ETV Bharat / sports

Ind vs SL 1st T20: ବିଜୟରୁ ଭାରତର ଅଭିଯାନ ଆରମ୍ଭ - ଭାରତ ବନାମ ଶ୍ରୀଲଙ୍କା ପ୍ରଥମ ଟି ଟ୍ବେଣ୍ଟି

ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । 34 ରନରେ ପ୍ରଥମ ଟି20କୁ କବଜାରେ କରି ନେଇଛି ଭାରତ । ଅଧିକ ପଢନ୍ତୁ

ବିଜୟରୁ  ଅଭିଯାନ ଆରମ୍ଭ, 34 ରନରେ ଜିତିଲା ଭାରତ

author img

By

Published : Jun 24, 2022, 10:19 AM IST

ଦାମ୍ବୁ(ଶ୍ରୀଲଙ୍କା): ଶ୍ରୀଲଙ୍କା ବିପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ଟି20ରେ 34 ରନରେ ବିଜୟୀ ହେବାସହ ସିରଜରେ ସିରିଜରେ 1-0ରେ ଆଗୁଆ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ 6 ୱିକେଟ ହରାଇ 138 ରନ କରିଥିଲା । ଜବାବରେ ଶ୍ରୀଲଙ୍କା 5 ୱିକେଟ ହରାଇ ମାତ୍ର 104 ରନ କରିବାରୁ ସକ୍ଷମ ହୋଇଥିଲା । ଭାରତର ଜେମିମା ରୋଡ୍ରିଗ୍ସ ଦମଦାର ଇଂନିସ ପାଇଁ ପ୍ଲେୟାର ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଅଧିନାୟିକା ହରମନପ୍ରୀତ କୌର । ନିଷ୍ପତ୍ତି ସଫଳ ସାବ୍ୟସ୍ତ ହେଲା । ପ୍ରଥମରୁ ଦଳ ପ୍ରଦର୍ଶନ ଭଲ ନଥିଲା । 17 ରନରେ ଦଳ 2ଟି ୱିକେଟ ହରାଇଥିଲା । ଓପନର ସ୍ମୃତି ମାନ୍ଧାନା (1) ଓ ସାବିନେନି ମେଘନା ଖାତା ଖୋଲି ନପାରି ପାଭିଲିୟନ ଫେରିଥିଲେ । 4 ନମ୍ବରରେ ହରମନପ୍ରୀତ ଅନ୍ୟ ଓପନର ସେଫାଳି ବର୍ମାଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ । ଦଳୀୟ ସ୍କୋର 56ରେ ଶେଫାଳିଙ୍କ ୱିକେଟ ପତନ ହୋଇଥିଲା । ପରେ ପରେ 22 ରନ ହରମନପ୍ରୀତ ଆଉଟ ହୋଇଥିଲେ ।

ମଧ୍ୟଭାଗରେ ଜେମିମା ରୋଡ୍ରିଗ୍ସ ଦମଦାର ପ୍ରଦର୍ଶନ କରିଥିଲେ । ଆକ୍ରମାଣତ୍ମକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ତାଙ୍କ ସାଥ ଦେଇଥିଲେ ରିଚା ଘୋଷ । ରୋଡ୍ରିଗ୍ସ 27 ବଲରୁ ଅପରାଜିତ 36 ରନ୍‌ କରିଥିଲେ । ରିଚା ଓ ପୂଜା ବସ୍ତ୍ରକର ଯଥାକ୍ରମେ 11 ଓ 14 ରନ କରିଥିଲେ । ଦୀପ୍ତି ଶର୍ମା ଅପରାଜିତ 17 ରନ ଯୋଡିଥିଲେ । 6 ୱିକେଟ ହରାଇ ଭାରତ 138 ରନ କରିଥିଲା ।

139 ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଶ୍ରୀଲଙ୍କା । ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା ଦଳ । କବିଶା ଦିଲହାରୀଙ୍କ ଅପରାଜିତ 47 ରନ୍‌ର ଇଂନିସ ଯଥେଷ୍ଟ ହୋଇନଥିଲା । ଭାରତୀୟ ବୋଲର କଞ୍ଜୁସି ବୋଲିଂ ସହ ଶ୍ରୀଲଙ୍କା ବ୍ୟାଟରଙ୍କୁ ବଡ ସଟ୍‌ ଖେଳିବାକୁ ସୁଯୋଗ ଦେଇନଥିଲେ । ଫଳରେ 5 ୱିକେଟ ହରାଇ 104 ରନ କରିବାକୁ ସକ୍ଷମ ହୋଇଥିଲା ଦଳ । ଅମା କଞ୍ଚନା 11ରନ, ଚମାରୀ ଆଟାପାଟୁ 16 ରନ କରିଥିଲେ । ଭାରତ ପକ୍ଷରୁ ରାଧା ଯାଦବ ସର୍ବାଧିକ 2ଟି ୱିକେଟ ନେଇଥିଲେ । ଶ୍ରୀଲଙ୍କା ପକ୍ଷରୁ ଇନୋକା ରଣାବୀରା 3ଟି ୱିକେଟ ହାତେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.