ETV Bharat / sports

IND W vs ENG W: ପ୍ରଥମେ ଭାରତର ବ୍ୟାଟିଂ - କ୍ୟାପଟେନ ହେଥର ନାଇଟ

ଟସ୍‌ ଜିତି ଇଂଲଣ୍ଡ ମହିଳା ଟିମ କ୍ୟାପଟେନ ହେଥର ନାଇଟ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି, ଫଳରେ ବ୍ୟାଟିଂ କରିବ ଭାରତ । ଅଧିକ ପଢନ୍ତୁ...

IND W vs ENG W: Knight wins toss, opts to field in 2nd T20I
IND W vs ENG W: ପ୍ରଥମେ ବ୍ୟାଟିଂ କରିବ ଭାରତ
author img

By

Published : Jul 11, 2021, 7:44 PM IST

ହୋଭ(ୟୁକେ): ଏଠାରେ ହେଥର ନାଇଟଙ୍କ ନେତୃତାଧୀନ ଇଂଲଣ୍ଡ ଓ ଭାରତୀୟ ମହିଳା ଟିମ ମଧ୍ୟରେ 3 ମ୍ୟାଚ ବିଶିଷ୍ଟ ଟି20 ସିରିଜର ଦ୍ବିତୀୟ ଟି20 ଖେଳାଯାଉଛି । ଟସ ଜିତି ନାଇଟ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି, ଫଳରେ ବ୍ୟାଟିଂ କରିବ ଭାରତ ।

ଟି20 ସରିଜର ପ୍ରଥମ ମ୍ୟାଚରେ ଖେଳିଥିବା ଉଭୟ ଓ ଭାରତ ଓ ଇଂଲଣ୍ଡର ଚୂଡାନ୍ତ ଏକାଦଶ ଦ୍ବିତୀୟ ମ୍ୟାଚ୍‌ରେ ମଧ୍ୟ ଅପରିବର୍ତ୍ତିତ ରିହଛି ।

ଶୁକ୍ରବାର ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ପ୍ରଥମ ଟି20ରେ ଘରୋଇ ଦଳ DLS ନିୟମରେ ବିଜୟୀ ହୋଇଥିଲା । ନାଟେଲିଏ ସ୍କିଭର ଓ ଏମି ଜୋନ୍ସ ଇଂଲଣ୍ଡ ପାଇଁ ଯଥାକ୍ରମେ 55 ଓ 43 ରନର ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ ।

ଇଂଲଣ୍ଡ ନିର୍ଦ୍ଧାରିତ 20 ଓଭରରେ 177 ରନ କରିଥିବା ଜବାବରେ 8.4 ଓଭରରେ ଭାରତର ସ୍କୋର 54/3 ଥିବାବେଳେ ବର୍ଷା ଯୋଗୁଁ ମ୍ୟାଚ ବନ୍ଦ ହୋଇଥିଲା । ଶେଷରେ DLS ନିୟମରେ 72 ରନ ପାର ସ୍କୋର ଥିଲା,ଫଳରେ 18 ରନରେ ପରାସ୍ତ ହୋଇଥିଲା ଭାରତ ।

ଭାରତୀୟ ମହିଳା (Playing XI): ଶେଫାଳି ବର୍ମା, ସ୍ମୃତି ମାନ୍ଧନା, ହରମନପ୍ରୀତ କୌର(କ୍ୟାପଟେନ), ଦିପ୍ତୀ ଶର୍ମା, ସ୍ନେହ ରାଣା, ଶିଖା ପାଣ୍ଡେ, ପୁନମ ଯାଦବ, ରାଧା ଯାଦବ, ହରଲିନ ଦେଓଲ, ଅରୁନ୍ଧତୀ ରେଡ୍ଡି, ରିଚା ଘୋଷ ।

ଇଂଲଣ୍ଡ ମହିଳା (Playing XI): ଡାନିଏଲ ୱାଟ, ଟମି ବିୟୁମୋଣ୍ଟ, ନାଟେଲିଏ ସ୍କିଭର, ହେଥର ନାଇଟ(କ୍ୟାପଟେନ), ଏମି ଏଲିନ ଜୋନ୍ସ(ୱିକେଟ କିପର), ସୋଫିଆ ଡଙ୍କଲେ, କାଥରିନ ବ୍ରଣ୍ଟ, ସୋଫି ଏକଲେଷ୍ଟନ, ସରାହ ଗ୍ଳେନ, ମେଡି ଭିଲର୍ସ, ଫେୟା ଡେଭିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.