ETV Bharat / sports

India vs Ireland T20 Series: ବାଧକ ସାଜିଲା ବର୍ଷା, ଡକଓ୍ବର୍ଥ ଲୁଇସ ନିୟମରେ 2 ରନରେ ଭାରତର ବିଜୟ

author img

By

Published : Aug 19, 2023, 8:57 AM IST

ପ୍ରଥମ ଟି ଟ୍ବେଣ୍ଟି ମ୍ୟାଚରେ ଭାରତର ବିଜୟ । 2 ରନରେ ହାରିଲା ଆୟର୍ଲାଣ୍ଡ । ଅଧିକ ପଢନ୍ତୁ

India vs Ireland T20 Series
India vs Ireland T20 Series

ହାଇଦ୍ରାବାଦ: ଭ୍ରମଣକାରୀ ଭାରତ ଓ ଘରୋଇ ଆୟର୍ଲାଣ୍ଡ ମଧ୍ୟରେ ଆରମ୍ଭ ହୋଇଛି 3 ମ୍ୟାଚ ବିଶିଷ୍ଟ ଟି 20 ସିରିଜ । ପ୍ରଥମ ମ୍ୟାଚରେ ଆୟର୍ଲାଣ୍ଡଙ୍କୁ ପରାସ୍ତ କରି ବିଜୟୀ ହୋଇଛି ଭାରତ । ବର୍ଷା ଯୋଗୁଁ ଡକଓ୍ବର୍ଥ ଲୁଇସ ନିୟମ ଅନୁଯାୟୀ 2ରନରେ ଆୟରର୍ଲାଣ୍ଡକୁ ଭାରତ ହରାଇଛି । ଫଳରେ 1-0ରେ ଟିମ ଇଣ୍ଡିଆ ଆଗରେ ରହିଛି । ଆସନ୍ତା ରବିବାର ଦ୍ବିତୀୟ ମ୍ୟାଚ ଖେଳାଯିବ । ଦମଦାର ପ୍ରଦର୍ଶନ କରି ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଯଶପ୍ରୀତ ବୁମରା । ସେ ପ୍ରଥମ ମ୍ୟାଚରେ 2ଟି ଓ୍ବିକେଟ ନେଇଥିଲେ ।

ଟି20 ସିରିଜର ପ୍ରଥମ ମ୍ୟାଚରେ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଭାରତ । ଫଳରେ ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଘରୋଇ ଆୟର୍ଲାଣ୍ଡ । ବ୍ୟାରୀ ମ୍ୟାକାର୍ଥୀଙ୍କ ଅର୍ଦ୍ଧ ଶତକ ବଳରେ ଦଳ 7 ଓ୍ବିକେଟ ହରାଇ ଓଭର ଶେଷ ସୁଦ୍ଧା 139ରନ ସଂଗ୍ରହ କରିଥିଲା ଘରୋଇ ଦଳ । ଏହାପରେ 140 ରନର ବିଜୟ ଲକ୍ଷ୍ୟ ପିଛା କରି 7 ଓଭର ଶେଷ ସୁଦ୍ଧା ଦଳ 2 ଓ୍ବିକେଟ ହରାଇ 47 ରନ କରିଥିଲା। ବର୍ଷା ହେବାରୁ ଆଉ ଖେଳ ସମ୍ଭବପର ହୋଇପାରିନଥିଲା । ଡକଓ୍ବର୍ଥ ଲୁଇସ ନିୟମ ଅନୁଯାୟୀ 6.5 ଓଭରରେ ଭାରତ ପାଇଁ 45 ରନର ବିଜୟ ଲକ୍ଷ୍ୟ ଦିଆଯାଇଥିଲା । ଏହି ସମୟ ସୁଦ୍ଧା ଭାରତ 2ଓ୍ବିକେଟ ହରାଇ 47 ରନ କରିଥିବାରୁ 2 ରନରେ ବିଜୟୀ ହୋଇଥିଲା।

ଏହା ମଧ୍ୟ ପଢନ୍ତୁ-India vs Ireland T20 Series: ଆଜି ପ୍ରଥମ ଟି-ଟ୍ବେଣ୍ଟି, ଯୁବ ଖେଳାଳିଙ୍କୁ ନେଇ ଓହ୍ଲାଇବ ଭାରତ

ଭାରତ ପକ୍ଷରୁ ଋତୁରାଜ ଗାଏକ୍ବାଡ ଅପରାଜିତ 19 ରନ , ଯଶସ୍ବୀ 24 ରନ ସଂଗ୍ରହଣ କରିଥିଲେ । ତିଳକ ବର୍ମା 3 ନମ୍ବରରେ ପଡିଆକୁ ଆସିଥିଲେ ମଧ୍ୟ ଖାତା ଖୋଲି ପାରିନଥିଲେ । ତାଙ୍କ ବ୍ୟାଟରୁ ଭଲ ସ୍କୋର ହେବା ନେଇ ଆଶା ରହିଥିଲା । ଅନ୍ୟପଟେ ପିଠି ଯନ୍ତ୍ରଣା ଲାଗି ଦୀର୍ଘ 11 ମାସର ବିଶ୍ରାମ ପରେ ଫିଲ୍ଡକୁ ଓହ୍ଲାଇଥିଲା ବୁମରା ପ୍ରଥମ ଓଭରରେ ଘାତକ ବୋଲିଂ କରି ସଫଳତା ପାଇଥିଲେ । 2ଟି ଓ୍ବିକେଟ ନେଇ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲେ ବୁମରା । ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବାରୁ ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ଆସନ୍ତାକାଲିର ମ୍ୟାଚ ପାଇଁ ଭାରତ ଜୋରଦାର ପ୍ରସ୍ତୁତି ଚଳାଇଛି ।

ଅନ୍ୟପଟେ ଆୟର୍ଲାଣ୍ଡ ପକ୍ଷରୁ ବ୍ୟାରୀ ମ୍ୟାକାର୍ଥୀ ଦମଦାର ପାଳି ଖେଳି 51 ରନରେ ଅପରାଜିତ ରହିଥିବା ବେଳେ କାମ୍ପର 39, ମାର୍କ ଆଦାୟର 16, ଷ୍ଟର୍ଲି 11 ରନ କରିଥିଲେ । ଅନ୍ୟ କେହି ଖେଳାଳି 2 ଅଙ୍କର ରନ କରିପାରିନଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.