ଅହମଦାବାଦ: ଓ୍ବେଷ୍ଟ ଇଣ୍ଡିଜ ବିପକ୍ଷ ସିରିଜ କବଜା କଲା ଇଣ୍ଡିଆ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ଦ୍ୱିତୀୟ ଦିନିକିଆରେ ୪୪ ରନରେ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିଛି ଭାରତୀୟ ଟିମ୍ । ଏଥିସହ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୨-୦ ରେ ଆଗୁଆ ରହିଛି ଭାରତ ।
-
That Winning Feeling! 👏 👏@prasidh43 picks his fourth wicket as #TeamIndia complete a 4⃣4⃣-run win over West Indies in the 2nd ODI. 👍 👍 #INDvWI @Paytm
— BCCI (@BCCI) February 9, 2022 " class="align-text-top noRightClick twitterSection" data="
Scorecard ▶️ https://t.co/yqSjTw302p pic.twitter.com/R9KCvpMImH
">That Winning Feeling! 👏 👏@prasidh43 picks his fourth wicket as #TeamIndia complete a 4⃣4⃣-run win over West Indies in the 2nd ODI. 👍 👍 #INDvWI @Paytm
— BCCI (@BCCI) February 9, 2022
Scorecard ▶️ https://t.co/yqSjTw302p pic.twitter.com/R9KCvpMImHThat Winning Feeling! 👏 👏@prasidh43 picks his fourth wicket as #TeamIndia complete a 4⃣4⃣-run win over West Indies in the 2nd ODI. 👍 👍 #INDvWI @Paytm
— BCCI (@BCCI) February 9, 2022
Scorecard ▶️ https://t.co/yqSjTw302p pic.twitter.com/R9KCvpMImH
ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଣ୍ଡିଜ ଟିମ୍ । ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ଇଣ୍ଡିଆ ୨୩୭ ରନ୍ ସଂଗ୍ରହ କରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ୍ ୪୬ ଓଭରରେ ୧୯୩ ରନ୍ କରି ଅଲଆଉଟ ହୋଇଯାଇଛି । ପ୍ରସିଦ୍ଧ କ୍ରିଷ୍ଣା ଘାତକ ବୋଲିଂ ଇଣ୍ଡିଜ ଟିମ୍କୁ ଧରାସାୟୀ କରି ଦେଇଥିଲା । ପ୍ରସିଦ୍ଧ ମାତ୍ର ୧୨ ରନରେ ୪ ୱିକେଟ ହାସଲ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ:- Ind vs WI 2nd ODI: ଇଣ୍ଡିଜକୁ ୨୩୮ ରନର ଟାର୍ଗେଟ ଦେଲା ଇଣ୍ଡିଆ
ଅନ୍ୟପଟେ ଭାରତୀୟ ଟିମ୍ ପକ୍ଷରୁ ବ୍ୟାଟିଂରେ ସୂର୍ଯ୍ୟକୁମାର ଯାଦବ ଭଲ ପ୍ରଦର୍ଶନ କରିଥିଲେ । ଯାଦବ ଓ କେ.ଏଲ ରାହୁଲ ଟିମରେ ଲମ୍ବା ସ୍କୋର ଯୋଡିଥିଲେ । ରାହୁଲ ୪୯ ରନ କରି ଥିବାବେଳେ ରୋହିତ ଶର୍ମା(୫), ଋଷବ ପନ୍ତ ଓ ବିରାଟ କୋହଲି(୧୮), ୱାଶିଂଟନ ସୁନ୍ଦର ୨୪, ଦୀପକ ହୁଡ୍ଡା ୨୯, ଶାର୍ଦ୍ଦୁଲ ଠାକୁର ୮, ମହମ୍ମଦ ଶିରାଜ ୩, ଯୁଜବେନ୍ଦ୍ର ଚହଲ ୧୧ ଏବଂ ପ୍ରସିଦ୍ଧ କ୍ରିଷ୍ଣା ୩ ବଲ୍ ଖେଳି କୌଣସି ରନ୍ ସଂଗ୍ରହ କରିପାରି ନଥିଲେ । ତେବେ ଚହଲ ଏବଂ ପ୍ରସିଦ୍ଧ ଉଭୟ ନଟ ଆଉଟ ରହିଥିଲେ ।
ତେବେ ପୂର୍ବ ମ୍ୟାଚରେ ଇଣ୍ଡିଜ ପରାସ୍ତ ହୋଇ ଥିବାବେଳେ ଆଜିର ମ୍ୟାଚ ମଧ୍ୟ ହାତରୁ ଯାଇଛି । ଫଳରେ ଭାରତ ସିରିଜ କବଜା କରିଛି । ଆସନ୍ତା ଶୁକ୍ରବାର ୧୧ ତାରିଖରେ ତୃତୀୟ ଦିନିକିଆ ଖେଳାଯିବ ।