ETV Bharat / sports

T-20 ଇତିହାସରେ ସର୍ବାଧିକ ମ୍ୟାଚ୍‌ ଜିତି ରେକର୍ଡ କଲା ଟିମ୍‌ ଇଣ୍ଡିଆ, ପଛରେ ପଡ଼ିଲା ପାକିସ୍ତାନ

ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟି୨୦ ମ୍ୟାଚ୍‌ ଜିତି ଶୃଙ୍ଖଳା କବ୍‌ଜା କରିବା ସହ ବିଶ୍ବ ରେକର୍ଡ କରିଛି ଟିମ୍‌ ଇଣ୍ଡିଆ । ଟି୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ ଇତିହାସରେ ସର୍ବାଧିକ ମ୍ୟାଚ୍‌ ଜିତିବାର ରେକର୍ଡ କରିଛି ଭାରତ । ଅଧିକ ପଢ଼ନ୍ତୁ...

author img

By ETV Bharat Odisha Team

Published : Dec 2, 2023, 3:58 PM IST

ଟି୨୦ ଇତିହାସରେ ସର୍ବାଧିକ ମ୍ୟାଚ୍‌ ଜିତି ରେକର୍ଡ କଲା ଟିମ୍‌ ଇଣ୍ଡିଆ

ହାଇଦ୍ରାବାଦ: ଆଇସିସି ବିଶ୍ବକପ୍‌ ପରାଜୟର କେବଳ ୧୫ ଦିନ ମଧ୍ୟରେ ପ୍ରତିଶୋଧ ପୂରା କରିଛି ଟିମ୍‌ ଇଣ୍ଡିଆ । ଅଷ୍ଟ୍ରେଲିଆ ଠାରୁ ଦିନିକିଆ ବିଶ୍ବକପ୍‌ ହାରିବାର ପ୍ରତିଶୋଧ ଟି୨୦ରେ ପୂରା କରିଛି ଭାରତୀୟ ଦଳ । ବିଶ୍ବକପ୍‌ ପରେ ପରେ ଆରମ୍ଭ ହୋଇଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୪ଟି ମ୍ୟାଚ୍‌ରୁ ୩ଟିକେ ବିଜୟ ହାସଲ କରି ସିରିଜ୍‌ କବ୍‌ଜା କରିନେଇଛି ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ଟିମ୍‌ ଇଣ୍ଡିଆ । ଶୁକ୍ରବାର ରାୟପୁରରେ ଖେଳାଯାଇଥିବା ୪ର୍ଥ ଟି୨୦ ମ୍ୟାଚ୍‌ରେ ଭାରତ ୨୦ ରନରେ ଅଷ୍ଟ୍ରେଲିଆକୁ ହରାଇବା ସହ ଆଉ ଏକ ବିଶ୍ବ ରେକର୍ଡ ମଧ୍ୟ କରିଛି । ଟି୨୦ କ୍ରିକେଟ୍‌ ଇତିହାସରେ ସର୍ବାଧିକ ବିଜୟ ହାସଲ କରିଥିବା ଦଳ ହୋଇଛି ଭାରତ ।

୪ର୍ଥ ମ୍ୟାଚ୍‌ରେ ଶୃଙ୍ଖଳା ଜିତିବା ସହ ରେକର୍ଡ କଲା ଭାରତ: ଦିନିକିଆ ବିଶ୍ବକପ୍‌ ୨୦୨୩ ଶେଷ ହେବା ପରେ ଭାରତୀୟ ଦଳ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳା ପାଇଁ ଅଷ୍ଟ୍ରେଲିଆକୁ ଭେଟିଛି । ସିରିଜର ପ୍ରଥମ ଦୁଇଟି ମ୍ୟାଚ୍‌ ଟିମ୍‌ ଇଣ୍ଡିଆ କ୍ରମାଗତ ଭାବେ ଜିତିବା ପରେ ୩ୟ ମ୍ୟାଚ୍‌କୁ ଘରୋଇ ଦଳ ହାତରୁ ଛଡ଼ାଇ ନେଇଥିଲେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ । ରାୟପୁରରେ ଖେଳାଯାଇଥିବା ୪ର୍ଥ ଟି୨୦ରେ ଅଷ୍ଟ୍ରେଲିଆକୁ ୨୦ ରନ୍‌ରେ ପରାସ୍ତ କରି ଏହି ଶୃଙ୍ଖଳାକୁ ଆଗୁଆ କବ୍‌ଜା କରିନେଇଛି ଭାରତ । ଏହା ସହିତ ଟି୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ମ୍ୟାଚ୍‌ ଜିତିବାର ରେକର୍ଡ ମଧ୍ୟ କରିଛି ଟିମ୍‌ ଇଣ୍ଡିଆ ।

ଏହା ମଧ୍ୟ ପଢ଼ନ୍ତୁ...ପୂରା ହେଲା ବିଶ୍ବକପ୍‌ ପ୍ରତିଶୋଧ, ଶୃଙ୍ଖଳା ହାରିଲା ଅଷ୍ଟ୍ରେଲିଆ

ପଛରେ ପଡ଼ିଲା ପାକିସ୍ତାନ: ସର୍ବାଧିକ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଜିତିବା ପାଇଁ ପାକିସ୍ତାନକୁ ପଛରେ ପକାଇ ଦେଇଛି ଭାରତୀୟ ଦଳ । ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଶୃଙ୍ଖଳାରେ ବରିଷ୍ଠ ଖେଳାଳିମାନେ ଅନୁପସ୍ଥିତ ଥିବାବେଳେ ସୂର୍ଯ୍ୟକୁମାର ଯାଦବ ଦଳର ନେତୃତ୍ବ ନେଉଛନ୍ତି । ସୂର୍ଯ୍ୟଙ୍କ ଅଧିନାୟକତ୍ବରେ ଏହି ସ୍ବତନ୍ତ୍ର ରେକର୍ଡ ହାସଲ କରିଛି ଭାରତ । ଭାରତ ଏ ପର୍ଯ୍ୟନ୍ତ ମୋଟ ୨୧୩ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବାବେଳେ ସେଥିରୁ ୧୩୬ ବିଜୟ ସହ ପ୍ରଥମ ସ୍ଥାନରେ ରହିଛି । ସେହିପରି ପାକିସ୍ତାନ ୨୨୬ ମ୍ୟାଚ୍‌ ୧୩୫ ବିଜୟ ସହ ଦ୍ବିତୀୟରେ ରହିଛି । ଅଷ୍ଟ୍ରେଲିଆ ବିପକ୍ଷ ଭାରତ ସିରିଜ୍‌ ପୂର୍ବରୁ ପାକିସ୍ତାନ କ୍ରିକେଟ ଦଳ ଏହି ରେକର୍ଡରେ ଥିଲା । ସେହିଭଳି ନ୍ୟୁଜିଲାଣ୍ଡ ୧୦୨ ବିଜୟ ସହ ୩ୟ ସ୍ଥାନରେ ଥିବାବେଳେ ୯୫ ଲେଖାଏଁ ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.