ETV Bharat / sports

IND VS WI 2nd ODI: ଅକ୍ଷରଙ୍କ ଅପରାଜିତ ଅର୍ଦ୍ଧଶତକ, ଭାରତର ଆଗୁଆ ସିରିଜ କବଜା

author img

By

Published : Jul 25, 2022, 7:56 AM IST

ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଭାରତ 2 ୱିକେଟରେ ରୋମାଞ୍ଚକର ବିଜୟ ହାସଲ କରିଛି । ଏହା ସହିତ 2-0ରେ ଆଗୁଆ ସିରିଜ କବଜା କରି ନେଇଛି । ଅଧିକ ପଢନ୍ତୁ

ଭାରତର ସିରିଜ କବଜା
ଭାରତର ସିରିଜ କବଜା

ପୋର୍ଟ ଅଫ ସ୍ପେନ: ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଭାରତ 2 ୱିକେଟରେ ରୋମାଞ୍ଚକର ବିଜୟ ହାସଲ କରିଛି । ଏହା ସହିତ 2-0ରେ ଆଗୁଆ ସିରିଜ କବଜା କରି ନେଇଛି । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟ ଇଣ୍ଡିଜ 6 ୱିକେଟ ହରାଇ 311 ରନ କରିଥିଲା । ଜବାବରେ ଭାରତ 49.4 ଓଭରରେ 8 ୱିକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରି ନେଇଥିଲା । ଅକ୍ଷର ପଟେଲଙ୍କ ଅପରାଜିତ 64 ରନ ଓ ଶ୍ରେୟାସ ଆୟରଙ୍କ 63 ରନ ଦଳର ବିଜୟରେ ସହଯୋଗୀ ହୋଇଥିଲା ।

ୱେଷ୍ଟ ଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି 6 ୱିକେଟ ହରାଇ 311 ରନ କରିଥିଲା । 100ତମ ମ୍ୟାଚ ଖେଳୁଥିବା ସାଇ ହୋପ ଶତକ (115) ରନ ହାସଲ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିକୋଲାସ ପୂରନ 74(1ଚୌକା, 6 ଛକା), କେଲି ମେୟର୍ସ 39 (6 ଚୌକା, 1 ଛକା) ଓ ସାମରା ବ୍ରୁକ୍ସ 35 (5 ଚୌକା) ରନ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ସାର୍ଦୁଳ ଠାକୁର ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିଥିଲେ । ହୁଡା, ଅକ୍ଷର ଓ ଚହଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଭାରତକୁ 312 ରନ ଟାର୍ଗେଟ ଦେଇଥିଲା ଇଣ୍ଡିଜ ।

312 ରନ ବିଜୟ ଲକ୍ଷ୍ୟ ନେଇ ଓପନର ଶୁଭମନ ଗିଲ ଓ ଶିଖର ଧାୱନ 47 ରନ ସଂଗ୍ରହ କରିଥିଲେ । ଅଧିନାୟକ ଧାୱନ 13 ରନ କରି ଆଉଟ ହୋଇଥିଲେ । ପଛକୁ ପଛ ଗିଲ 43 ଓ ସୂର୍ଯ୍ୟକୁମାର 9 ରନ କରି ସଅଳ ପାଭିଲିୟନ ଫେରିଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ସଞ୍ଜୁ ସାମସନ ଓ ଶ୍ରେୟାସ ଆୟର ସ୍ଥିତି ସମ୍ଭାଳିଥିଲେ । ଉଭୟ 99 ରନର ଭାଗିଦାରୀ କରିଥିଲେ । ଆୟର ଅର୍ଦ୍ଧଶତକ ହାସଲ କରିଥିଲେ । ଦଳୀୟ ସ୍କୋର 178 ବେଳେ ଶ୍ରେୟାସ 63 ରନ କରି ଆଉଟ ହୋଇଥିଲେ । ପରେ ପରେ ସାମସନ 54 ରନ କରି ପାଭିଲିୟନ ଫେରିଥିଲେ । 205 ରନ ବେଳକୁ ଦଳ 5ଟି ୱିକେଟ ହରାଇ ସାରିଥିଲା ।

ଭାରତ ହାତରୁ ମ୍ୟାଚ ଖସି ଯିବା ନେଇ ସଙ୍କଟ ଉପୁଜିଥିଲା । ବ୍ୟାଟିଂ କରିବାକୁ ଆସିଥିବା ଦୀପକ ହୁଡା ଓ ଅକ୍ଷର ପଟେଲ 51 ରନ ଯୋଡି ସ୍ଥିତି ସୁଧାରିଥିଲେ । ଦଳୀୟ ସ୍କୋର 256ରେ ହୁଡା ବ୍ୟକ୍ତିଗତ 33 ରନ କରି ଆଉଟ ହୋଇଥିଲେ । ଅକ୍ଷର ପଟେଲ ଶେଷ ଯାଏଁ ଲଢିଥିଲେ । ଅକ୍ଷରଙ୍କ ଅପରାଜିତ ଅର୍ଦ୍ଧଶତକ ଦଳକୁ ଦ୍ବିତୀୟ ଦିନିକିଆରେ ବିଜୟୀ କରାଇଛି । 35 ବଲରୁ 3 ଚୌକା ଓ 5 ଛକା ମାରି 64 ରନ କରିଥିଲେ ଅକ୍ଷର । ଫଳରେ ଭାରତ 2-0ରେ ଆଗୁଆ ସିରିଜ କବଜା କରି ନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.