ETV Bharat / sports

Ind vs SL: ଧାୱନଙ୍କ ନେତୃତ୍ବରେ ଟିମ ଇଣ୍ଡିଆର ଅଭ୍ୟାସ ଆରମ୍ଭ - ଭୁବନେଶ୍ବର କୁମାର

ଶ୍ରୀଲଙ୍କା ବିପକ୍ଷରେ ଭାରତ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଓ 3 ଟିକିଆ ଟି20 ସିରିଜ ଖେଳିବା ନେଇ ସୂଚୀ ରହିଛି । ଜୁଲାଇ 13ରୁ ଏହି ସିରିଜ ଆରମ୍ଭ ହେବ । ଅଧିକ ପଢନ୍ତୁ...

Ind vs SL: Shikhar Dhawan-led Indian team begins training in Colombo
Ind vs SL: ଧାୱନଙ୍କ ନେତୃତ୍ବରେ ଟିମ ଇଣ୍ଡିଆର ଅଭ୍ୟାସ ଆରମ୍ଭ
author img

By

Published : Jul 2, 2021, 5:30 PM IST

କଲମ୍ବୋ: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ସୀମିତ ଓଭର ସ୍କ୍ବାଡ ଶୁକ୍ରବାର କଲମ୍ବୋରେ ଅଭ୍ୟାସ ଆରମ୍ଭ କରିଛନ୍ତି । ଶିଖର ଧାୱନଙ୍କ ନେତୃତ୍ବରେ ଦିନିକିଆ ଓ ଟି20 ସିରିଜ ପାଇଁ ଦ୍ବୀପଦେଶରେ ଜୋରଦାର ପ୍ରସ୍ତୁତି ଚଳାଇଛି ଟିମ ଇଣ୍ଡିଆ ।

ଶ୍ରୀଲଙ୍କା ବିପକ୍ଷରେ ଭାରତ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଓ 3 ଟିକିଆ ଟି20 ସିରିଜ ଖେଳିବା ନେଇ ସୂଚୀ ରହିଛି । ଜୁଲାଇ 13ରୁ ଏହି ସିରିଜ ଆରମ୍ଭ ହେବ । ଭୁବନେଶ୍ବର କୁମରା ଟିମର ଉପ-ଅଧିନାୟକ ରହିଥିବାବେଳେ, ଧାୱନଙ୍କ ନେତୃତ୍ବରେ ଖେଳିବା ଟିମ । ପୂର୍ବତନ କ୍ୟାପଟେନ ରାହୁଲ ଦ୍ରାବିଡ କୋଚ୍‌ ରହିଛନ୍ତି ।

ଗୁରୁବାର ଟିମର ସମସ୍ତ ସଦସ୍ୟ ବାଧ୍ୟତାମୂଳକ କ୍ବାରେଣ୍ଟିନ ଶେଷ କରିବାପରେ ଶୁକ୍ରବାର କୋଚ୍‌ ଦ୍ରାବିଡଙ୍କ ନେତୃତ୍ବରେ ପ୍ରଥମ ଅଭ୍ୟାସ ସେସନରେ ସାମିଲ ହୋଇଛି । ଅଭ୍ୟାସ ସମୟର କିଛି ଫଟୋ ବିସିସିଆଇ ସେୟର କରିବା ସହ ଖେଳାଳିମାନେ ଜୋରଦାର ପ୍ରସ୍ତୁତି ଚଳାଇଥିବା ବୋର୍ଡ ସୂଚନା ଦେଇଛି ।

ସଞ୍ଜୁ ସାମସନ, ଇଶାନ କିଶନ ଓ ସୂର୍ଯ୍ୟକୁମାର ଯାଦୂଙ୍କ ପରି ଯୁବ ପ୍ରତିଭାବାନ ଖେଳାଳି ସ୍କ୍ବାଡରେ ରହିଛନ୍ତି । ଏଥିସହ ଏକାଧିକ ଯୁବ ଖେଳାଳି ଶ୍ରୀଲଙ୍କା ସିରିଜରେ ଟିମ ଇଣ୍ଡିଆ ପକ୍ଷରୁ ଡେବ୍ୟୁ କରିବାର ସମ୍ଭାବନା ରହିଥିବାରୁ ଏନେଇ ଉତ୍ସାହ ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.