ETV Bharat / sports

Ind vs Aus 1st ODI: ସଙ୍କଟ ମୋଚକ ସାଜିଲେ ରାହୁଲ, ପ୍ରଥମ ଦିନିକିଆରେ ଭାରତର ବାଜିମାତ୍‌ - ଲୋକେଶ ରାହୁଲଙ୍କ ଅପରାଜିତ ୭୫ ରନ

ଅଷ୍ଟ୍ରେଲିଆ ବିପକ୍ଷରେ ମୁମ୍ବାଇ ୱାଙ୍ଖଡ଼େ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ଜିତିଲା ଭାରତ । ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଶତକୀୟ ଭାଗିଦାରୀ ବଳରେ ଅଷ୍ଟ୍ରେଲିଆକୁ ୫ ୱିକେଟରେ ହରାଇଲା ଟିମ୍‌ ଇଣ୍ଡିଆ । ଅଧିକ ପଢ଼ନ୍ତୁ

India won 1st ODI Against Australia
ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ଜିତିଲା ଭାରତ
author img

By

Published : Mar 17, 2023, 9:22 PM IST

Updated : Mar 17, 2023, 9:33 PM IST

ମୁମ୍ବାଇ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ଜିତି ନେଇଛି ଘରୋଇ ଟିମ୍‌ ଭାରତ । ନିର୍ଦ୍ଧାରିତ ୫୦ ଓଭରରେ କେବଳ ୧୮୯ ରନର ବିଜୟ ଲକ୍ଷ୍ୟକୁ ନେଇ ମୈଦାନକୁ ଓହ୍ଲାଇଥିବା ଟିମ ଇଣ୍ଡିଆର ଟପ୍‌ ଅର୍ଡର୍‌ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ତେବେ ଦୀର୍ଘ ଦିନରୁ ଖରାପ ଫର୍ମକୁ ନେଇ ସମାଲୋଚନାର ଶିକାର ହେଉଥିବା ଲୋକେଶ ରାହୁଲଙ୍କ ଅପରାଜିତ ୭୫ ରନ ସହ ରବୀନ୍ଦ୍ର ଜାଡେଜାଙ୍କ ସହ ଶତକୀୟ ଭାଗିଦାରୀ ବଳରେ ଭାରତ ପ୍ରଥମ ମୁକାବିଲା ଜିତି ନେଇଛି ।

ବର୍ଡର ଗାଭାସ୍କର ଟ୍ରଫି ହାତେଇବା ପରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ଶୃଙ୍ଖଳା ବିଜୟ ଲକ୍ଷ୍ୟରେ ଆଜି ମୈଦାନକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ପ୍ରଥମ ଥର ପାଇଁ ଦିନିକିଆରେ ଭାରତର କମାଣ ସମ୍ଭାଳୁଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ତେବେ ପ୍ରଥମ ଇନିଂନ୍ସରେ ଭାରତୀୟ ବୋଲରଙ୍କର ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । କଙ୍ଗାରୁ ଦଳ କେବଳ ୧୮୮ ରନରେ ଅଲ୍‌ ଆଉଟ ହୋଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ କେବଳ ଅଲରାଉଣ୍ଡର ମିଚେଲ ମାର୍ଶ ୧୦ଟି ଚୌକା ଓ ୫ ଛକା ବଳରେ ୮୧ ରନର ବଡ଼ ପାଳି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ସ୍ମିଥ ୨୨, ଲାବୁସାନ ୧୫, ଜୋଶ ଇଂଲିଶ ୨୬ ଓ କାମେରନ ଗ୍ରୀନ ୧୨ ରନର ପାଳି ଖେଳିଥିଲେ । ଅନ୍ୟ କୌଣସି କଙ୍ଗାରୁ ବ୍ୟାଟରଙ୍କୁ ଦୁଇ ଅଙ୍କ ଛୁଇଁବାକୁ ଦେଇନଥିଲେ ଭାରତୀୟ ବୋଲର ।

ସେପଟେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଓ ମହମ୍ମଦ ସାମି ପୁଣିଥରେ ନିଜର ଜାଦୁ ଦେଖାଇଥିଲେ । ସିରାଜ ୫.୪ ଓଭର ବୋଲିଂ କରି ୨୯ ରନ ବ୍ୟୟରେ ୩ଟି ୱିକେଟ ହାସଲ କରିଥିଲେ । ସେହିଭଳି ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ମଧ୍ୟ ୬ ଓଭର ବୋଲିଂ କରି ମାତ୍ର ୧୭ ରନ ବ୍ୟୟରେ ୩ଟି ୱିକେଟ ହାସଲ କରିଥିଲେ । ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୯ ଓଭରରେ ୪୬ ରନ ବ୍ୟୟରେ ୨ଟି ୱିକେଟ ହାସଲ କରିଥିବା ବେଳେ ଅଧିନାୟକ ପାଣ୍ଡ୍ୟା ଓ ସ୍ପିନର କୁଲଦୀପ ଯାଦବ ଗୋଟିଏ ଲେଖାଏଁ ସଫଳତା ହାତେଇଥିଲେ ।

ତେବେ ଏହାପରେ କେବଳ ୧୮୯ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆର ମଧ୍ୟ ଶୀର୍ଷକ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ପାଳି ଆରମ୍ଭ କରିବାକୁ ଆସିଥିବା ଯୁବ ବ୍ୟାଟର ଈଶାନ କିଶାନ କେବଳ ୩ ରନ୍‌ କରି ଷ୍ଟୋଇନିସଙ୍କ ଶିକାର ହୋଇଥିଲେ । କିଙ୍ଗ୍‌ କୋହଲି ମଧ୍ୟ ୪ ରନ କରିଥିବା ବେଳେ ଦ୍ରୁତ ବୋଲର ଷ୍ଟାର୍କଙ୍କ ବଲରେ ପାଭିଲିୟନ ଫେରିଥିଲେ । ଏହାପରେ ଖାତା ଖୋଲିବା ପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କୁ ପାଭିଲିୟନ ପଠାଇଥିଲେ ଷ୍ଟାର୍କ । ଅନ୍ୟପଟେ ଦଳ ପାଇଁ ସଙ୍ଘର୍ଷ କରୁଥିବା ଯୁବ ତାରକା ବ୍ୟାଟର ଶୁଭମନ ଗିଲଙ୍କୁ ମଧ୍ୟ ଷ୍ଟାର୍କ ଆଉଟ କରିଦେଇଥିଲେ । ଦୀର୍ଘ ଦିନରୁ ନିଜର ଖରାପ ଫର୍ମ ପାଇଁ ସମାଲୋଚିତ ହେଉଥିବା ଭାରତୀୟ ବ୍ୟାଟର ଲୋକେଶ ରାହୁଲ ଆଜି ଭାରତ ପାଇଁ ଶଙ୍କଟ ମୋଚକ ସାଜିଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ସେ ପରିସ୍ଥିତିକୁ ସମ୍ଭାଳିଥିଲେ । କିଛି ସମୟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ୩୧ ବଲରୁ ୩ ଚୌକା ଓ ଗୋଟିଏ ଛକା ବଳରେ ୨୫ ରନ କରି ଷ୍ଟୋଇନିସଙ୍କ ବଲରେ କାମେରନ ଗ୍ରୀନଙ୍କ ହାତରେ ଧରା ପଡ଼ିଥିଲେ । ଏହାପରେ ଜାଡ଼େଜା ରାହୁଲଙ୍କ ସହ ପରିସ୍ଥିତି ସମ୍ଭାଳି ମ୍ୟାଚ୍‌ ଜିତାଇଥିଲେ ।

ରାହୁଲ ୯୧ ବଲ ଖେଳି ୭ ଚୌକା ଓ ଗୋଟିଏ ଛକା ବଳରେ ଅପରାଜିତ ୭୫ ରନର ପାଳି ଖେଳିଥିବା ବେଳେ ରବିନ୍ଦ୍ର ଜାଡେଜା ୬୯ ବଲରୁ ୫ ଚୌକା ସହିତ ୪୫ ରନର ଗୁରୁତ୍ୱପୂର୍ଣ୍ଣ ସ୍କୋର୍‌ କରିଥିଲେ । ଉଭୟଙ୍କ ଶତକୀୟ ଭାଗିଦାରୀ ଆଜିର ମ୍ୟାଚ୍‌ରେ ଭାରତକୁ ବିଜୟୀ କରାଇଛି । ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୯.୫ ଓଭର ବୋଲିଂ କରି ୪୯ ରନ ବ୍ୟୟରେ ୩ଟି ୱିକେଟ ହାସଲ କରିଥିଲେ । ସେହିଭଳି ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ୭ ଓଭରରୁ ୨୭ ରନ ବ୍ୟୟରେ ୨ଟି ୱିକେଟ ପାଇଥିଲେ । ଅନ୍ୟ କୌଣସି କଙ୍ଗାରୁ ବୋଲର ସଫଳତା ପାଇବାରେ ଅସମର୍ଥ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 17, 2023, 9:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.