟ ୪ଟି ସିରିଜ ଖେଳିବ ଭାରତ । ଏହା ବ୍ୟତୀତ ଏସିଆ କପରେ ମଧ୍ୟ ଭାଗ ନେବ ଟିମ ଇଣ୍ଡିଆ । ଚଳିତ ଆଇପିଏଲ ୨୦୨୩ର ଫାଇନାଲ ମୁକାବିଲା ମେ ୨୮ରେ ଖେଳାଯିବାକୁ ରହିଥିବା ବେଳେ ଏହାପର ଠାରୁ ଅର୍ଥାତ ଜୁନ ମାସରୁ ଅକ୍ଟୋବର- ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ବକପ ମଧ୍ୟରେ ବିଭିନ୍ନ ସିରିଜରେ ବ୍ୟସ୍ତ ରହିବ ଭାରତୀୟ ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.