ETV Bharat / sports

ମୁମ୍ବାଇ ପହଞ୍ଚିଲା ଟିମ ଇଣ୍ଡିଆ ପାର୍ଟ-2

ଟିମ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ ପାଇଁ ଚୟନ ହୋଇଥିବା ସଦସ୍ୟ ମୁମ୍ବାଇରେ ପହଞ୍ଚି କ୍ବାରେଣ୍ଟିନରେ ରହିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 15, 2021, 7:03 PM IST

Ind vs SL: Limited-overs squad assembles in Mumbai
ମୁମ୍ବାଇ ପହଞ୍ଚିଲା ଟିମ ଇଣ୍ଡିଆ ପାର୍ଟ-2

ମୁମ୍ବାଇ: ଆରମ୍ଭ ହୋଇଛି ଭାରତୀୟ ହ୍ବାଇଟ ବଲ୍‌ ସ୍କ୍ବାଡ୍‌ର ଶ୍ରୀଲଙ୍କା ଗସ୍ତ ପ୍ରସ୍ତୁତି । ମଙ୍ଗଳବାର ଟିମ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ ପାଇଁ ଚୟନ ହୋଇଥିବା ସଦସ୍ୟ ମୁମ୍ବାଇରେ ପହଞ୍ଚି କ୍ବାରେଣ୍ଟିନରେ ରହିଛନ୍ତି । ଏନେଇ ବିସିସିଆଇ ଟ୍ବିଟ ଯୋଗେ ଘୋଷଣା କରିଛି । ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ ପାଇଁ ଶିଖର ଧାୱନଙ୍କ ନେତୃତ୍ବରେ ଭାରତୀୟ ଦଳ ଦ୍ବୀପ ଦେଶ ଗସ୍ତ କରିବ ।

ଶ୍ରୀଲଙ୍କା ବିପକ୍ଷରେ ସିରିଜ ପ୍ରସ୍ତୁତି ନେଇ କଲମ୍ବୋରେ ଭାରତ ଧାୱନଙ୍କ ନେତୃତ୍ବରେ ଅନ୍ତଃଦଳ ମ୍ୟାଚ୍‌ ଖେଳିବ । ମାତ୍ର ଏହା ପୂର୍ବରୁ ଭାରତରେ 14ଦିନ କ୍ବାରେଣ୍ଟିନରେ ରହିବାକୁ ହେବ ।(7 ଦିନ କଠୋର ଓ 7 ଦିନ କୋହଳ କ୍ବାରେଣ୍ଟିନ)

କଲମ୍ବୋରେ ପହଞ୍ଚିବା ପରେ ମଧ୍ୟ ଟିମର ସଦସ୍ୟଙ୍କୁ ଆଉ ଏକ ପର୍ଯ୍ୟାୟ କ୍ବାରେଣ୍ଟିନରେ ରହିବାକୁ ହେବ ।

ଗତ ଗୁରୁବାର ସର୍ବଭାରତୀୟ ଚୟନକର୍ତ୍ତା କମିଟି 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଓ 3 ମ୍ୟାଚ୍‌ ବିଶିଷ୍ଟ ଟି20 ସିରିଜ ପାଇଁ ସ୍କ୍ବାଡ ଘୋଷଣା କରିଥିଲା । ଧାୱନଙ୍କୁ ନେତୃତ୍ବ ମିଳିଥିବାବେଳେ ଭୁବନେଶ୍ବର କୁମାରଙ୍କୁ ଉପ-ଅଧିନାୟକ ଭାବେ ଚୟନ କରାଯାଇଛି । ସିରିଜର ସମସ୍ତ ମ୍ୟାଚ ଆର ପ୍ରେମଦାସା ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ, କଲମ୍ବୋରେ ଖେଳାଯିବ ।

ଜୁଲାଇ 13, 16 ଓ 18ରେ ଦିନିକିଆ ସିରିଜର 3ଟି ମ୍ୟାଚ୍‌ ଓ ପରେ ଜୁଲାଇ 21, 23 ଓ 25ରେ 3ଟି ଟି20 ମ୍ୟାଚ୍‌ ଖେଳାଯିବା ନେଇ ସୂଚୀ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.