ETV Bharat / sports

Ind vs Eng, 3rd test: ପ୍ରଥମ ଇନିଂସରେ ଭାରତ ୭୮ରେ ଅଲଆଉଟ୍ - ଭାରତତ ବନାମ ଇଂଲଣ୍ଡ ଟେଷ୍ଟ ମ୍ୟାଚ ଅପଡେଟ୍

ତୃତୀୟ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଲଜ୍ଜାଜନକ ବ୍ୟାଟିଂ ପ୍ରଦର୍ଶନ କରିଛି ଭାରତ । ଭାରତ ମାତ୍ର ୭୮ ରନ୍ କରି ଅଲଆଉଟ ହୋଇଛି । ଅଧିକ ପଢନ୍ତୁ...

Ind vs Eng, 3rd test: ପ୍ରଥମ ଇନିଂସରେ ଭାରତ ୭୮ରେ ଅଲଆଉଟ୍

author img

By

Published : Aug 25, 2021, 7:58 PM IST

ଲଣ୍ଡନ: ତୃତୀୟ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଲଜ୍ଜାଜନକ ବ୍ୟାଟିଂ ପ୍ରଦର୍ଶନ କରିଛି ଭାରତ । ଭାରତ ମାତ୍ର ୭୮ ରନ୍ କରି ଅଲଆଉଟ ହୋଇଛି । ମ୍ୟାଚ ଆରମ୍ଭରୁ ହିଁ ଭାରତୀୟ ବ୍ୟାଟସମ୍ୟାନ ଅସହଜ ହୋଇ ପଡ଼ିଥିଲେ । ପ୍ରଥମ ଓଭରରେ ଖାତା ଖୋଲିବା ପୂର୍ବରୁ ଆଣ୍ଡରସନଙ୍କ ବଲରେ ଆଉଟ ହୋଇଥିଲେ ଇନଫର୍ମ ବ୍ୟାଟସମ୍ୟାନ କେ.ଏଲ ରାହୁଲ । ଏହାପରେ ପଞ୍ଚମ ଓଭରରେ ଆଣ୍ଡରସନଙ୍କ ଶିକାର ହୋଇଥିଲେ ଚେତେଶ୍ବର ପୂଜାରା ।

କୌଣସି ବ୍ୟାଟସମ୍ୟାନ ବଡ଼ ଖେଳିବାରେ ସମର୍ଥ ହୋଇ ପାରିନଥିଲେ । କୋହଲି ମଧ୍ୟ ଦଳୀୟ ସ୍କୋର ମାତ୍ର ୨୧ ହୋଇଥିବାବେଳେ ଏକ କଭର ଡ୍ରାଇଭ୍ ଖେଳିବାକୁ ଯାଇ ଆଣ୍ଡରସନଙ୍କ ବଲରେ ଆଉଟ ହୋଇଥିଲେ । ଟପ ଅର୍ଡର ବ୍ୟାଟିଂ ଲାଇନ ଧ୍ବସ୍ତ ହେବାପରେ ଉପଅଧିନାୟକ ରାହାଣେଙ୍କ ଉପରେ ସଭିଁଙ୍କ ନଜର ରହିଥିଲା । ହେଲେ ସେ ମଧ୍ୟ ଲଞ୍ଚ ପୂର୍ବରୁ ରବିନସନଙ୍କ ବଲରେ ଆଉଟ ହୋଇଥିଲେ । ସେ କିଛି ସମୟ ରୋହିତ ଶର୍ମାଙ୍କ ସହ ପିଚରେ ବିତାଇଥିଲେ ସୁଦ୍ଧା ବଡ଼ ସଟ ଖେଳି ପାରିନଥିଲେ । ସେ କେବଳ ୧୮ ରନ୍ ହିଁ କରି ପାରିଥିଲେ ।

ଏହାପରେ ଋଷଭ ପନ୍ତ ମଧ୍ୟ ମାତ୍ର ୨ ରନ କରି ଆଉଟ ହୋଇଥିବାବେଳେ ରବିନ୍ଦ୍ର ଜାଡେଜା ମାତ୍ର ୪ ରନ ହିଁ କରିବାରେ ସକ୍ଷମ ହୋଇପାରିଥିଲେ । ଏହାପରେ ଲୋୟର ଅର୍ଡର ବ୍ୟାଟସମ୍ୟାନମାନେ ମଧ୍ୟ ଇଂଲଣ୍ଡର ବୋଲିଂ ଆକ୍ରମଣ ଆଗରେ ଆତ୍ମସମର୍ପଣ କରି ଦେଇଥିଲେ । ଶେଷରେ ଭାରତ ପ୍ରଥମ ଇନିଂସରେ ମାତ୍ର ୭୮ ରନ କରିବାରେ ସମର୍ଥ ହୋଇପାରିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୧୯ ରନ କରିବାକୁ ସକ୍ଷମ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.