ETV Bharat / sports

IND vs SA: ବାରବାଟୀରେ ଦିଲ୍ଲୀ ଭୁଲ୍‌ ଦୋହରାଇବେନି ତ ହାର୍ଦ୍ଦିକ ! - ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନ୍ୟୁଜ

ଦିନେଶ କାର୍ତ୍ତିକଙ୍କୁ ଟେଲ୍‌ଏଣ୍ଡର ଭାବି ଫ୍ୟାନ୍ସଙ୍କ ରୋଷର ଶିକାର ହୋଇଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଅଧିକ ପଢନ୍ତୁ

IND vs SA, 1st T20I: Hardik Pandya's refusal of single to Dinesh Karthik in the last over draws flak from fans
IND vs SA: ବାରବାଟୀରେ ଦିଲ୍ଲୀ ଭୁଲ୍‌ ଦୋହରାଇବେନି ତ ହାର୍ଦ୍ଦିକ !
author img

By

Published : Jun 11, 2022, 2:25 PM IST

Updated : Jun 11, 2022, 3:37 PM IST

ହାଇଦ୍ରାବାଦ: ପ୍ରଥମ ଟି୨୦ରେ ଏକ ଦମଦାର ଇଂନିସ ଖେଳିବା ସତ୍ତ୍ବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡିଆରେ ସମାଲୋଚିତ ହୋଇଥିଲେ । ଭାରତୀୟ ଇଂନିସର ଶେଷ ଓଭରରେ ଦିନେଶ କାର୍ତ୍ତିକଙ୍କୁ ଏକ ସିଙ୍ଗଲ୍‌ ନେବାକୁ ମନାକରିବା ପରେ କିଛି ଭାରତୀୟ ଫ୍ୟାନ୍ସଙ୍କ ହାର୍ଦ୍ଦିକଙ୍କୁ ସମାଲୋଚନା କରିଥିଲେ । ଭାରତୀୟ ଇଂନିସର ଶେଷ ଓଭର ଆନରିଚ ନର୍କିୟା ବୋଲିଂ କରିଥିଲେ । ଶେଷ ଓଭରର ପ୍ରଥମ ବଲ୍‌ରେ କ୍ୟାପଟେନ ଋଷଭ ପନ୍ତ ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ । ଫଳରେ ପନ୍ତଙ୍କ ୧୬ ବଲ୍‌ରୁ ୨ଟି ଚୌକା ଓ ୨ଟି ଛକା ସହାୟତାରେ ୨୯ ରନ୍‌ର ଇଂନିସ ଶେଷ ହୋଇଥିଲା । ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ବ୍ୟାଟିଂ ପାଇଁ ଦିନେଶ କାର୍ତ୍ତିକ ଆସିଥିଲେ ।

କାର୍ତ୍ତିକ ସାମ୍ନା କରିଥିବା ପ୍ରଥମ ବଲ୍‌ରେ ବ୍ୟାଟ୍‌ ଓ ବଲ୍‌ର ସଂଯୋଗ ହୋଇପାରିନଥିଲା, ତେବେ ଏହି ୟର୍କର ଲେନ୍ଥ୍‌ର ବଲ୍‌ରେ ଏସ ସିଙ୍ଗଲ୍‌ ଚୋରାଇନେବାକୁ ସଫଳ ହୋଇଥିଲେ କାର୍ତ୍ତିକ । ଏଥିସହ ପାଣ୍ଡ୍ୟାଙ୍କୁ ଷ୍ଟ୍ରାଇକ୍‌ ପ୍ରଦାନ କରିଥିଲେ । ଅଲରାଉଣ୍ଡର ପାଣ୍ଡ୍ୟା ଓଭରର ଚତୁର୍ଥ ବଲ୍‌କୁ ଏକ ବିଶାଳ ଛକା ଲଗାଇଥିଲେ । ପରେ ପଞ୍ଚମ ବଲ୍‌ରେ ହାର୍ଦ୍ଦିକ ଡିପ୍‌ ମିଡ୍‌ୱିକେଟ ଅଞ୍ଚଳକୁ ଫ୍ଲିକ୍‌ କରିଥିଲେ ଓ ଏକ ସହଜ ସିଙ୍ଗଲ ନେବାର ସୁଯୋଗ ରହିଥିଲେ ମଧ୍ୟ ଆଶ୍ଚର୍ଯ୍ୟକର ଭାବେ କୌଣସି ରନ୍‌ ନେଇନଥିଲେ ।

  • Didnt like the way Hardik Pandya denied strike to Dinesh Karthik..Com'on man he isnt a bowler..Probably he is one of best and most experienced finisher...

    — Jasly (@Jasly_forever18) June 9, 2022 " class="align-text-top noRightClick twitterSection" data=" ">

ନିଜ ପାଖରେ ଷ୍ଟ୍ରାଇକ୍‌ ରଖିବାକୁ ନିଷ୍ପତି କରିବା ସହ ବଡ ସଟ୍‌ ସହ ଫିନିସ କରିବାକୁ ଚିନ୍ତା କରିଥିଲେ । ମାତ୍ର ଏହି ନିଷ୍ପତି ସୋସିଆଲ ମିଡିଆରେ ତାଙ୍କ ପାଇଁ ସମାଲୋଚନା ଆଣିଦେଇଛି । କାରଣ ସଦ୍ୟ ସମାପ୍ତ IPL 2022ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଶେଷ ଓଭରରେ କାର୍ତ୍ତିକ ବିସ୍ଫୋରକ ବ୍ୟାଟିଂ ସହ ଫିନିସ କରିଥିବା ଦର୍ଶକ ଦେଖିଛନ୍ତି ।

ଟ୍ବିଟ୍‌ରରେ ଜଣେ ୟୁର୍ଜର୍ସ ଲେଖିଥିଲେ, "ହାର୍ଦ୍ଦିକ ପାଣ୍ଡ୍ୟା, ଶେଷ ବଲ୍‌ରେ ଦିନେଶ କାର୍ତ୍ତିକଙ୍କୁ ଷ୍ଟ୍ରାଇକ୍‌ ଦେବାକୁ ମନାକଲେ, ଯଦି DK ଜଣେ ଟେଲ୍‌ଏଣ୍ଡର..." ଅନ୍ୟଜଣେ ୟୁଜର ମଧ୍ୟ ପାଣ୍ଡ୍ୟାଙ୍କୁ ସମାଲୋଚନା କରିବା ସହ 'Bad Attitude' ବୋଲି କହିଛନ୍ତି । ସେ ଲେଖିଛନ୍ତି, "ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏହା Bad Attitude, ଯେତେବେଳେ ୧୯.୫ ଓଭର ଖେଳ ଶେଷ ହୋଇଛି, ସେ ସିଙ୍ଗଲ ନେବାକୁ ମନା କରୁଛନ୍ତି, ଏପରିକି ଦିନେଶ କାର୍ତ୍ତିକ ଅନ୍ୟପଟେ ଥିବାବେଳେ । ଏହା ଠିକ୍‌ ବ୍ୟବହାର ନୁହେଁ ।"

  • Denying strike to DK? Conceding a dot? No matter your form, no matter the score, not good Hardik. Even AB de Villiers at 98 would take that single. #INDvsSA

    — Rudransh Khurana (@rudraaaansh) June 9, 2022 " class="align-text-top noRightClick twitterSection" data=" ">

ଅନ୍ୟଜଣେ ୟୁଜର ଲେଖିଛନ୍ତି, "ଦିନେଶ କାର୍ତ୍ତିକଙ୍କୁ ସିଙ୍ଗଲ ଦେବାକୁ ମନା କରୁଛନ୍ତି, ଟିମ ଇଣ୍ଡିଆ ମ୍ୟାଚ୍‌ ପାଇଁ ଫିନିସର ଚୟନ କରିଛି ।" ଜଣେ ୟୁଜର୍ସ କହିଛନ୍ତି, "AB ଡିଭିଲିୟର୍ସ ଥିଲେ ମଧ୍ୟ ସେ ସିଙ୍ଗଲ ନେଇଥାନ୍ତେ । DKଙ୍କୁ ଷ୍ଟ୍ରାଇକ ପାଇଁ ମନା ? ଡଟ୍‌ରେ ସନ୍ତୁଷ୍ଟ ? ତୁମର ଫର୍ମ, ତୁମର ସ୍କୋର ଗୁରୁତ୍ବ ରଖେ କିନ୍ତୁ ଏହା ଠିକ୍‌ ନୁହେଁ ହାର୍ଦ୍ଦିକ । ଏପରିକି ଏବି ଡିଭିଲିୟର୍ସ ଏହି ସମୟରେ ସିଙ୍ଗଲ ନେବାକୁ ପସନ୍ଦ କରିଥାନ୍ତେ ।" ଅନ୍ୟଜଣେ ୟୁଜର୍ସ ସମାଲୋଚନାର ସବୁ ସୀମା ଟପିଯାଇଥିଲେ । ଲେଖିଥିଲେ, ହାର୍ଦ୍ଦକ ପାଣ୍ଡ୍ୟା IPL 2022 ଜିତିଥାଇପାରନ୍ତି, ଏହାର ଅର୍ଥ ନୁହେଁ, ସେ ସବୁ କିଛି କରିପାରିବେ। ତାଙ୍କୁ ଗୁଜରାଟ ଟାଇଟନ୍ସ ପାଇଁ ଖେଳିବାକୁ ଦିଆଯାଉ, ଭାରତୀୟ ଟିମରେ ହାର୍ଦ୍ଦିକଙ୍କ ପରି ଖେଳାଳିଙ୍କ ଆବଶ୍ୟକତା ନାହିଁ ।"

୨୮ ବର୍ଷୀୟ ପାଣ୍ଡ୍ୟା ଶେଷ ବଲ୍‌ରେ ମାତ୍ର ଦୁଇ ରନ୍‌ କରିପାରିଥିଲେ, ଯାହାଫଳରେ ଭାରତର ଇଂନିସ ୨୧୧ରେ ଶେଷ ହୋଇଥିଲା । ମାତ୍ର ଏହା ଡେଭିଡ ମିଲର(୩୧ ବଲ୍‌ରୁ ୬୪) ଓ ରସି ଭାନ ଡର ଡୁସେନଙ୍କ(୪୬ ବଲ୍‌ରୁ ଅପରାଜିତ ୭୫) ପାଇଁ ଯଥେଷ୍ଟ ହୋଇନଥିଲା । ପାଞ୍ଚୋଟି ବଲ୍‌ ବାକିଥାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା । ଏଥିସହ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜରେ ୧-୦ରେ ଆଗୁଆ ହୋଇଛି ।

ସୂଚନାଯୋଗ୍ୟ ଯେ, ଉଭୟ ହାର୍ଦ୍ଦିକ ଓ କାର୍ତ୍ତିକ ଗତ ଗୁରୁବାର ଦିଲ୍ଲୀରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି୨୦ରେ ଅନ୍ତର୍ଜାତୀୟ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗତବର୍ଷ ଖେଳାଯାଇଥିବା ଟି୨୦ ବିଶ୍ବକପ ପରେ ପ୍ରଥମ ଥର ପାଇଁ ହାର୍ଦ୍ଦିକ ଭାରତୀୟ ଚୁଡାନ୍ତ ଏକାଦଶକୁ ଫେରିଥିବାବେଳେ, କାର୍ତ୍ତିକ ପ୍ରାୟ ୩ ବର୍ଷ ବ୍ୟବଧାନ ପରେ ଭାରତୀୟ ଟିମକୁ ଫେରିଛନ୍ତି । ୨୦୨୨ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ସ୍ଥିର ପ୍ରଦର୍ଶନ ଆଧାରରେ ତାଙ୍କୁ ଜାତୀୟ ଦଳରେ ପୁନର୍ବାର ସୁଯୋଗ ମିଳିଛି । ସିରିଜର ଦ୍ବିତୀୟ ଟି୨୦ ଜୁନ୍‌ ୧୨ ତାରିଖ(ରବିବାର) କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ।

Last Updated : Jun 11, 2022, 3:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.