ETV Bharat / sports

ଆୟରଙ୍କୁ ICC Player Of The Month ଆୱାର୍ଡ - ଆଇସିସି ପ୍ଲେଆର ଅଫ ମନ୍ଥ

ଭାରତୀୟ ବ୍ୟାଟ୍‌ର ଶ୍ରେୟସ ଆୟର ସୋମବାର ICC ପ୍ଲେଆର ଅଫ୍‌ ଦ ମନ୍ଥ ପୁରସ୍କାର ବିଜେତା ହୋଇଛନ୍ତି । ଆୟରଙ୍କୁ ଫେବୃଆରୀ ମାସ ପାଇଁ ଚୟନ କରାଯାଇଛି । ଅଧିକ ପଢନ୍ତୁ

India batter Shreyas Iyer named ICC Men's player of the month for February 2022
ଆୟରଙ୍କୁ ଆଇସିସି ପ୍ଲେଆର ଅଫ ମନ୍ଥ୍‌ ଆୱାର୍ଡ
author img

By

Published : Mar 14, 2022, 5:02 PM IST

ଦୁବାଇ: ଭାରତୀୟ ବ୍ୟାଟ୍‌ର ଶ୍ରେୟସ ଆୟର ସୋମବାର ICC ପ୍ଲେଆର ଅଫ୍‌ ଦ ମନ୍ଥ (player of the month) ପୁରସ୍କାର ବିଜେତା ହୋଇଛନ୍ତି । ଆୟରଙ୍କୁ ଫେବୃଆରୀ ମାସ ପାଇଁ ଚୟନ କରାଯାଇଛି । UAEର ଭ୍ରିତ୍ୟ ଅରବିନ୍ଦ ଓ ନେପାଳର ଦୀପେନ୍ଦ୍ର ସିଂହ ଏରିଙ୍କୁ ପଛରେ ପକାଇ ଏହି ପୁରସ୍କାର ହାତେଇଛନ୍ତି ଆୟର ।

  • Unveiling the ICC Players of the Month for February 2022 👀

    ⬇️ ⬇️ ⬇️

    — ICC (@ICC) March 14, 2022 " class="align-text-top noRightClick twitterSection" data=" ">

ଫେବୃଆରୀ ମାସରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା ବିପକ୍ଷ ହ୍ବାଇଟ୍‌ ବଲ୍‌ ଘରୋଇ ସିରିଜରେ ଆୟର ଚମତ୍କାର ପ୍ରଦର୍ଶନ କରିଥିଲେ । ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ରେ ମ୍ୟାଚ୍‌ ବିଜୟୀ ୮୦ ରନ୍‌ର ଇଂନିସ ଖେଳିଥିଲେ ଶ୍ରେୟସ । ଫଳରେ ଇଣ୍ଡିଜ ବିପକ୍ଷ ସିରିଜକୁ ୩-୦ରେ ଜିତିନେଇଥିଲା ଭାରତ । ସେହିପରି କୋଲକାତା ଟି-୨୦ରେ ୧୬ ବଲ୍‌ରୁ ଗୁରୁତ୍ବପୂର୍ଣ୍ଣ ୨୫ ରନ୍‌ର ଦ୍ରୁତ ଇଂନିସ ମଧ୍ୟ ଖେଳିଥିଲେ ଓ ୩-୦ ସିରିଜ କ୍ଳିନସୁଇପରେ ପ୍ରମୁଖ ଭୁମିକା ନିଭାଇଥିଲେ ।

ଶ୍ରୀଲଙ୍କା ବିପକ୍ଷ ଟି-୨୦ ସରିଜରେ ଖେଳିଥିବା ୩ଟି ଇଂନିସରେ ଅପରାଜିତ ରହିବା ସହ ୧୭୪.୩୬ ଷ୍ଟ୍ରାଇକ ରେଟ୍‌ରେ ୨୦୪ ରନ୍‌ ସଂଗ୍ରହ କରିଥିଲେ । ୩ଟି ମ୍ୟାଚ୍‌ରେ ଯଥାକ୍ରମେ ୨୮ ବଲ୍‌ରୁ ୫୭, ୪୪ ବଲ୍‌ରୁ ୭୪ ଓ ୪୫ ବଲ୍‌ରୁ ୭୩ ରନ୍‌ର ଇଂନିସ ଖେଳିଥିଲେ । ମୋଟ ୨୦ଟି ଚୌକା ଓ ୭ଟି ଛକା ସହ ସିରିଜର ଶ୍ରେଷ୍ଠ ଖେଳାଳି ରହିଥିଲେ ।

IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.