ETV Bharat / sports

Ind vs SL: ଲକ୍ଷ୍ମଣଙ୍କ ଭାରତୀୟ ଏକାଦଶରେ କୁଲଦୀପ-ଚହଲ ଯୋଡି

ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜରେ ପୁଣି ନଜର ଆସିପାରନ୍ତି ଟିମ ଇଣ୍ଡିଆର ଷ୍ଟାର ସ୍ପିନ ଯୋଡି କୁଲଦୀପ ଯାଦବ ଓ ୟୁଜଭେନ୍ଦ୍ର ଚହଲ । ଅଧିକ ପଢନ୍ତୁ...

author img

By

Published : Jul 9, 2021, 4:29 PM IST

Ind vs SL: Laxman and Irfan look forward to seeing Chahal and Kuldeep bowl
Ind vs SL: ଲକ୍ଷ୍ମଣଙ୍କ ଭାରତୀୟ ଏକାଦଶରେ କୁଲଦୀପ-ଚହଲ ଯୋଡି

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜରେ ପୁଣି ନଜର ଆସିପାରନ୍ତି ଟିମ ଇଣ୍ଡିଆର ଷ୍ଟାର ସ୍ପିନ ଯୋଡି କୁଲଦୀପ ଯାଦବ ଓ ୟୁଜଭେନ୍ଦ୍ର ଚହଲ । ପୂର୍ବତନ ଟିମ ଇଣ୍ଡିଆ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ ଓ ଅଲରାଉଣ୍ଡର ଇରଫାନ ପଠାନ ଏହି ଯୋଡିଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦେବା ସପକ୍ଷରେ ମତ ଦେଇଛନ୍ତି । ଜୁଲାଇ 13ରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେଉଛି ।

ଟି20 ବିଶ୍ବକପକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେବାକୁ ହେବ । ଟିମ ଇଣ୍ଡିଆ ପାଇଁ କୁଲଦୀପ ଓ ଚହଲଙ୍କ ଫର୍ମକୁ ଫେରିବା ନିହାତି ଆବଶ୍ୟକ । ଦିନିକିଆ ଫର୍ମାଟରେ ପ୍ରତ୍ୟେକ ବୋଲର 10 ଓଭର ଲେଖାଏଁ ବୋଲିଂ କରିବାକୁ ସୁଯୋଗ ପାଇବେ । ଫଳରେ ଏହି ଦୁଇ ସ୍ପିନର ଅଭିଜ୍ଞ ଓ ସଫଳ ବୋଲର ରହିଛନ୍ତି । ଅଧିକ ଓଭର ବୋଲିଂ ସୁଯୋଗ ଅର୍ଥାତ ଅଧିକ ସଫଳତାର ସୁଯୋଗ ରହିବ ଯାହାକି ଦୁଇ ଖେଳାଳିଙ୍କ ପୂର୍ବ ଆତ୍ମବିଶ୍ବାସ ଫେରିପାଇବାରେ ସହାୟକ ହେବ କହିଛନ୍ତି ଲକ୍ଷ୍ମଣ ।

ଶ୍ରୀଲଙ୍କାରେ ସଦ୍ୟ ସମାପ୍ତ ହୋଇଥିବା ଦ୍ବିତୀୟ ଆନ୍ତଃଦଳ ମ୍ୟାଚରେ ଉଭୟ କୁଲଦୀପ ଓ ଚହଲ 5ଟି ୱିକେଟ ବାଣ୍ଟି ନେଇଥିଲେ । ନୀତିଶ ରାଣା, କ୍ରୀଷ୍ଣାପ୍ପା ଗୌତମଙ୍କୁ ଚହଲ ଆଉଟ କରିଥିବାବେଳେ କୁଲଦୀପ 3ଟି ୱିକେଟ ହାସଲ କରିଥିଲେ ।

ଇରଫାନ ପଠାନ ମଧ୍ୟ କୁଲଦୀପଙ୍କୁ ସମର୍ଥନ ଜଣାଇକହିଛନ୍ତି, ଆତ୍ମବିଶ୍ବାସ ଫେରିପାଇବାକୁ କେବଳ ମ୍ୟାଚ ଖେଳିବା ହିଁ ଜରୁରୀ । ଆଇପିଏଲରେ ଖରାପ ପ୍ରଦର୍ଶନ ପରେ ଘରୋଇ କ୍ରିକେଟ ମଧ୍ୟ ଖେଳିଥିଲେ କୁଲଦୀପ । ଶ୍ରୀଲଙ୍କା ସିରିଜରେ ସୁଯୋଗ ମିଳିଲେ ବାମହାତୀ ସ୍ପିନର ଭଲ ପ୍ରଦର୍ଶନ କରିବା ନେଇ ଆଶାବାଦୀ ଅଛନ୍ତି ପଠାନ ।

ଶ୍ରୀଲଙ୍କା ବିପକ୍ଷରେ ଲକ୍ଷ୍ମଣ ଭାରତୀୟ ଏକାଦଶ ମଧ୍ୟ ଚୟନ କରିଛନ୍ତି । ଶିଖର ଧାୱନ ଓ ପୃଥ୍ବୀ ଶ (ଓପନିଂ ବ୍ୟାଟ୍ସମ୍ୟାନ), 3ନମ୍ବର ସ୍ଥାନରେ ସୂର୍ଯ୍ୟକୁମାର ଯାଦବ, 4ନମ୍ବରରେ ସଞ୍ଜୁ ସାମସନ, ଦିନିକିଆରେ 5 ନମ୍ବର ସ୍ଥାନରେ ମନିଷ ପାଣ୍ଡେ, 6ନମ୍ବର ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଓ 7ନମ୍ବରରେ କ୍ରୁଣାଳ ପାଣ୍ଡ୍ୟା । ଦୁଇଜଣ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଓ ଦୀପକ ଚହର ଓ ଦୁଇଜଣ ସ୍ପିନର କୁଲଦୀପ ଯାଦବ ଓ ୟୁଜଭେନ୍ଦ୍ର ଚହଲଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦେଇଛନ୍ତି ଲକ୍ଷ୍ମଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.