ETV Bharat / sports

Ind vs WI: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୧୦୦୦ତମ ODI ମ୍ୟାଚ୍‌ ଖେଳିବ ଭାରତ - ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ

ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ODI ସିରିଜ । ODI ସିରିଜ ଖେଳାଯିବାକୁ ଥିବା ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ଦର୍ଶକଙ୍କୁ ବାରଣ । ଅଧିକ ପଢନ୍ତୁ

Ind vs WI: ODI series in Ahmedabad to be played behind closed doors
Ind vs WI: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୧୦୦୦ତମ ODI ମ୍ୟାଚ୍‌ ଖେଳିବ ଭାରତ
author img

By

Published : Feb 1, 2022, 8:39 PM IST

ଅହମ୍ମଦାବାଦ: ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ODI ସିରିଜ । ODI ସିରିଜ ଖେଳାଯିବାକୁ ଥିବା ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମକୁ ଦର୍ଶକଙ୍କୁ ବାରଣ କରାଯାଇଛି । ଏନେଇ ମଙ୍ଗଳବାର ଗୁଜୁରାଟ କ୍ରିକେଟ ଆସୋସିସଏନ(GCA) ସ୍ପଷ୍ଟ କରିଛି ।

ଏହାମଧ୍ୟ ପଢନ୍ତୁ: IPL 2022: ଖେଳାଳି ନିଲାମ ତାଲିକା ଘୋଷଣା, ନାହାନ୍ତି କ୍ରିସ୍‌ ଗେଲ୍‌ ଓ ବେନ୍‌ ଷ୍ଟୋକ୍ସ

ଟିମ ଇଣ୍ଡିଆ ଫେବୃଆରୀ ୬ରୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୩ଟି ODI ମ୍ୟାଚ୍‌ ଖେଳିବା ନେଇ ସୂଚୀ ରହିଛି । ଏହାପରେ ଇଡେନ ଗାର୍ଡେନ, କୋଲକାତାରେ ଫେବୃଆରୀରେ ୧୬ରୁ ଟି-୨୦ ସିରିଜ ଖେଳାଯିବ । ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ମ୍ୟାଚ୍‌ ବିନା ଦର୍ଶକରେ ଖାଲି ଷ୍ଟାଡିୟମରେ ଖେଳାଯିବ । ଗୁଜୁରାଟ କ୍ରିକେଟ ଆସୋସିଏସନ ଟ୍ବିଟ୍‌ କରି ଏହି ଘୋଷଣା କରିଛି । ଫେବୃଆରୀ ୬ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ODI ମ୍ୟାଚ୍‌ ଇଣ୍ଡିଆ ପାଇଁ ସ୍ବତନ୍ତ୍ର ହେବ । ଏହି ମ୍ୟାଚ୍‌ ଭାରତ ପାଇଁ ୧୦୦୦ତମ ODI ମ୍ୟାଚ୍‌ ହେବ । ତେବେ ଏହି ଐତିହାସିକ ମ୍ୟାଚ୍‌ର ସାକ୍ଷୀ ପାଲଟିବାକୁ ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତି ରହିବ ନାହିଁ ।

ମାତ୍ର ଟି-୨୦ ସିରିଜରେ ଇଡେନ ଗାର୍ଡେନ ଷ୍ଟାଡିୟମରେ ୭୫ ପ୍ରତିଶତ ଦର୍ଶକଙ୍କ ଉପସ୍ଥିତିରେ ମ୍ୟାଚ୍‌ ଖେଳାଯିବ । ବେଙ୍ଗଲ କ୍ରିକେଟ ଆସୋସିଏସନ(CAB) ର ସଭାପତି ଅଭିଶେକ ଡାଲମିୟା ଏକ ବିବୃତିରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପଶ୍ଚିମବଙ୍ଗ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ରାଜ୍ୟରେ କ୍ରୀଡା କାର୍ଯ୍ୟକ୍ରମ ଆରମ୍ଭ ପାଇଁ ଅନୁମତି ପ୍ରଦାନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.