ETV Bharat / sports

Ind vs WI 3rd ODI: ସମ୍ମାନ ରଖିଲା ଆୟର-ପନ୍ତ ଯୋଡି, ଇଣ୍ଡିଜକୁ ୨୬୬ ରନର ଟାର୍ଗେଟ

author img

By

Published : Feb 11, 2022, 5:38 PM IST

Updated : Feb 11, 2022, 9:49 PM IST

ୱେଷ୍ଟ ଇଣ୍ଡିଜକୁ ୨୬୬ ରନର ଟାର୍ଗେଟ ଦେଲା ଇଣ୍ଡିଆ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି ଇଣ୍ଡିଆ-ଇଣ୍ଡିଜ ତୃତୀୟ ଦିନିକିଆ । ଅଧିକ ପଢନ୍ତୁ

Ind vs WI 3rd ODI: ଇଣ୍ଡିଜ ଆଗରେ ୨୬୬ ରନର ଟାର୍ଗେଟ

ଅହମ୍ମଦାବାଦ: ୱେଷ୍ଟ ଇଣ୍ଡିଜକୁ ୨୬୬ ରନର ଟାର୍ଗେଟ ଦେଲା ଇଣ୍ଡିଆ । ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ସତ୍ତ୍ବେ ଶ୍ରେୟସ ଆୟର ଏବଂ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ ଟିମ୍‌ର ସମ୍ମାନ ବଞ୍ଚାଇଛି । ନିର୍ଦ୍ଧାରିତ ୫୦ ଓଭର ସୁଦ୍ଧା ୨୬୫ ରନ ସଂଗ୍ରହ କରିଛି ଟିମ୍ ଇଣ୍ଡିଆ ।

ଆଜି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଣ୍ଡିଆ-ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ମାତ୍ର ଦ୍ବିତୀୟ ମ୍ୟାଚ ପରି ଆଜି ମଧ୍ୟ ନିରାଶ କରିଛନ୍ତି ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ । କ୍ୟାପ୍ଟେନ ରୋହିତ ଶର୍ମା ୧୩ କରି ଆଉଟ୍ ହୋଇଯାଇ ଥିବାବେଳେ ଶିଖର ଧାୱନ ୧୦ ରନ୍ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Ind vs WI 3nd ODI: ଟସ ଜିତିଲେ ରୋହିତ, ପ୍ରଥମେ କରିବେ ବ୍ୟାଟିଂ

ସେହିପରି ବିରାଟ କୋହଲି ଖାତା ଖୋଲିପାରି ନାହନ୍ତି । ମାତ୍ର ଶ୍ରେୟସ ଆୟର ୧୧୧ ବଲରେ ୮୦ ରନ୍ ସଂଗ୍ରହ କରି ଟିମ୍‌ର ସମ୍ମାନ ବଞ୍ଚାଇଛନ୍ତି । ସେପଟେ ଆୟରଙ୍କ ସାଥ ଦେଇ 54 ବଲରେ ୫୬ ରନ୍ ସଂଗ୍ରହ କରିଛନ୍ତି ଋଷଭ ପନ୍ତ । ଅନ୍ୟପଟେ ଦୀପକ ଚହର ୩୮, ୱାଶିଂଟନ ସୁନ୍ଦର ୩୩, ସୂର୍ଯ୍ୟକୁମାର ଯାଦବ ୬, କୂଳଦୀପ ଯାଦବ ୫, ମହମ୍ମଦ ଶିରାଜ ୪ ରନ୍ ସଂଗ୍ରହ କରିଛନ୍ତି ।

Last Updated : Feb 11, 2022, 9:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.